ମୂଷାଙ୍କୁ ନମାରି କେମିତି କରିବେ ଘରୁ ବାହାର, ଜାଣନ୍ତୁ ୫ ଟି ଉପାୟ

712

କନକ ବ୍ୟୁରୋ : ମୂଷା ଅନେକ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥାନ୍ତି । କେବଳ ଗ୍ରାମାଞ୍ଚଳ ନୁହେଁ ସହର ମାନଙ୍କରେ ବି ମୂଷାଙ୍କ ବିତ୍ପାତ ଘର ଠାରୁ ଆରମ୍ଭ କରି ବ୍ୟବସାୟ ପ୍ରତିଷ୍ଠାନ ପର୍ଯ୍ୟନ୍ତ ଲୋକମାନଙ୍କୁ ହଇରାଣ କରିଥାଏ । ଘରେ କପଡା ଠାରୁ ଆରମ୍ଭ କରି ରୋଷଇ ସରଞ୍ଜାମ ପର୍ଯ୍ୟନ୍ତ ମୂଷା ନଷ୍ଟ କରିଦେଇଥାଏ । ଏହାସହ ଅତ୍ୟାବଶକୀୟ କାଗଜପତ୍ର ବି ନଷ୍ଟ କରିଦେଇଥାଏ । ସେପଟେ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ମୂଷା ଥରେ ଆଡ୍ଡା ଜମାଇଲେ ପୁରା ବେପାର ବୁଡିଲା ବୋଲି ଜାଣନ୍ତୁ । ଏମାନଙ୍କୁ ସାଧାରଣ ଭାବେ ମାରିଦେବାର କିଛି ଉପାୟ ଆମେ ଅବଲମ୍ବନ କରିଥାଉ । ହେଲେ ଆସନ୍ତୁ ଜାଣିବା ସେମାନଙ୍କୁ ନମାରି କଭଳି ଦୂରେଇ ଦେଇହେବ ।

ଯଦି ଆପଣ ବଜାରରେ ମିଳୁଥିବା ମୂଷାମରା ଔଷଧ ଆଣି କିଛି ଖାଦ୍ୟରେ ମିଶାଇ ସେମାନଙ୍କୁ ଖାଇବାକୁ ଦେଉଛନ୍ତି ତେବେ ତାହାଦ୍ୱାରା କିଛି ମୂଷା ମରିପାରନ୍ତି । ହେଲେ ଏହା ଆପଣଙ୍କୁ ଆଉଏକ ଅଡୁଆରେ ପକାଇବ । ମୂଷା କେଉଁ ଗଳି କନ୍ଦି କିମ୍ବା ଘରର କେଉଁ କୋଣରେ ପଡି ମରିବ ତାହା ଆପଣ ଜାଣିପାରିବେ ନାହିଁ । ହେଲେ କିଛି ଦିନ ପରେ ସେଠାରୁ ଏମିତି ଦୁର୍ଗନ୍ଧ ଆସିବ ଯେ ଆପଣ ସେଠାରେ ରହିବା ସମ୍ଭବ ହୋଇପାରିବ ନାହିଁ । ତେଣୁ ଏଭଳି କିଛି ଉପାୟ ଆପଣାନ୍ତୁ ଯାହାଦ୍ୱାରା ମୂଷା ଆପଣଙ୍କ ଘର କିମ୍ବା ବ୍ୟବସାୟ ପ୍ରତିଷ୍ଠାନ ନିକଟକୁ ଜମା ଆସିବେ ନାହିଁ ।

ପୁଦିନା : ଯଦି ଆପଣଙ୍କ ଘରେ ମୂଷା ଉତପାତ କରୂୁଛି ତେବେ ଆପଣ ପୁଦିନା ପତ୍ର କିମ୍ବା ଫୁଲକୁ ଗୁଣ୍ଡକରି ମୂଷା ଗାତ କିମ୍ବା ସେମାନେ ଆସୁଥିବା ବାଟରେ ରଖିଦିଅନ୍ତୁ । ଏହାର ବାସ୍ନାରେ ମୂଷାମାନେ ଆସିବା ବନ୍ଦ କରିଦେବେ ।

ତେଜପତ୍ର : ମସଲା ଭାବେ ବ୍ୟବହାର କରାଯାଉଥିବା ତେଜପତ୍ର ମୂଷା ଘଉଡାଇବାରେ ଆପଣଙ୍କୁ ସହାୟତା କରିପାରେ । କାରଣ ଏହାର ବାସ୍ନା ବେସ କଡା ହୋଇଥାଏ । ତେଣୁ ଆପଣଙ୍କ ଘରେ ଯେଉଁ ସ୍ଥାନରେ ଅଧିକ ମୂଷା ହେଉଛନ୍ତି ସେଠାରେ ତେଜପତ୍ର ଗୁଣ୍ଡ କରି ରଖିଦିଅନ୍ତୁ ।

ନାଲି ଲଙ୍କା : ଆମେ ଖାଦ୍ୟରେ ବ୍ୟବହାର କରୁଥିବା ନାଲି ଲଙ୍କାର ଗୁଣ୍ଡକୁ ଯଦି ମୂଷା ଆସୁଥିବା ସ୍ଥାନରେ ରଖିଦେବା ତାର କିଛି ସମୟ ପରେ ଆପଣ ଦେଖିବେ ମୂଷା ବାହାରୁ ଘରକୁ ଆସିବା ପରିବର୍ତ୍ତେ ସେମାନେ ଘରୁ ବାହାରକୁ ଯିବାକୁ ବାଟ ପାଇବେ ନାହିଁ ।

ପିଆଜ : ମୂଷାମାନଙ୍କୁ ପିଆଜର ବାସ୍ନା  ବିଲକୁଲ ପସନ୍ଦ ନୁହେଁ । ଏହି କାରଣରୁ ମୂଷା ଗାତରେ ପିଆଜ କାଟି ରଖିଦିଅନ୍ତୁ କିମ୍ବା ମୂଷା ଯେଉଁ ଘରକୁ ବେସି ଯା ଆସ କରୁଛନ୍ତି ସେଠାରେ ପିଆଜ ଟୁକୁଡା ପକାଇ ଦିଅନ୍ତୁ ତେବେ ଦେଖିବେ ମୂଷା ଘର ଭିତରକୁ ଆସିବା ବନ୍ଦ ହୋଇଯିବ ।