ପାଠ ପାଇଁ ବୟସ ସାଜି ପାରିନାହିଁ ପ୍ରତିବନ୍ଧକ ! ୮୩ ବର୍ଷ ବୟସରେ ପାଠ ପଢିଲେ, ମାଷ୍ଟର ଡିଗ୍ରୀ ବି ହାତେଇଲେ

124

କନକ ବ୍ୟୁରୋ : ପାଠ ପଢିବା ଓ ଅଧିକ ଜ୍ଞାନ ଆହରଣ କରିବା ପାଇଁ ବୟସ ବାଧକ ସାଜେ ନାହିଁ । ପଂଜାବର ୮୩ ବର୍ଷିୟ ସୋହନ ସିଂହ ଗିଲ ଏହା ପ୍ରମାଣିତ କରି ଦେଖାଇଛନ୍ତି । ବୟସ ୮୩ ବର୍ଷ ଛୁଇଁଥିଲେ ବି ଏହି ବୟସରେ ସେ ମାଷ୍ଟର ଡିଗ୍ରୀ ହାସଲ କରିବାରେ ସଫଳ ହୋଇଛନ୍ତି । ୧୮ ସେପ୍ଟେମ୍ବର ୨୦୧୯ରେ ସେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ପଂଜାବ ଜଳନ୍ଧର ଲଭଲି ପ୍ରୋଫେସନାଲ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଦୀକ୍ଷାନ୍ତ ସମାରୋହରେ ନିଜର ଡିଗ୍ରୀ ହାସଲ କରିଛନ୍ତି । ହୋଶିୟାରପୁର ଦତ୍ତା ଗାଁରେ ରହୁଥିବା ସୋହମ ସିଂହ ଗିଲ ୧୯୫୭ ମସିହାରେ ମହିପାଳପୁର ଖାଲସା କଲେଜରେ ଗ୍ରାଜୁଏସନ କରିବା ପରେ ପାଠପଢା ଛାଡିଦେଇଥିଲେ ।

ଏହା ପରେ ସେ ଏକ ଟିଚିଙ୍ଗ କୋର୍ସ ଆରମ୍ଭ କରିଥିଲେ । ଦୁଇ ବର୍ଷ ପୂର୍ବେ ଅର୍ଥାତ ୮୧ ବର୍ଷ ବୟସରେ ସୋହନ ଡିଷ୍ଟାନ୍ସରେ ଏଜୁକେସନ କୋର୍ସରେ ନାମ ଲେଖାଇବା ପାଇଁ ସ୍ଥିର କଲେ ଏବଂ ଏବେ ଇଂରାଜୀରେ ନିଜର ମାଷ୍ଟରଡିଗ୍ରୀ ପୁରା କରିଛନ୍ତି । ଛୋଟବେଳୁ ଇଂରାଜୀ ଶିଖିବା ପ୍ରତି ତାଙ୍କର ବେଶ ଦୁର୍ବଳତା ରହିଥିଲା । ୧୯୩୭ ମସିହା ଅଗଷ୍ଟ ୧୫ରେ ଜନ୍ମ ହୋଇଥିଲେ ସୋହମ । ପିଲାବେଳୁ ଗାଁ ସ୍କୁଲରେ ପାଠ ବି ପଢିଥିଲେ । ନିଜର ଇଚ୍ଛା ଶକ୍ତି ଓ ଭଗବାନଙ୍କ କୃପାରୁ ସେ ଏହା ହାସଲ କରିପାରିଥିବା କହିଛନ୍ତି ବୃଦ୍ଧା ସୋହମ ।