୧୦ ହଜାର ଲାଇସେନ୍ସ ଦେଉଛନ୍ତି ସରକାର । ଆପଣ ବି ଚାହିଁଲେ ସିଏନଜି ପମ୍ପର ହୋଇପାରିବେ ମାଲିକ

754

କନକ ବ୍ୟୁରୋ : ଆପଣ ବି ଚାହିଁଲେ ସିଏନଜି ପମ୍ପ ଖୋଲିପାରିବେ । ସରକାର ଏମିତି କିଛି ଯୋଜନା କରୁଛନ୍ତି ଯାହାଦ୍ୱାରା ଆପଣ ବି ଲାଭବାନ ହୋଇପାରିବେ । ଆଉ ଯଦି ଆପଣ ସିଏନଜି ପମ୍ପ ଖୋଲିବା କଥା ଚିନ୍ତା କରୁଥାଆନ୍ତି ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ।

ଆପଣ ବି ଚାହିଁଲେ ସିଏନଜି ପମ୍ପର ହେବେ ମାଲିକ

୧୦ ହଜାର ଲାଇସେନ୍ସ ଦେଉଛନ୍ତି ସରକାର

ଦେଶରେ ପ୍ରଦୂଷଣ ଓ ତେଲ ଦର ବୃଦ୍ଧି ଯୋଗୁଁ କ୍ରମାଗତ ଭାବେ ସିଏନଜି ଚାଳିତ ଯାନ ସଂଖ୍ୟା ବଢିବାରେ ଲାଗିଛି । ଏହାସହ ସରକାର ସିଏନଜି ପ୍ରତି ଧ୍ୟାନ ଦେବା ବେଳେ ଏବେ ଅଟୋ ଚାଳକମାନେ ମଧ୍ୟ ସିଏନଜି ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ତେଣୁ ଏହା ହିଁ ଉପଯୁକ୍ତ ସମୟ ସିଏନଜି ପମ୍ପ ଖୋଲିବାର । ତେବେ ଆସନ୍ତା ବର୍ଷ ମଧ୍ୟରେ ସରକାର ସିଏନଜି ପମ୍ପ ପାଇଁ ପ୍ରାୟ ୧୦ ହଜାର ନୂଆ ଲାଇସେନ୍ସ ଦେବେ ବୋଲି କୁହାଯାଉଛି ।

ରୋଜଗାର କରିବାର ଦୁଇଟି ବଡ ଉପାୟ

କମ୍ପାନି ଗୁଡିକ ପ୍ରଥମେ ସିଏନଜି ପମ୍ପ ସ୍ଥାପନ ପାଇଁ ଜମି ଆବଶ୍ୟକ କରନ୍ତି । ଅନ୍ୟପକ୍ଷରେ ଜମିକୁ ଲିଜରେ ମଧ୍ୟ ନିଅନ୍ତି । ଏଭଳି ପରିସ୍ଥିତିରେ ଆପଣଙ୍କୁ ପ୍ରଥମେ ରୋଜଗାର ଜମି ଲିଜରେ ଦେଇ ମିଳିପାରିବ । ଦ୍ୱିତୀୟ ଉପାୟ ହେଉଛି ଆପଣ ନିଜ ଜମିରେ ନିଜେ ଡିଲରସିପ୍୍ ନେଇପାରିବେ ।

ରିହାତି ମିଳିବ କାହାକୁ ?

ନିକଟରେ ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ ଯେ, ଛୋଟ ଷ୍ଟାଟ ଅପ ଗୁଡିକ ମଧ୍ୟ ବଡ ତୈଳ ଓ ମାର୍କେଟିଂ କମ୍ପାନୀ ମାନଙ୍କ ସହ ସମ୍ପର୍କ କରି ରିଲାସେକ୍ସନ ନୀତି ଅନୁଯାୟୀ ରିହାତି ପାଇପାରିବେ । ଯଦି କøଣସି ବିଦେଶୀ କମ୍ପାନୀ ନିବେଶ କରିବାକୁ ଚାହାନ୍ତି ତେବେ ସେମାନେ ମଧ୍ୟ ବିନିଯୋଗ କରିପାରିବେ ।

ଯଦି ଆପଣଙ୍କର ଜମି ନାହିଁ ?

ଯଦି ଆପଣଙ୍କ ନାଁରେ ଜମିନାହିଁ  ତେବେ ଆପଣଙ୍କୁ ଜମି ମାଲିକଙ୍କଠାରୁ ଏନଓସି ପ୍ରମାଣପତ୍ର ଆଣିବାକୁ ହେବ । ଏହାସହ ଆପଣ ନିଜ ପରିବାରର ଜଣେ ସଦସ୍ୟଙ୍କ ଜମି ନେଇ ଏକ ସିଏନଜି ପମ୍ପ ପାଇଁ ଆବେଦନ କରି ପାରିବେ । ଏଥିପାଇଁ ମଧ୍ୟ ଏନଓସି ଓ ଆପିଡେଭିଟ କରିବା ଆବଶ୍ୟକ ।

ପମ୍ପ ଖୋଲିବାକୁ କେତେ ଜମି ଆବଶ୍ୟକ ?

ସିଏନଜି ପମ୍ପ ଖୋଲିବା ପାଇଁ ମୂଲ୍ୟ ଓ ଜମି କମ୍ପାନୀ ଉପରେ ନିର୍ଭରେ କରେ । ଆପଣ ସହର, ରାଜପଥ କିମ୍ବା ଅନ୍ୟ କେଉଁଠି ପମ୍ପ ଖୋଲିବାକୁ ଚାହୁଁଛନ୍ତି ତାହା ଉପରେ ଏହା ନିର୍ଭର କରେ । ଯଦି ନିଜସ୍ୱ ଜମି ଅଛି ତେବେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରେ । ହାଲୁକା ଯାନ ପାଇଁ ୭୦୦ ବର୍ଗ ମିଟର ଓ ଭାରୀ ଯାନ ପାଇଁ ୧୫୦୦ରୁ ୧୬୦୦ ବର୍ଗମିଟର ଜମି ଆବଶ୍ୟକ ହେବ ।

କେଉଁ କମ୍ପାନୀ ନେବେ ଡିଲରସିପ?

୧. ଇନ୍ଦ୍ରପ୍ରଥ ଗ୍ୟାସ ଲିମିଟେଡ୍

୨. ଗ୍ୟାସ ଅଥରିଟି ଅଫ୍ ଇଣ୍ଡିଆ

୩. ହିନ୍ଦୁସ୍ତାନ ପେଟ୍ରୋଲିୟମ ନିଗମ

୪. ମହାନଗର ଗ୍ୟାସ ଲିମିଟେଡ୍

୫. ମହାନଗର ପ୍ରାକୃତିକ ଗ୍ୟାସ ଲିମିଟେଡ୍

୬. ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସ ଲିମିଟେଡ୍

୭. ଗୁଜୁରାଟ୍  ଷ୍ଟେଟ୍ ପେଟ୍ରୋଲିୟମ ପ୍ରାଇଭେଟ୍ ଲିମିଟେଡ

ଏହ କମ୍ପାନୀ ଗୁଡିକ ଡିଲରସିପ ନେଇ ସିଏନଜି ବିତରଣ କରିବେ ବୋଲି ଜଣାଯାଇଛି ।

କେମିତି କରିବେ ଆବେଦନ ?

ଡିଲରସିପ୍ ପ୍ରଦାନ କରୁଥିବା କୌଣସି କମ୍ପାନୀର ୱେବସାଇଟ୍ ପରିଦର୍ଶନ କରି ସେଠାରେ ଦିଆଯାଇଥିବା ଲିଙ୍କରେ  କ୍ଲିକ କରି ଆପଣ ସିଏନଜି ପମ୍ପ ପାଇଁ ଆବେଦନ କରିପାରିବେ । ତେବେ ଆପଣ ଯଦି ଆବେଦନ କରିବାକୁ ଇଚ୍ଛାପ୍ରକାଶ କରୁଛନ୍ତି ତେବେ ଆପଣଙ୍କ ସର୍ବନିମ୍ନ ଯୋଗ୍ୟତା ଦଶମ ଡିଗ୍ରୀ ହୋଇଥିବା ଆବଶ୍ୟକ । ଆବେଦନ ପାଇଁ ଆପଣଙ୍କ ନାମ, ମୋବାଇଲ ନମ୍ବର, ଠିକଣା, ପ୍ଲଟ୍ ନମ୍ବର, ପ୍ଲଟ ଆକାର , ଜମିରକ ଡକ୍ୟୁମେଂଟ୍, ପ୍ଲଟରେ ବିଦ୍ୟୁତ୍ କିମ୍ବା ଜଳ ବ୍ୟବସ୍ଥା ଅଛି କି ନାହିଁ ଭୂମିରେ କେତେ ଗଛ ଅଛିୁ ସେ ସମ୍ପର୍କରେ ସମସ୍ତ ସୂଚନା ଦେବାକୁ ପଡିବ । ତେବେ ଯଦି ଆପଣ ସିଏନଜି ପମ୍ପ ଖୋଲିବାକୁ ଇଚ୍ଛା କରୁଛନ୍ତି ଏହି ସବୁ ନିୟମ ଆପଣାଇଲେ ଆପଣ ବି ପମ୍ପ ଖୋଲିପାରିବେ ।