ବିନା ବ୍ୟାୟାମରେ କରିବାକୁ ଚାହୁଁଛନ୍ତି କି ଓଜନ ହ୍ରାସ, ଖାଆନ୍ତୁ ଏହି ଖାଦ୍ୟ, ଅଶ୍ଚର୍ଯ୍ୟଜନକ ଭାବେ କମିବ ଓଜନ

106

କନକ ବ୍ୟୁରୋ : ଆଜିର ସମୟରେ ଲୋକମାନେ ନିଜର ବୃତ୍ତି କୁ ନେଇ ଏତେ ବ୍ୟସ୍ତ ରହୁଛନ୍ତି କି ନିଜ ଶରୀର ପ୍ରତି ଧ୍ୟାନ ଦେବା ସେମାନଙ୍କ ପାଇଁ ସମ୍ଭବ ହୋଇପାରି ନାହିଁ । ଏହାରି ମଧ୍ୟରେ ଏବେ ଓଜନ ବୃଦ୍ଧି ବା ମେଦ ବହୁଳତା ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ବିଶ୍ୱର ଅନେକ ଲୋକ ନିଜ ଓଜନ ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ବେଳେ ଓଜନ ବୃଦ୍ଧି ଫଳରେ ସେମାନଙ୍କ ଶରୀରରେ ଭିନ୍ନ ଭିନ୍ନ ରୋଗ ଦେଖାଯାଉଛି । ଏହାସହ ସେମାନେ ଚଲାବୁଲା କରିବାରେ ଅସୁବିଧାରେ ସମ୍ମୁଖୀନ ହେବା ସହ ନିଜର ସୌନ୍ଦର୍ଯ୍ୟତା ହରାଉଛନ୍ତି ।

ଏନେଇ ଡାକ୍ତରମାନେ ବିଭିନ୍ନ ଔଷଧ ସେବନ ପାଇଁ ପରାମର୍ଶ ଦେଉଛନ୍ତି । ହେଲେ ଏଲୋପାଥି ଖାଇବା ଦ୍ୱାରା ଓଜନ ହ୍ରାସ ଉପରେ କମ୍ ପ୍ରଭାବ ପଡୁଛି, ଅନ୍ୟପଟେ ଏହାର ପାଶ୍ୱପ୍ରତିକ୍ରିୟା ଯୋଗୁଁ ଲୋକଙ୍କୁ ଅନ୍ୟ ରୋଗ ହେଉଛି । ସେପଟେ ଓଜନ ହ୍ରାସ ପାଇଁ ଯୋଗ ଓ ବ୍ୟାୟାମ କରିବା ବି ଭଲ ଉପାୟ ହୋଇଥିଲେ ବି ଏନେଇ ଲୋକମାନେ ସମୟ ଦେଇପାରୁ ନାହାନ୍ତି । ଏସବୁ ଭିତରେ ଆମେ ଆପଣଙ୍କୁ ଏକ ସହଜ ଉପାୟ କହିବାକୁ ଯାଉଛୁ । ଏହି ଉପାୟରେ ନା ଆପଣଙ୍କୁ ଯୋଗ କରିବାକୁ ପଡିବ ନା ମେଡିସିନ୍ । କେବଳ ଖାଦ୍ୟରେ କିଛି ସାମଗ୍ରୀ ସାମିଲ କରନ୍ତୁ ଓ ଏହାକୁ ରୁଟିନ୍ ମୁତାବକ ଖାଆନ୍ତୁ । ବାସ ଅଳ୍ପ କିଛି ଦିନ ମଧ୍ୟରେ ଆପଣ ଏହାର ସୁଫଳ ପାଇପାରିବେ ।

ସମ୍ବର : ଦକ୍ଷିଣ ଭାରତରେ ସମ୍ବରର ବହୁଳ ବ୍ୟବହାର ହୋଇଥାଏ । ଆପଣ ଇଡଲୀ ସହିତ ସମ୍ବର ଖାଆନ୍ତୁ । ସମ୍ବରରେ ଭରପୁର ପ୍ରୋଟିନ୍ ରହିଛି । ଏଥିରେ ବିଭିନ୍ନ ପ୍ରକାରର ପରିବା ପଡୁଥିବାରୁ ଏହା ଅତି ସ୍ୱାସ୍ଥ୍ୟକର ଓ ଶରୀର ପାଇଁ ବେସ୍ ଉପକାରୀ ।

ସିଝା ମୁଗ : ମୁଗ ଡାଲିରେ ଫାଇବର ଓ ପ୍ରୋଟିନର ମାତ୍ରା ମିଳିଥାଏ । ପ୍ରୋଟିନ ଭୋକ କରୁଥିବା ହର୍ମୋନ ଜିଏଲପି-୧, ପିବିଆଇ ଓ ସିସିକେ ସ୍ତରକୁ ବଢାଇବାରେ ସହାୟତା କରିଥାଏ । ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟିମାଇକ୍ରୋବିୟଲ, ଆଣ୍ଟିଇମ୍ଫେଲମେଟରୀ ଓ ଆଣ୍ଟିବାୟୋଟିକ ଗୁଣ ସିଝା ମୁଗରେ ଭରପୁର ଥାଏ । ଏହାକୁ ଖାଦ୍ୟରେ ସାମିଲ କଲେ ଓଜନ ହ୍ରାସ ସହ ଆପଣଙ୍କ ଶରୀର ମଜବୁତ ହୋଇଥାଏ ।

ଅଣ୍ଡା : ଅଣ୍ଡା ଆପଣଙ୍କ ଓଜନକୁ କଣ୍ଟ୍ରୋଲ କରିବାରେ ବେସ୍ ସହାୟକ ହୋଇଥାଏ । ଅଣ୍ଡା ଖାଇବା ପରେ ଆପଣଙ୍କୁ ଭୋକ କମ୍ ହୋଇଥାଏ । ଅଣ୍ଡାରେ ସେଲେନିୟମ ଓ ରାଇବୋଫ୍ଲୋବିନ ଭରପୁର ମାତ୍ରାରେ ମିଳିଥାଏ ।


ଦହି : ଦହିରେ କାଲସିୟମ, ଭିଟାମିନ ବି-୨, ବି-୧୨, ପୋଟାସିୟମ ଓ ମେଗ୍ନିସିୟମ ରହିଛି । ଏହା ଆପଣଙ୍କ ଶରୀର ପାଇଁ ବେସ୍ ଉପକାରୀ । ଦହିରେ କାଲସିୟମର ମାତ୍ରା ଅଧିକ ଥିବାରୁ ଏହା ଆପଣଙ୍କ ଶରୀରର କୋର୍ଟିସେଲ କମ କରି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଦହି ଖାଇବା ପରେ ଲମ୍ବା ସମୟ ପର୍ଯ୍ୟନ୍ତ ଆପଣଙ୍କୁ ଭୋକ ଲାଗି ନଥାଏ । ଏହା ଶରୀରର କ୍ୟାଲୋରୀ ମାତ୍ରା କମ କରି ପେଟକୁ ପତଳା କରିବାରେ ସହାୟକ ହୋଇଥାଏ ।

ଜାମୁନ : ଜାମୁନ ଏମିତି ଏକ ଫଳ ଯେଉଁଥିରେ ଭରପୁର ମାତ୍ରାରେ କ୍ୟାଲୋରୀ ଓ ଫାଇବର ମିଳିଥାଏ । ଏହି ଦୁଇଟି ଶରୀରର ଓଜନ କମାଇବାରେ ବେସ୍ ସହାୟକ ହୋଇଥାଏ । ଏହାକୁ ଖାଇଲେ ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ ।

କଦଳୀ : କଦଳୀରେ ସାଧାରଣତ ଅଧିକ ଫାଇବର ଥାଏ । ଯାହାକି ଆପଣଙ୍କୁ ଅଧିକ ଭୋକ ଲାଗିବାରୁ ବିରତ କରେ । କଞ୍ଚା କଦଳୀରେ ପ୍ରତିରୋଧୀ ଷ୍ଟାର୍ଚ ବି ମିଳିଥାଏ । ଯାହା ଶରୀରୁ ଚର୍ବି ଅଂଶ ହ୍ରାସ କରିବାରେ ସହାୟକ ହୋଇଥାଏ ।

ଚୁଡା : ଓଜନ କମ୍ କରିବାକୁ ଚାହୁଁଥିଲେ ଖାଦ୍ୟରେ ଚୁଡା ନିଶ୍ଚିନ୍ତ ସାମିଲ କରନ୍ତୁ, ଓଜନ ହ୍ରାସ ସହ ଏହା ପେଟରେ ଥିବା ଚର୍ବିକୁ ସନ୍ତୁଳିତ ରଖିଥାଏ । ଏଥିରେ କିଛି ପରିବା ଓ ମୁଗଡାଲି ମିଶାଇ ସିଝାଇ ଖାଇଲେ ପେଟରୁ ଚର୍ବିଅଂଶ କମିଥାଏ ।