ସ୍କାଇ କିଙ୍ଗ ଠକେଇ ମାମଲା : ୨ ଦିନିଆ ରିମାଣ୍ଡରେ ଯିବେ ଆଇଏଫଏସ ଅଭୟ ପାଠକ; ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରିବ ଖାରବେଳ ଥାନା ପୋଲିସ

Advertisment
ସ୍କାଇ କିଙ୍ଗ ଠକେଇ ମାମଲା : ୨ ଦିନିଆ ରିମାଣ୍ଡରେ ଯିବେ ଆଇଏଫଏସ ଅଭୟ ପାଠକ; ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରିବ ଖାରବେଳ ଥାନା ପୋଲିସ

କନକ ବ୍ୟୁରୋ : ସ୍କାଇ କିଙ୍ଗ ଠକେଇ ମାମଲାରେ ଆଇଏଫଏସ ଅଭୟ ପାଠକଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ପୋଲିସ । ଅଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଖାରବେଳନଗର ଥାନା ପୋଲିସର ଖୋର୍ଦ୍ଧା ଏସଡ଼ିଜେଏମ୍ କୋର୍ଟରେ ଆବେଦନ ମଂଜୁର କରିଥିଲେ । କୋର୍ଟ ପକ୍ଷରୁ ଏହି ଆବେଦନକୁ ମଂଜୁରୀ ମିଳିିଛି ।

୬୫ ଲକ୍ଷ ଟଙ୍କା ଠକେଇ ଘଟଣାର ତଥ୍ୟ ପ୍ରମାଣ ଯୋଗାଡ କରିବା ନେଇ ଖାରବେଳନଗର ଥାନା ପୋଲିସ ଅଭୟଙ୍କୁ ପଚରାଉଚରା କରିବ । ପୂର୍ବରୁ ପୁଅ ଆକାଶ ପାଠକକୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ପୋଲିସ । ପଚରାଉଚରା ସମୟରେ ବହୁ ତଥ୍ୟ ମିଳିଥିବା କହିଥିଲେ ଡିସିପି ଉମା ଶଙ୍କର ଦାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe