କନକ ବ୍ୟୁରୋ : ସ୍କାଇ କିଙ୍ଗ ଠକେଇ ମାମଲାରେ ଆଇଏଫଏସ ଅଭୟ ପାଠକଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ପୋଲିସ । ଅଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଖାରବେଳନଗର ଥାନା ପୋଲିସର ଖୋର୍ଦ୍ଧା ଏସଡ଼ିଜେଏମ୍ କୋର୍ଟରେ ଆବେଦନ ମଂଜୁର କରିଥିଲେ । କୋର୍ଟ ପକ୍ଷରୁ ଏହି ଆବେଦନକୁ ମଂଜୁରୀ ମିଳିିଛି ।
୬୫ ଲକ୍ଷ ଟଙ୍କା ଠକେଇ ଘଟଣାର ତଥ୍ୟ ପ୍ରମାଣ ଯୋଗାଡ କରିବା ନେଇ ଖାରବେଳନଗର ଥାନା ପୋଲିସ ଅଭୟଙ୍କୁ ପଚରାଉଚରା କରିବ । ପୂର୍ବରୁ ପୁଅ ଆକାଶ ପାଠକକୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ପୋଲିସ । ପଚରାଉଚରା ସମୟରେ ବହୁ ତଥ୍ୟ ମିଳିଥିବା କହିଥିଲେ ଡିସିପି ଉମା ଶଙ୍କର ଦାସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/36-14.jpg)