ରାସନକାର୍ଡରୁ କଟିଯାଇଛି କି ଆପଣଙ୍କ ନାଁ? ଯୋଗ୍ୟ ହିତାଧିକାରୀରା ହୋଇ ବି ରାସନକାର୍ଡରେ ନାହିଁ କି ଆପଣ ଏବଂ ଆପଣଙ୍କ ପିଲାଛୁଆଙ୍କ ନାଁ? ଜାଣନ୍ତୁ କେଉଁ ୩ଟି ଭୁଲ୍ ପାଇଁ ରାସନକାର୍ଡରୁ ହଟାଇଦିଆଯାଇଥାଏ ହିତାଧିକାରୀଙ୍କ ନାଁ । ଘରେ ବସି ରାସନକାର୍ଡରେ ଏଭଳି ସାମିଲ କରିପାରିବେ ଆପଣଙ୍କ ନାଁ

2,030

କନକ ବ୍ୟୁରୋ: ଯଦି ଆପଣଙ୍କ ରାସନ କାର୍ଡ ରଦ୍ଦ ହୋଇଯାଇଛୁ କିମ୍ବା ଜଣେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ରାସନକାର୍ଡ ତାଲିକାରେ ଆପଣଙ୍କ ନାଁ ନାହିଁ । ତେବେ ଏଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ମୋଦି ସରକାରଙ୍କ ତରଫରୁ ଏଭଳି ଲୋକଙ୍କୁ ପୁନର୍ବାର ସୁଯୋଗ ଦିଆଯାଉଛି । ଯଦି କୌଣସି କାରଣରୁ ରାସନକାର୍ଡ ହିତାଧିକାରୀ ତାଲିକାରେ ନାଁକୁ ହଟାଇ ଦିଆଯାଇଛି ତେବେ ଏଭଳି ପରିସ୍ଥିତିରେ ଆପଣଙ୍କ ଆପଣଙ୍କ ନାଁ ଘରେ ବସି ପୁଣି ଥରେ ଏଥିରେ ସାମିଲ କରିପାରିବେ । ଖାଲି ଏତିକି ନୁହେଁ ଆପଣ ଚାହିଁଲେ ଆପଣଙ୍କ ପତ୍ନୀ କିମ୍ବା ପିଲାଛୁଆଙ୍କ ନାଁକୁ ମଧ୍ୟ ଏଥିରେ ଯୋଡି ପାରିବେ ।

କେଉଁ ପରିସ୍ଥିତିରେ କଟିଥାଏ ରାସନକାର୍ଡରୁ ନାଁ ?

• ଆପଣଙ୍କ ନାଁ ଅନ୍ୟ କୌଣସି ରାସନକାର୍ଡରେ ପୂର୍ବରୁ ରହିଥିଲେ ।

• ଆଧାର ନମ୍ବର ଆପଣଙ୍କ ରାସନକାର୍ଡ ସହ ସଂଯୋଗ ନଥିଲେ

• ରାସନକାର୍ଡର ମୁଖ୍ୟଙ୍କ ମୃତୁ ହୋଇଗଲେ

ତେବେ ଏଭଳି ପରିସ୍ଥିତିରେ ଆପଣଙ୍କ ନାଁ ରାସନକାର୍ଡରୁ ହଟାଇଦିଆଯାଏ ।

ରାସନକାର୍ଡରେ କେମିତି ଯୋଡିବେ ଆପଣଙ୍କ ନାଁ?

ଯଦି ରାସନକାର୍ଡରୁ ଆପଣଙ୍କର ନାଁ କଟିଯାଇଥାଏ ତେବେ ଆପଣ ନିଜ ଆଧାର କାର୍ଡ ଏବଂ ଯେଉଁ ରାସନକାର୍ଡରେ ଆପଣ ଆପଣଙ୍କର ନାଁକୁ ଯୋଡିବାକୁ ଚାହଁଛନ୍ତି ସେହି କାର୍ଡର ଏକ ଫଟୋ କପି ନେଇ ନିକଟସ୍ଥ ସିଏସସି କେନ୍ଦ୍ର କିମ୍ବା ଜନ ସୁବିଧା କେନ୍ଦ୍ରକୁ ଯାଇ ରାସନକାର୍ଡରେ ପୁଣି ଥରେ ନିଜ ନାଁକୁ ସାମିଲ କରିପାରିବେ । ଏଠାରେ ଆପଣଙ୍କୁ ଯେଉଁ ରସିଦ୍ ମିଳିବ ତାକୁ ଆପଣ ତହସିଲରେ ଜମା କରିବାର ମାତ୍ର କିଛି ଦିନ ପରେ ଆପଣଙ୍କ ରାସନକାର୍ଡରେ ସଂପୃକ୍ତ ବ୍ୟକ୍ତିଙ୍କ ନାଁ ସଂଯୋଗ ହୋଇଯିବ ।

ବିବାହ ପରେ କେମିତି ବନାଇବେ ନୂଆ କାର୍ଡ ?

ସେହିଭଳି ଯଦି ଆପଣ ଆପଣଙ୍କର ପତ୍ନୀଙ୍କ ନାଁ ରାସନକାର୍ଡରେ ସାମିଲ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ଦୁଇଟି ବକଳ୍ପ ରହିଛି । ପ୍ରଥମଟି ହେଲା ଆପଣ ଦୁଇଟି ଅଲଗା ଅଲଗା ରାସନକାର୍ଡ ପ୍ରସ୍ତୁତ କରିପାରିବେ ନଚେତ ପତ୍ନୀଙ୍କ ଆଧାରକାର୍ଡରେ ସଂଶୋଧନ କରିପାରିବେ । ଆଧାରକାର୍ଡରେ ଝିଅର ପିତାଙ୍କ ପରିବର୍ତ୍ତେ ସ୍ୱାମୀ ତଥା ଆପଣଙ୍କ ନାଁ ଲେଖି ଦେଇପାରିବେ । ଏହାପରେ ତହସିଲ ଅଫିସରେ ଖାଦ୍ୟ ବିଭାଗର ଅଧିକାରୀଙ୍କ ନିକଟରେ ଜମା କରିଦିଅନ୍ତୁ ଏବଂ ପୂର୍ବ କାର୍ଡରେ ଥିବା ଆପଣଙ୍କ ନାଁକୁ ହଟାଇ ନୂଆ ରାସନ କାର୍ଡ ପାଇଁ ର୍ଆବେଦନ କରିଦିଅନ୍ତୁ ।

ସେହିଭଳି ଏହି କାମକୁ ଆପଣ ଅନଲାଇନ ଜରିଆରେ ମଧ୍ୟ ଆବେଦନ କରିପାରିବେ । ଯଦି ରାସନକାର୍ଡରେ ଆପଣ ପତ୍ନୀଙ୍କ ନାଁ ରଖିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପ ପତ୍ନୀଙ୍କ ଆଧାର ନମ୍ବରରେ ସଂଶୋଧନ କରିବାକୁ ହେବ । ଏହାପରେ ପତ୍ନୀଙ୍କ ଆଧାର ଜନ ସୁବିଧା କେନ୍ଦ୍ରକୁ ଯାଇ ଦାଖଲ କରିଦିଅନ୍ତୁ ଏବଂ ଅନଲାଇନ ଭେରିଫିକେସନ ପରେ ଆପଣଙ୍କ ରାସନକାର୍ଡରେ ପତ୍ନୀଙ୍କ ନାଁ ସାମିଲ ହୋଇଯିବ ।