ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି କି? ତେବେ ରାତି ଶୋଇବା ସମୟରେ ଆପଣାନ୍ତୁ ଏପରି ଉପାୟ...

Advertisment
ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି କି? ତେବେ ରାତି ଶୋଇବା ସମୟରେ ଆପଣାନ୍ତୁ ଏପରି ଉପାୟ...

କନକ ବ୍ୟୁରୋ : ମଣିଷ ଜୀବନରେ ଅନେକ ସମୟରେ ନୂଆ ନୂଆ ଖାଦ୍ୟ ଓ ପାନୀୟ । ତେବେ ଆମେମାନେ ମଧ୍ୟ ବିଭିନ୍ନ ସମୟରେ ନାନାପ୍ରକାରର ଖାଦ୍ୟ ଖାଇବା ସାଙ୍ଗକୁ ପାନୀୟ ବି ଗ୍ରହଣ କରିଥାଉ । ଆମେ ଚା’ ବି ପିଇଥାଉ। ହେଲେ ଆପଣ ଜାଣନ୍ତି କି ଏମିତି କିଛି ପାନୀୟ ଅଛି, ଯାହାକୁ ଶୋଇବା ପୂର୍ବରୁ ପିଇଲେ ଶରୀରର ଓଜନ ଆଦୌ ବୃଦ୍ଧି ପାଇବ ନାହିଁ। କେମୋମାଇଲ୍ ଟି ସେବନ କରିଲେ ମଧ୍ୟ ଓଜନ କମିଥାଏ।ଏହି ଚାହା ପିଇଲେ ଗ୍ଲିସିନ୍ ର ସ୍ତରରେ ବୃଦ୍ଧି ପାଇଥାଏ। ଖାଲି ସେତିକି ନୁହେଁ ଏହା ଶରୀରର ଯନ୍ତ୍ରଣା ଦୂର କରିବା ସହିତ ମସ୍ତିଷ୍କକୁ ଶାନ୍ତ ରଖେ।

publive-imageଠିକ୍ ସେହିପରି ଅଦାମିଶ୍ରିତ ଚା’ ପିଇଲେ ବି ସେଭଳି ହୋଇଥାଏ। ଖାଲି ସେତିକି ନୁହେଁ ,ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀର ପିଇଲେ ଖୁବ୍ ଭଲ ନିଦ ଆସେ। ତା’ ଛଡ଼ା ଶରୀରରେ ଯେତେ ଚାପ ଥିଲେ ତାହା କମିବା ସହିତ ଶରୀରରେ ଓଜନ ମଧ୍ୟ କମିଥାଏ। ଠିକ୍ ସେହିପରି ଲୋକାଲୋରି ସୋୟା ମିଲକ ସେବନ କରିଲେ ମଧ୍ୟ ଓଜନ ହ୍ରାସ ପାଇଥାଏ। ଏଥିରେ ଆଦୌ କାଲୋରି ନ ଥାଏ। ରାତିରେ ଶୟନ ପୂର୍ବରୁ ଅଙ୍ଗୁର ଜୁସ୍ ପିଇଲେ ମଧ୍ୟ ଭଲ ନିଦ ଆସେ ଓ ଫ୍ୟାଟନେସ କମିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe