ବିହାର ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଭାଇରାଲ । ଯଥାଶୀଘ୍ର ପୋଲ ନିର୍ମାଣ ସାରିବାକୁ ଇଂଜିନିୟରଙ୍କୁ ହାତଯୋଡି କଲେ ଅନୁରୋଧ

Advertisment
ବିହାର ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଭାଇରାଲ । ଯଥାଶୀଘ୍ର ପୋଲ ନିର୍ମାଣ ସାରିବାକୁ ଇଂଜିନିୟରଙ୍କୁ ହାତଯୋଡି କଲେ ଅନୁରୋଧ

କନକ ବ୍ୟୁରୋ : ବିକାଶ କାର୍ୟ୍ୟ ଶୀଘ୍ର ସାରନ୍ତୁ, ଯଦି କହିବେ ମୁଁ ଆପଣଙ୍କ ପାଦ ଧରିବାକୁ ବି ପ୍ରସ୍ତୁତ ରହିଛି। ଏଭଳି କହିବା ସହ ଇଞ୍ଜିନିୟରଙ୍କ ସମ୍ମୁଖରେ ହାତ ଯୋଡ଼ିବା ସହ ମୁଣ୍ଡ ନୁଆଁଇଲେ ମୁଖ୍ୟମନ୍ତ୍ରୀ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି। ବିହାର ରାଜଧାନୀ ପାଟନାରେ ଏକ ବ୍ରିଜର ଲୋକାର୍ପଣ କାର୍ୟ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏହା ଥିଲା ଜେପି ଗଙ୍ଗା ପଥର ତୃତୀୟ ପର୍ୟ୍ୟାୟର ଲୋକାର୍ପଣ। ଦୀଘା ଓ ଦିଦାରଗଞ୍ଜ ମଧ୍ୟରେ ୨୨.୫ କିଲୋମିଟର ଲମ୍ବା ବ୍ରିଜ୍ ନିର୍ମାଣ କରାଯାଉଥିବା ବେଳେ ଏହାକୁ ଜେପି ଗଙ୍ଗା ପଥ କୁହାଯାଉଛି। ଏହି ପ୍ରକଳ୍ପ କାର୍ୟ୍ୟରେ ବିଳମ୍ବ ହେଉଥିବା ବେଳେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ପାଖରେ ଛିଡ଼ା ହୋଇଥିବା ଇଞ୍ଜିନିୟରଙ୍କୁ ଏନେଇ ତାଗିଦ କରିବା ସହ ପ୍ରକଳ୍ପ କାମ ଶୀଘ୍ର ସାରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ଦରକାର ପଡିଲେ ଆପଣଙ୍କ ଗୋଡ଼ ଧରିବି କହି ନୀତିଶ କୁମାର ନଇଁ ପଡିବା ସମୟରେ ଇଞ୍ଜିନିୟର ଜଣକ ଏହାକୁ ବାରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe