ଏଣିକି ଉଭୟ ଚାଳକ ଓ ସହଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟ: ଦୁଇ ଜଣ ଯାକ ହେଲମେଟ୍ ନପିନ୍ଧିିଲେ ରଦ୍ଧ ହେବ ଲାଇସେନ୍ସ; କୌଣସି ବି ମୁହୂର୍ତ୍ତରେ ହୋଇପାରେ ଲାଗୁ

Advertisment
ଏଣିକି ଉଭୟ ଚାଳକ ଓ ସହଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟ: ଦୁଇ ଜଣ ଯାକ ହେଲମେଟ୍ ନପିନ୍ଧିିଲେ ରଦ୍ଧ ହେବ ଲାଇସେନ୍ସ; କୌଣସି ବି ମୁହୂର୍ତ୍ତରେ ହୋଇପାରେ ଲାଗୁ

କନକ ବ୍ୟୁରୋ: ମୋଟର ସାଇକେଲ ଚାଲକଙ୍କ ପାଇଁ ସତର୍କଘଂଟି । ଏଣିକି ଉଭୟ ଚାଳକ ଓ ସହଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟ । ଦୁଇ ଜଣ ଯାକ ହେଲମେଟ୍ ନପିନ୍ଧିିଲେ ରଦ୍ଧ ହେବ ଲାଇସେନ୍ସ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । ଏହି ନୂଆ ନିୟମ, ଯେ କୌଣସି ମୂହୁର୍ତରେ ବି ଲାଗୁ ହୋଇପାରେ । ହେଲମେଟ୍ ପିନ୍ଧି ସୁରକ୍ଷିତ ଗାଡ଼ି ଚଳାଇବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ତେବେ ଏହି ନୂଆ ନିୟମ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟି ନିଆଯାଉଥିବା କୁହାଯାଉଛି । ପୂର୍ବରୁ ମୋଟର ସାଇକେଲ ଚଳାଉଥିବା ଚାଳକ ହିଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୁଳକ ଥିଲା । କିନ୍ତୁ ଏହି ନୂଆ ନିୟମ ଲାଗୁ ହେଲେ ଉଭୟ ଚାଳକ ଏବଂ ସହଯାତ୍ରୀଙ୍କୁ ହେଲମେଟ୍ ପିନ୍ଧିବାକୁ ପଡ଼ିବ । ତେବେ ଦେଶର କିଛି ମହାନଗରରେ ଏବେ ବି ଏହି ବ୍ୟବସ୍ଥା ରହିଛି ।

publive-image

ଏଣିକି ଦୁଇଚକିଆ ଗାଡ଼ି ପଛରେ ବସୁଥିବା ବ୍ୟକ୍ତି ହେଲମେଟ ପିନ୍ଧିବାକୁ ବାଧ୍ୟ। ହେଲମେଟ୍ ନପିନ୍ଧିଲେ ଚାଳକଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ (ଡିଏଲ୍‌) ବାତିଲ କରି ଦିଆଯିବ।ପୂର୍ବରୁ କେବଳ ଚାଳକ ହେଲ୍‌ମେଟ ପିନ୍ଧିବା ବାଧ୍ୟତାମୂଳକ ରହିଥିଲା। ହେଲେ ସଡ଼କ ସୁରକ୍ଷା ଉପରେ ସୁପ୍ରିମକୋର୍ଟ କମିଟି ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ହେଲମେଟ ଆଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏହାଫଳରେ ସଡ଼କ ଦୁର୍ଘଟଣାରେ ହେଉଥିବା ମୃତ୍ୟୁକୁ ୪୧ ପ୍ରତିଶତ ହ୍ରାସ କରାଯାଇପାରିବ ବୋଲି ରାଜ୍ୟ ପରିବହନ କତ୍ତୃର୍ପକ୍ଷ (ଏସ୍‌ଟିଏ)ଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏ ସ˚କ୍ରାନ୍ତରେ ମୋଟର ଯାନ ଆଇନ୍‌ ଧାରା ୧୯୪ଡିରେ ଉଲ୍ଲେଖ କରାଯାଇଥିବା ଏସ୍‌ଟିଏ ପକ୍ଷରୁ ଟ୍ବିଟରରେ ସୂଚନା ଦିଆଯାଇଛି। କଟକ ଆର‌୍‌ଟିଓ ଓ ଓଲଟପୁର ପୁଲିସ୍‌ର ମିଳିତ ପଦକ୍ଷେପରେ ଶୁକ୍ରବାର ୯୨ଜଣ ମୋଟରସାଇକେଲ ଚାଳକଙ୍କୁ ହେଲ୍‌ମେଟ ନ ପିନ୍ଧିବାରୁ ଦଣ୍ତ ଦିଆଯାଇଥିବା ଟ୍ବିଟରରେ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୪୨ଜଣଙ୍କ ଡିଏଲ୍‌ ବାତିଲ କରାଯାଇଥିଲାବେଳେ ୧ଲକ୍ଷ ୩୪ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଭଳି ପଦକ୍ଷେପ ଆଗକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ଏସ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe