ଯାତ୍ରା ସମୟରେ ଟ୍ରେନରୁ ଚୋରି ହେଲେ କ’ଣ କରିବେ ? କିଭଳି ପ୍ରକ୍ରିୟାରେ ଏବଂ କାହାକୁ କରିବେ ଅଭିଯୋଗ ଜାଣିରଖନ୍ତୁ । 

ଯାତ୍ରା ସମୟରେ ଟ୍ରେନରୁ ଚୋରି ହେଲେ କ’ଣ କରିବେ ? କିଭଳି ପ୍ରକ୍ରିୟାରେ ଏବଂ କାହାକୁ କରିବେ ଅଭିଯୋଗ ଜାଣିରଖନ୍ତୁ । 

source : Dainik Bhaskar

ଆପଣଙ୍କର ଟ୍ରେନରେ କେବେ ଚୋରି ହୋଇଛି ? ଚୋରି ହୋଇଥିବା ସାମଗ୍ରୀ କିମ୍ବା ଅର୍ଥ ଫେରି ପାଇଛନ୍ତି ? ବାସ୍ତବ କଥା ହେଲା ଏବେବି ଅନେକ ଲୋକ ଚୋରି ହେବା ପରେ କାହାକୁ ଅଭିଯୋଗ କରିବେ, କିପରି କରିବେ ଜାଣନ୍ତି ନାହିଁ। ମାତ୍ର ଆପଣ ଆଦୌ ବିବ୍ରତ ହୁଅନ୍ତୁ ନାହିଁ। ଆପଣଙ୍କ ଯଦି କେବେ କିଛି ଟ୍ରେନ୍ରୁ ଚୋରି ହୁଏ ତେବେ ଆପଣ ନିମ୍ନରେ ଉଲ୍ଲେଖ କରାଯାଇଥିବା ପ୍ରକ୍ରିୟାରେ ଅଭିଯୋଗ ଆଣି ନିଜ ହଜିଥିବା ଜିନିଷ ଫେରସ୍ତ ପାଇପାରିବେ। ଅଥବା ଅତିକମ୍ରେ ରେଳବାଇ ପକ୍ଷରୁ ଆପଣଙ୍କୁ କ୍ଷତିପୂରଣ ମିଳିବ।

publive-image

1.ଚୋରି ହେବା ସଙ୍ଗେ ସଙ୍ଗେ ପ୍ରଥମେ ଆପଣ ଟିଟିଇ, କୋଚ୍ ଆଟେଣ୍ଡ୍ନାଣ୍ଟ୍ କିମ୍ବା ଗାର୍ଡଙ୍କୁ ଅଭିଯୋଗ କରନ୍ତୁ। ସେମାନେ ଆପଣଙ୍କୁ ଏକ ଏଫ୍ଆଇଆର୍ ଫର୍ମ ପ୍ରଦାନ କରିବେ। ନିଜର ଜ୍ଞାନ ଲଗାଇ ତାହାକୁ ପୂରଣ କରନ୍ତୁ।

2.ଆପଣଙ୍କ ଦ୍ୱାରା କରାଯାଇଥିବା ଏହି ଅଭିଯୋଗକୁ ସେମାନେ ପୁଲିସ୍ ଷ୍ଟେସନକୁ ଫରୱାଡ୍ କରିବେ। ସେଠାରେ ଆପଣଙ୍କ ମାମଲାର ତଦନ୍ତ ହେବ।

3.ଆପଣଙ୍କ ଯାହା ସବୁ ଚୋରି ହୋଇଛି ତାହାର ଏକ ସ୍ପଷ୍ଟ ତାଲିକା କରି ଦିଅନ୍ତୁ। କେବଳ ଅଫ୍ଲାଇନ୍ ନୁହେଁ, ଆପଣ ଚାହିଁଲେ ଅନଲାଇନରେ  ମଧ୍ୟ ଅଭିଯୋଗ କରିପାରିବେ। ଆପଣଙ୍କୁ ଆଇଆର୍ସିଟିସିର େଓ୍ଵବ୍ସାଇଟ୍କୁ ଯାଇ ଅଭିଯୋଗ କରିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe