ଏଣିକି ବ୍ୟାଙ୍କରୁ ଟଙ୍କା ଋଣ ନେଇ କିଣିପାରିବେ ସୁନା! ଜାଣନ୍ତୁ କେଉଁ ବ୍ୟାଙ୍କରେ ଓ କେତେ ପରିମାଣରେ ମିଳୁଛି ଟଙ୍କା

ସାଧାରଣ ଭାବରେ ସୁନା କିଣିବା ପାଇଁ ଆମ ଦେଶରେ ଲୋକମାନେ ଭଲ ପାଆନ୍ତି

166

କନକ ବ୍ୟୁରୋ : ସାଧାରଣ ଭାବରେ ସୁନା କିଣିବା ପାଇଁ ଆମ ଦେଶରେ ଲୋକମାନେ ଭଲ ପାଆନ୍ତି । ତେବେ ବର୍ତମାନ ସୁନାର ଦାମ ଯେଉଁ ସ୍ତରରେ ପହଚିଂଲାଣି ତାହା କିଣିବା ପାଇଁ ସେହିପରି ଭାବରେ ମୋଟା ଅଙ୍କର ଟଙ୍କାର ରହିଛି ଆବଶ୍ୟକ । ଆପଣ ମାନେ ଜାଣିଥିବେ ଯେ, କାଳୀପୂଜା ପୂର୍ବରୁ ଧନତେରସରେ କେବଳ ଓଡିଶାରେ ନୁହେଁ ବରଂ ଭାରତରେ କୋଟି କୋଟି ଟଙ୍କାର ସୁନା ନେଣଦେଣ ହୋଇଥିଲା । ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ପ୍ରତ୍ୟେକ ମାସରେ ସୁନା କିଣନ୍ତି । ହେଲେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଇଚ୍ଛା ଥିଲେ ମଧ୍ୟ ସେମାନେ ସୁନା କିଣିପାରନ୍ତି ନାହିଁ । ତେବେ ଏବେ ସମସ୍ତେ ସୁନା କିଣିପାରିବେ । ଯେଉଁମାନେ ସୁନା କିଣିବା ପାଇଁ ଇଚ୍ଛା ରଖିଛନ୍ତି ସେମାନଙ୍କ ପାଇଁ ଆସିଯାଇଛି ସୁବର୍ଣ୍ଣ ସୁଯୋଗ ।

 

ସେହି ସୁଯୋଗ ନେଇ ଆସିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ତେବେ ସରକାର ଦିପାବଳୀ ଉପଲକ୍ଷେ ଏପରି ଯୋଜନା କରିଥିବା ସୂଚନା ମିଳିଛି । ଏହାସହ ଯେଉଁ ଲୋକମାନେ ସୁନା କିଣିବା ପାଇଁ ଇଚ୍ଛା ରଖିଛନ୍ତି ସେମାନଙ୍କର ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଖାତା ଥିବାର ରହିଛି ଆବଶ୍ୟକ । ତେବେ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଯୋଜନାରେ ମାତ୍ର ୨.୫ ପ୍ରତିଶତରେ ଗ୍ରାହକଙ୍କୁ ସୁନା କିଣିବା ପାଇଁ ଟଙ୍କା ଦିଆଯିବ । ତେଣୁ ଡେରି ନକରି ଏପରି ଯୋଜନାର ପୂରା ଫାଇଦା ଉଠାନ୍ତୁ । କାରଣ ସାଧାରଣ ଲୋକମାନଙ୍କ ପାଇଁ କହିବାକୁ ଗଲେ ଯେଉଁମାନେ ସୁନା କିଣିବା ପାଇଁ ଇଚ୍ଛା ରଖିଛନ୍ତି ସେମାନେ ଏହି ଖାସ ଯୋଜନାର ଭରପୂର ଫାଇଦା ନେଇ ପାରିବେ ବୋଲି ସୂଚନା ମିଳିଛି ।