କନକ ବ୍ୟୁରୋ : ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମ ପଞ୍ଚାୟତାରେ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟ ଆସନ ପାଇଁ ପଡିବ ଭୋଟ ।  ପ୍ରଥମ ପର୍ଯ୍ୟାୟରେ ମୋଟ ୨୨,୩୭୯ଟି ବୁଥରେ ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ପ୍ରଥମ ପର୍ଯ୍ୟାୟରେ ମୋଟ ୩୩୫୭ଟି ସମ୍ବେଦନଶୀଳ ବୁଥ ରହିଛି । ପ୍ରଥମ ପର୍ଯ୍ୟାୟରେ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏଁ ଚାଲିବ ।

Advertisment

ତେବେ ଭୋଟ ଦେବାକୁ ପଞ୍ଚାୟତ ପାଇଁ ପ୍ରସ୍ତୁତ ୱାର୍ଡୱାରୀ ଭୋଟର ତାଲିକାରେ ନାଁ ଥିବା ଜରୁରୀ । ଭୋଟ ପରିଚୟ ପତ୍ର ଦେଖାଇ ଭୋଟର ଭୋଟ ଦେଇପାରିବେ । ଯଦି କାହା ପାଖରେ ଭୋଟର ଆଇଡି କାର୍ଡ ନଥାଏ ତେବେ ରାଜ୍ୟ ନିର୍ବାଚନ କମିଶନଙ୍କ ଅନୁମୋଦିତ ୧୩ଟି ପ୍ରମାଣପତ୍ରରୁ ଗୋଟିଏ ଦେଖାଇ ମଧ୍ୟ ଭୋଟ ଦେଇପାରିବେ ।

ଭୋଟର ପରିଚୟ ପତ୍ର ନଥିଲେ ଏହି ପ୍ରମାଣପତ୍ର ସହ ଦେଇପାରିବେ ଭୋଟ  : 

  • ଆଧାର କାର୍ଡ 
  • ପାସପୋର୍ଟ
  • ଡ୍ରାଇଭିଂ ଲାଇସେନସ
  • ସରକାରୀ ,ପିଏସୟୁ କର୍ମଚାରୀଙ୍କୁ ଜାରି କରାଯାଇଥିବା ଫଟୋ ସରକାରୀ ଆଇଡି କାର୍ଡ
  • ପାସବୁକ୍ ( ପୋଷ୍ଟ ଅଫିସରୁ ଫଟୋ ସହ ଜାରି କରାଯାଇଥିବ)
  • ପାନ୍ କାର୍ଡ
  • ମନେରଗା ଜବ୍ କାର୍ଡ
  • ଫଟୋ ସହ ଭତ୍ତା ପ୍ରମାଣପତ୍ର
  • ଆରଜିଆଇଙ୍କ ଦ୍ୱାରା ଏନପିଆର ଅଧିନରେ ଜାରି କରାଯାଇଥିବା ସ୍ମାର୍ଟକାର୍ଡ
  • ବିଧାୟକ ଓ ସାଂସଦଙ୍କୁ ଜାରି ହୋଇଥିବା ଆଇଡି କାର୍ଡ
  • ଦିବ୍ୟାଙ୍ଗ ପ୍ରମାଣପତ୍ର
  • ସ୍ୱାଧୀନତା ସଂଗ୍ରାମୀ ଆଇଡି କାର୍ଡ
  • ଭୋଟରଙ୍କ ପରିଚୟ ଦର୍ଶାଉଥିବା ପ୍ରମାଣପତ୍ର ଯାହା ପ୍ରିଜାଇଡିଂ ଅଫିସରଙ୍କ ଦ୍ୱାରା ଅନୁମୋଦିତ