ଅଧିକାଂଶ ସମୟରେ ଏପରି ବି ହୋଇଥାଏ କି, ଆପଣଙ୍କ ନିକଟରେ ଟଙ୍କା ରୋଜଗାର କରିବା ପାଇଁ ତଥା ବ୍ୟବସାୟ ଆରମ୍ଭ କରିବାକୁ ଅନେକଗୁଡିଏ ଭଲ ଭଲ ଆଇଡିଆ (ଉପାୟ) ରହିଥିବ ହେଲେ ଟଙ୍କା ଅଭାବରୁ ଆପଣ ତାକୁ କାମରେ ଲଗାଇପାରୁନଥିବେ । ଯାହାଦ୍ୱାରା କି ଆପଣଙ୍କୁ ଆପଣଙ୍କର ଏହି ଭଲ ଆଇଡିଆକୁ ମାରିବାକୁ ପଡିଥାଏ । କିନ୍ତୁ ଏବେ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବନାହିଁ । କାରଣ ଦେଶର ସବୁଠାରୁ ଧନୀ ତଥା ଉଦ୍ଦ୍ୟୋଗପତି ତଥା ରିଲାଏନ୍ସ ଜିଓ ମାଲିକ ମୁକେଶ ଅମ୍ବାନୀ ଆପଣଙ୍କୁ ଏଥିପାଇଁ ସହାୟତା କରିବେ । ଖାଲି ଏତିକି ନୁହେଁ ଯଦି ଆପଣଙ୍କ ଏହି ଆଇଡିଆ ଜିଓ ମାଲିକଙ୍କୁ ପସନ୍ଦ ଆସେ, ତେବେ ତା ଉପରେ ବିଚାର କରାଯିବ । ତେବେ ଆସନ୍ତୁ ଜାଣିବା ଏହି ବିଜନେସ୍ ସଂପର୍କରେ ଏବଂ ଏଥିପାଇଁ ଆପଣଙ୍କୁ କଣ ସବୁ କରିବାକୁ ପଡିବ ।
ମୁକେଶ ଅମ୍ବାନୀଙ୍କର କଂପାନୀ ରିଲାଏନ୍ସ JioGenNext ପ୍ଲାଟଫର୍ମ ବିକଶିତ କରିଛନ୍ତି, ଯାହାକି ନୂଆ ଆଇଡିଆ ବାଲା ଷ୍ଟାର୍ଟଅପକୁ ନିଜ ଜିଓ ଇକୋସିଷ୍ଟମ ସହାୟତା ଉପଲବ୍ଧ କରାଉଛି । ଏଠାରେ କଂପାନୀର ଏକ୍ସପର୍ଟସଙ୍କ ପରାମର୍ଶଠାରୁ ଆରମ୍ଭ ଟ୍ରେନିଂ ପର୍ଯ୍ୟନ୍ତ ଉପଲବ୍ଧ କରାଇଥାଏ । ଏଠାରେ ଲୋକେ ନିଜର ବିଜନେସ ସଂପର୍କିତ ଆଇଡିଆ କୌଣସି ବି ସମୟରେ ଦେଇପାରିବେ । ଏଠାରେ ଆମେ କହି ରଖୁଛୁ କି, ରିଲାଏନ୍ସି ଇଣ୍ଡଷ୍ଟ୍ରି ପ୍ରତି ତିନି ମାସରେ ଏକ ନୂଆ ପ୍ରୋଗ୍ରାମ ଆରମ୍ଭ କରିଥାଏ, ଯାହାଦ୍ୱାରା ନୂଆ ନୂଆ ଲୋକଙ୍କୁ ଏଥିରେ ସାମିଲ କରାଯାଇଥାଏ ଏବଂ ତାଙ୍କୁ ତାଲିମ ମଧ୍ୟ ଦିଆଯାଇଥାଏ ।
ଯଦି ଆପଣଙ୍କ ନିକଟରେ ଏସଂପର୍କିତ କୌଣସି ବି ଆଇଡିଆ ରହିଛି ତେବେ ଆପଣଙ୍କୁ ତାକୁ କଂପାନୀ ନିକଟକୁ ପଠାଇବାକୁ ପଡିବ । କଂପାନୀ ଏହାକୁ ନିଜର ଜୁରି ମେମ୍ବର୍ସଙ୍କ ସାମ୍ନାରେ ଉପସ୍ଥାପନା କରିବ । ଆଉ ଯଦି ଆପଣଙ୍କର ଆଇଡିଆ ଏଥିରେ ସିଲେକ୍ଟ ହୋଇଯାଏ ତେବେ କଂପାନୀ ଆପଣଙ୍କୁ ୩ ମାସ ଟ୍ରେନିଂ ଦେବ । ଏହି ଟ୍ରେନିଂରେ ଆପଣଙ୍କୁ ବିଜନେସ ଆରମ୍ଭ କରିବା ଠାରୁ ଆରମ୍ଭ କରି ତାକୁ ସଫଳ କରିବାର ଉପାୟ ମଧ୍ୟ କୁହାଯିବ ।
• ତେବେ କଂପାନୀର ଏହି ଯୋଜନା ସହିତ ସାମିଲ ହେବା ପାଇଁ ଆପଣଙ୍କୁ କଂପାନୀର ୱେବସାଇଟ୍ ତଥା http:// www.jiogennext.com/faq.କୁ ଯାଇ ଆବେଦନ କରିବାକୁ ପଡିବ ।
• ଏଥିରେ ଆପଣଙ୍କୁ କଂପାନୀର କିଛି ପ୍ରଶ୍ନର ଉତ୍ତର ଦେବାକୁ ପଡିବ ।
• ଏହି ଲିଙ୍କରେ ଆପଣଙ୍କୁ ଏକ ଆବେଦନ ପତ୍ର ମଧ୍ୟ ମିଳିବ । ଯାହାକୁ ଆପଣଙ୍କୁ ନିର୍ଭୁଲ ଭାବରେ ଭରିବାକୁ ପଡିବ ।
• ଆବେଦନ ପତ୍ର ପୂରଣ କରିବା ପରେ କଂପାନୀ ଆପଣଙ୍କ ସହ ସଂପର୍କ କରିବ ।
ଏଠାରେ ଆମେ କହି ରଖୁଛୁ କି,କଂପାନୀ ଦ୍ୱାରା ଚୟନ କରାଯାଇଥିବା ଆଇଡିଆକୁ ଦେଶରେ ସବୁଠାରୁ ଭଲ ଷ୍ଟାର୍ଟଅପ ସହ ଜଡିତ ଲୋକଙ୍କ ସହ ସଂପର୍କ କରାଯାଇଥାଏ, ଏବଂ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଥାଏ ।