ଅଦା ଚା’ ପିଉଛନ୍ତି କି? ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

Advertisment
ଅଦା ଚା’ ପିଉଛନ୍ତି କି? ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

କନକ ବ୍ୟୁରୋ: ଅଦା ଚା’ ପିଇବା ସ୍ୱାସ୍ଥ୍ୟପକ୍ଷେ ଉପକାରୀ ନିଶ୍ଚୟ । କିନ୍ତୁ ଏହାକୁ ପିଇବାର ସମୟ ଓ ପରିମାଣ ହେଉଛି ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ କରୋନା ଯୋଗୁଁ ହେଉ ବା ଥଣ୍ଡା ଯୋଗୁଁ ଅଦା ଚା’ ପିଇବାରେ ଅଭ୍ୟସ୍ତ ତେବେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

ଅଦା ଚା’ ଆବଶ୍ୟକତା ଠାରୁ ଅଧିକ ପିଇବା ଦ୍ୱାରା ଗ୍ୟାସ୍ ସମସ୍ୟା ଦେଖାଦେଇପାରେ । ଅଦା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । ହେଲେ ଅଦାରେ ଥିବା ଜିଞ୍ଜୋରୋଲସ୍ ନାମକ ଉପାଦନ ଅଧିକ ହେଲେ ପେଟରେ ଏସିଡ୍ ସୃଷ୍ଟି କରେ । ତେଣୁ ଅଧିକ ଅଦା ଚା’ ପିଇବା ଦ୍ୱାରା ପେଟ ଜଳାପୋଡା ହୋଇଥାଏ ।

ହାଇ ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ଅଦା ଚା’ ଭଲ । ହେଲେ ଆବଶ୍ୟକତା ଠାରୁ ଅଧିକ କ୍ଷତିକାରକ ହୋଇପାରେ । କିନ୍ତୁ ଲୋ ବ୍ଲଡ ପ୍ରେସର ରୋଗୀ ଏହାକୁ ପିଇବା ଦ୍ୱାରା ମୁଣ୍ଡ ବୁଲାଇବା ଏବଂ ଦୁର୍ବଳ ଲାଗିବା ପରି ସମସ୍ୟା ଦେଖାଯାଏ ।

ଗର୍ଭବତୀ ମହିଳାମାନେ ଅଧକପରୁ ଅଧିକ ଚା’ ପିଇଲେ ପେଟରେ ଯନ୍ତ୍ରଣା ହେବା ସହ ଗର୍ଭସ୍ଥ ଶିଶୁକୁ ହାନି ପହଞ୍ଚାଇପାରେ ।

ଅଧିକାଂଶ ମହିଳା କାମ ଯୋଗୁଁ ଅନିଦ୍ରା ରହିବା ପାଇଁ ଚା’ ପିଇଥାନ୍ତି । କିନ୍ତୁ ଅଧିକ ଅଦା ଚା’ ପିଇବା ଦ୍ୱାରା ଆପଣ ନିଦ୍ରାହିନତାର ଶିକାର ହୋଇପାରନ୍ତି ।
ଅଦା ଶରୀରରେ ଶର୍କରା ମାତ୍ରା କମାଇ ଦେଇଥାଏ । ତେଣୁ ଲୋ ସୁଗାରରେ ପୀଡିତ ମହିଳାମାନେ ଅଦା ଚା’ ପିଇବା ଠିକ୍ ନୁହେଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe