କନକ ବ୍ୟୁରୋ : ବାପା ମା’ଙ୍କ ଦସ୍ତଖତରେ ଅଟକି ରହିଛି ନିଖୋଜ ଝିଅର ଜୀବନ । ଦସ୍ତଖତ କଲେ ଝିଅ ଆପେ ଆପେ ଫେରିଆସିବ । କିଛି ଏଭଳି ସାଂଘାତିକ ଅଭିଯୋଗ ଆସିଛି ପୁରୀ ଜିଲ୍ଲା ପିପିଲିରୁ । ଆଉ ଏଭଳି ଅଭିଯୋଗ କରିଛନ୍ତି ନିଖୋଜ ନାବାଳିକାର ବାପା-ମା’ ।
ଅଭିଯୋଗ ହେଲା ଯେ ସେମାନଙ୍କ ନାବାଳିକା ଝିଅ ଗତ ମାର୍ଚ୍ଚ ୨୨ ତାରିଖରୁ ନିଖୋଜ ଅଛି । ଏନେଇ ନାବାଳିକାଙ୍କ ବାପା-ମା’ ପିପିଲି ଥାନାରେ ଅଭିଯୋଗ କରିଛନ୍ତି । କିନ୍ତୁ ଏହାରି ଭିତରେ ୨୦ରୁ ଅଧିକ ଦିନ ବିତିଯାଇଥିଲେ ବି ନାବାଳିକାର କୌଣସି ଖୋଜଖବର ପାଉନାହିଁ ପୁଲିସ । ଏପଟେ ସ୍ଥାନୀୟ ମଙ୍ଗଳପୁର ସରପଞ୍ଚଙ୍କ ପୁଅ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ନାବାଳିକାର ବାପା-ମା’ । ସରପଞ୍ଚଙ୍କ ପୁଅ ଏକ ଚୁକ୍ତି ନାମା ପତ୍ର ଆଣି ଦସ୍ତଖତ କରାଇବାକୁ ବାରମ୍ବାର ଚେଷ୍ଟା କରୁଛି ବୋଲି ବାପା ମା ଅଭିଯୋଗ କରିଛନ୍ତି । ଦସ୍ତଖତ କଲେ ଝିଅ ଆପେ ଆପେ ଘରକୁ ଆସିଯିବ ବୋଲି ସରପଞ୍ଚଙ୍କ ପୁଅ କହୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ପ୍ରଶ୍ନ ଉଠୁଛି, ଜଣେ ନାବାଳିକା ଘରୁ ୨୦ରୁ ଅଧିନ ଦିନ ଧରି ନିଖୋଜ ରହିବା ନେଇ ପୁଲିସରେ ଅଭିଯୋଗ ହେଲା । କିନ୍ତୁ ପୁଲିସ କୌଣସି ସୁରାକ କିପରି ପାଇପାରୁନାହିଁ? ଏପରିକି ବାପା-ମା’ ଯେଉଁ ସରପଞ୍ଚଙ୍କ ପୁଅ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି, ତା’ ଉପରେ କାହିଁକି ଗୁରୁତ୍ୱ ଦେଉନାହିଁ ପୁଲିସ? ସେପଟେ ଏପରି ଘଟଣା ପିପିଲିରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/Screen-Shot-2024-04-10-at-8.24.19-AM.png)