କନକ ବ୍ୟୁରୋ: ଓଡ଼ିଶା କରୁଛି କରୋନା ମୁକାବିଲା । ଦିନକୁ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ । ସଂକ୍ରମଣରୁ ଦୂରେଇ ରହିବାକୁ ଘରେ ରହୁନ୍ତୁ ଏବଂ ଯଦି ଅତ୍ୟାବଶ୍ୟକ କ୍ଷେତ୍ରରେ ଘରୁ ବାହାରୁଛନ୍ତି ତେବେ ବାହାରିବା ପୂର୍ବରୁ ମୁହଁରେ ମାସ୍କ ପିନ୍ଧନ୍ତୁ । ଏପରିକି ଯେ କୌଣସି ମାସ୍କ ମୁହଁରେ ପିନ୍ଧିଲେ ଚଳିବ । ମାସ୍କ ନଥିଲେ ପ୍ରତି ବଦଳରେ ରୁମାଲ ବ୍ୟବହାର କରିପାରିବେ ବୋଲି ବାରମ୍ବାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।
Please stay home, but if you must leave the house, wear a mask. Be it of any kind, a mask helps in controlling and containment of the spread of #COVID19.#OdishaFightsCoronapic.twitter.com/O3qQXCrFhC
— H & FW Dept Odisha (@HFWOdisha) April 7, 2020
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାସ୍କ ପିନ୍ଧି ଆପଣ ଯଦି ଅତ୍ୟାବଶ୍ୟକୀୟ କ୍ଷେତ୍ରରେ ଘରୁ ବାହାରକୁ ଯାଉଛନ୍ତି ଏବଂ ଯଦି ଉକ୍ତ ଅଞ୍ଚଳରୁ କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥାନ୍ତି ତେବେ ମାସ୍କ ଆପଣଙ୍କୁ ସଂକ୍ରମଣରୁ ଦୂରେଇ ରଖିବାରେ ସହାୟକ ହେବ । ଏପରିକି ମାସ୍କ ଆପଣଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବା ସହ ଆପଣଙ୍କ ପରିବାର ଲୋକଙ୍କୁ ମଧ୍ୟ ସୁରକ୍ଷିତ ରଖିବ ।
ପୂର୍ବରୁ ଯେଉଁ ଭଳି କେନ୍ଦ୍ର ସରକାର ବଜାରରେ ମାସ୍କର ଅଭାବକୁ ଦେଖି ଘରୋଇ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ତାହାକୁ ପାଳନ କରିବାକୁ ବାରମ୍ବାର ରାଜ୍ୟ ଏବଂ କେନ୍ଦ୍ର ସରକାର ଲୋକଙ୍କୁ ଆହ୍ୱାନ ଦେଉଛନ୍ତି । ଏପରିକି ଯଦି ଘରେ କାହାକୁ ସାଧାରଣ ଥଣ୍ଡା କାଶ ହେଉଛି ସେମାନେ ଘରେ ମଧ୍ୟ ମାସ୍କ ବ୍ୟବହାର କରନ୍ତୁ ବୋଲି ଅନୁରୋଧ କରାଯାଉଛି । ତେବେ ନିଜେ ସଚେତନ ହେବା ସହ ଏଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ସରକାର ଜାରି କରୁଥିବା ବିଭିନ୍ନ ଜନହିତକାରି ପରାମର୍ଶକୁ ପାଳନ କରିବା ଏବଂ କରୋନା ଉପରେ ବିଜୟୀ ହେବାକୁ ସଂକଳ୍ପ ନେବା ।