ଭୋଟର ତାଲିକାରେ ନାଁ ନଥିଲେ ଭୋଟ୍ ଦେବା ପାଇଁ ଚ୍ୟାଲେଞ୍ଜ ଦେଇପାରିବେ ଆପଣ । କ’ଣ ରହିଛି ନିୟମ ପଢ଼ନ୍ତୁ ।

Advertisment
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବିବାଦ । ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗରେ ପୁଲିଂ ଅଫିସର ନିଲମ୍ବିତ, ଅନ୍ୟ ପ୍ରିଜାଇଡ଼ିଙ୍ଗ ଅଫିସରଙ୍କୁ ଗିରଫ ନିର୍ଦ୍ଦେଶ ।

କନକ ବ୍ୟୁରୋ: ଭୋଟର୍ ତାଲିକାରେ ନାମ ନ ଥିଲେ ହୁଏତ ଆପଣ ଭୋଟ୍ ନଦେଇ ଫେରିଯାଉଥିବେ । ହେଲେ ଆପଣ ଭୋଟ ନ ଦେଇ ଫେରନ୍ତୁ ନାହିଁ, କାହିଁକି ନା ଆପଣ ଏହାକୁ ନେଇ ‘ଚ୍ୟାଲେଞ୍ଜ’ ଦେଇପାରିବେ କିମ୍ବା ‘ଟେଣ୍ଡର୍’ ଭୋଟ୍ କରିବା ପାଇଁ ଦାବି କରିପାରିବେ ବୋଲି ଜଣାପଡ଼ିଛି । ଏନେଇ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ଗୀତା ଲୁଥରା ଜନସାଧାରଣଙ୍କୁ ସଚେତନ କରାଇ କହିଛନ୍ତି କି, ଯଦି ଜଣେ ଭୋଟରଙ୍କ ପାଖରେ ଭୋଟର କାର୍ଡ ଓ ଆଧାର କାର୍ଡ ଅଛି ହେଲେ ଭୋଟର୍ ତାଲିକାରେ ନାମ ନାହିଁ, ସେହି ପରିସ୍ଥିତିରେ ଭୋଟର ଜଣକ ‘ଚ୍ୟାଲେଞ୍ଜ ଭୋଟ’ ଦେଇପାରିବେ। ଯଦି ପୂର୍ବରୁ ତାଙ୍କ ନାମରେ ଅନ୍ୟ କେହି ଭୋଟ ଦେଇସାରିଛି, ଅର୍ଥାତ ‘ପ୍ରକ୍ସି ଭୋଟିଂ’ ହୋଇଛି ସେ କ୍ଷେତ୍ରରେ ଭୋଟର ‘ଟେଣ୍ଡର ଭୋଟ’ ଦେଇପାରିବେ।


ସେହିଭଳି ନିୟମ ରହିଛି ଯେ , ଯଦି ନିର୍ଦ୍ଦିଷ୍ଟ ଏକ ମତଦାନ କେନ୍ଦ୍ରରେ ସର୍ବନିମ୍ନ ୧୪ ପ୍ରତିଶତ ‘ଟେଣ୍ଡର୍ ଭୋଟ’ ଗ୍ରହଣ ହୋଇଛି ତେବେ ସେହି ବୁଥରେ ଆଉ ଥରେ ମତଦାନ କରାଯାଇ ପାରିବ ବୋଲି କହିଛନ୍ତି ଗୀତା ଲୁଥରା । ତେବେ ୭ଟି ପର୍ଯ୍ୟାରେ ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ୧୮ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୯୧ଟି ଆସନ ପାଇଁ ମତ ଗ୍ରହଣ ହୋଇଥିଲେ ସୁଦ୍ଧା ଆନ୍ଧ୍ରପ୍ରଦେଶର କିଛି ମତାଦାତାଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କ ନାମ ଭୋଟର୍ ତାଲିକାରେ ନ ଥିଲା ଫଳରେ ସେମାନେ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି । ପାଖରେ ଭୋଟର୍ କାର୍ଡ ଥାଇ ଓ ପୂର୍ବ ନିର୍ବାଚନ ୨୦୧୪ ମସିହାରେ ଭୋଟ୍ ଦେବା ସତ୍ତ୍ୱେ ବି କିଛି ମତଦାତା ମତ ଦେବାରୁ ବଞ୍ଚିତ ହୋଇଛନ୍ତି । ତେବେ, ଏହି କ୍ଷେତ୍ରରେ ମତଦାତାମାନେ ‘ଚ୍ୟାଲେଞ୍ଜ’ ବା ‘ଟେଣ୍ଡର୍’ ଭୋଟ୍ ଦେଇପାରିବେ ବୋଲି ସୁପ୍ରିମକୋର୍ଟ ଆଇନଜୀବି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe