ଭିଜିଲାନ୍ସ ଜାଲରେ ବରଗଡ଼ ଅତିରିକ୍ତ ଡିଏସଡବ୍ଲୁଓ : ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ

Advertisment
ଭିଜିଲାନ୍ସ ଜାଲରେ ବରଗଡ଼ ଅତିରିକ୍ତ ଡିଏସଡବ୍ଲୁଓ : ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବରଗଡ଼ ଅତିରିକ୍ତ ଡିଏସଡବ୍ଲୁଓ ତନ୍ଦ୍ରା ସାହୁ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ । ବରଗଡ଼ରେ ଥିବା ତାଙ୍କ ସରକାରୀ ଅଫିସ ଓ ବରପାଲି ବାସଭବନରେ ଏକକାଳୀନ ଭାବେ ଚଢ଼ାଉ ଜାରି ରଖିଛି । ସମ୍ବଲପୁର ଓ ବରଗଡ଼ ଭିଜିଲାନ୍ସର ୨ଟି ଟିମ୍ ଛାନଭିନ ଜାରି ରଖିଛି । ତାଙ୍କଠାରୁ ନଗଦ ୩ ଲକ୍ଷ ୫୪ ହଜାର ୪୨୦ ଟଙ୍କା ଜବତ କରାଯାଇଛି। ଏଥିସହ ତାଙ୍କ ବାସଭବନ ଓ ବରପାଲି ନିକଟରେ ଥିବା ଗୋପେଇପାଳିରେ ଜମି ରହିଥିବା ଜଣାପଡ଼ିଛି । ଆଗରୁ ତାଙ୍କ ନାଆରେ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା । ଜଣେ ଭିଜିଲାନ୍ସ ଡିଏସପିଙ୍କ ତତ୍ତ୍ବାବଧାନରେ ଦୁଇଟି ଟିମ୍ ଏହି ଚଢ଼ାଉ କରୁଥିବାର ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe