କଶ୍ମୀରରେ ଖୋଲିଛି ଭାରତର ପ୍ରଥମ ଇଗଲୁ କାଫେ । ବରଫ ଭିତରେ ଗରମ ଖାଦ୍ୟର ମଜା ନେଉଛନ୍ତି ଲୋକ

87

କନକ ବ୍ୟୁରୋ: କଶ୍ମୀରରେ ଖୋଲିଛି ଭାରତର ପ୍ରଥମ ଇଗଲୁ କାଫେ । ପ୍ରବଳ ତୁଷାରପାତ ଭିତରେ ବରଫରେ ଏହା ନିର୍ମାଣ ହୋଇଛି । ଏଠାରେ ବରଫରେ ନିର୍ମିତ ଟେବୁଲ ରହିଥିବା ବେଳେ ଗରମ ଗରମ ଖାଦ୍ୟ ପରସା ଯାଉଛି । କଶ୍ମୀର ଗୁଲମର୍ଗର କୋଲାହାଇ ସ୍କି ରେସର୍ଟ ପରିସରରେ ଆରମ୍ଭ ହୋଇଥିବା ଏହି ଇଗଲୁ କାଫେରେ ଏବେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି।

ଏହି ଇଗଲୁ କାଫେ ପ୍ରାୟ ୧୫ଫୁଟ ଉଚ୍ଚ ଓ ୨୬ଫୁଟ ଗୋଲାକାର ଆକୃତିର ରହିଛି । ଗୋଟିଏ ଗୋଟିଏ ଇଗଲୁ କାଫେରେ ୪ଟି ଟେବୁଲ ସହ ୧୬ଜଣ ପର୍ପ୍ୟଟକ ବସିବାର ସୁବିଧା କରାଯାଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏପରି ଇଗଲୁ କାଫେ ନିର୍ମାଣ କରାଯାଇଛି । ତେବେ ଗୁଲମର୍ଗରେ ହୋଇଥିବା ତୁଷାରପାତ ଯୋଗୁଁ ଏହି ଅସହଜରେ ନିର୍ମାଣ କରାଯାଇପାରିଛି । ଗତ କୋଭିଡ କଟକଣା ଯୋଗୁଁ ପର୍ଯ୍ୟଟନ କ୍ଷେତ୍ର ସର୍ବାଧିକ ପ୍ରଭାବିତ ହୋଇଥିଲା । ଏବେ ପର୍ଯ୍ୟଟକଙ୍କ ଭିଡ ଜମୁଥିବାରୁ ବ୍ୟବସାୟ ଭଲ କରିବାକୁ ଆଶା ରଖିଛନ୍ତି ବ୍ୟବସାୟୀ ।