ବ୍ୟାଙ୍କରେ ଏକାଧିକ ଆକାଉଣ୍ଟ ଖୋଲିଥିବା ଗ୍ରାହକ ହୋଇଯାଆନ୍ତୁ ସାବଧାନ, ନଚେତ ଆପଣଙ୍କୁ ଫାଇନ ଦେବାକୁ ପଡିପାରେ ହଜାର ହଜାର ଟଙ୍କା ।

46

ଆଜିକାଲି ଲୋକେ ୨ ବା ଦୁଇରୁ ଅଧିକ ବ୍ୟାଙ୍କରେ ଆକାଉଣ୍ଟ ରଖିଥାନ୍ତି । ବିନା ଆବଶ୍ୟକତାରେ ବି ଲୋକମାନେ ଏକାଧିକ ଆକାଉଣ୍ଟ ଖୋଲୁଛନ୍ତି କିନ୍ତୁ ଏହାକୁ ପରେ ମେଣ୍ଟେନ କରିପାରନ୍ତି ନାହିଁ । ଜଣେ ଜଣେ ଏପରି ଲୋକ ଅଛନ୍ତି, ଯେଉଁମାନେକି ଦୁଇ ଦୁଇଟା ଆକାଉଣ୍ଟ ଖୋଲିଥାନ୍ତି । ଏହି ଦୁଇଟା ଆକାଉଣ୍ଟ ମଧ୍ୟରୁ ଗୋଟେ ଆକାଉଣ୍ଟରେ ଦରମା ଆସିଥାଏ ଏବଂ ଅନ୍ୟ ଏକ ଆକାଉଣ୍ଟରେ ନିଜଶ୍ୱ ସେଭିଂ ଟଙ୍କା ରଖାଯାଇଥାଏ । ତେବେ ଏହିଭଳି ପରିସ୍ଥିତିରେ ଆମେ ଆପଣଙ୍କୁ କହିବାକୁ ଯାଉଛୁକି, ଅଧିକ ଆକାଉଣ୍ଟ ଖୋଲିବା ଦ୍ୱାରା କିପରି ଭାବେ କ୍ଷତି ସହିବାକୁ ପଡିଥାଏ ।

ଏପରି ହୋଇଥାଏ କ୍ଷତି :

ସେଭିଂ ଆକାଉଣ୍ଟରେ ବ୍ୟାଙ୍କ ତରଫରୁ ମିନିମମ ବାଲାନ୍ସ ରଖିବା ପାଇଁ ପ୍ରବନ୍ଧନ ରହିଛି । ଏପରି ନକରିବା ଦ୍ୱାରା ବ୍ୟାଙ୍କ ଆପଣଙ୍କ ଠାରୁ ପେନାଲ୍ଟି ଆଦାୟ କରିଥାଏ । କେତେକ ବ୍ୟାଙ୍କରେ ମିନିମମ୍ ବାଲାନ୍ସ ରଖିବାର ସିମା ୧୦ ହଜାର ଟଙ୍କା ରଖାଯାଇଥାଏ । ଏଭଳି ପରିସ୍ଥିତିରେ ଯଦି ଆପଣଙ୍କ ପାଖରେ ଦୁଇରୁ ଅଧିକ ଆକାଉଣ୍ଟ ଥାଏ ତେବେ ସେହି ସମୟରେ ଆପଣଙ୍କ ଟେନସନ ଦୁଇଗୁଣା ହୋଇଯାଇଥାଏ । କାରଣ ଜଣେ ସାଧାରଣ ଲୋକ ପାଇଁ ଦୁଇଟା ଆକାଉଣ୍ଟ
ରେ ଏତେ ଟଙ୍କା ଜମା କରିବା କଷ୍ଟ ହୋଇଥାଏ ।

ବ୍ୟାଙ୍କରେ ଏକାଧିକ ଆକାଉଣ୍ଟ ରହିବା ଦ୍ୱାରା ବ୍ୟାଙ୍କକି ଆପଣ ବର୍ଷକୁ ବର୍ଷ ମେଣ୍ଟେନାନ୍ସ ଫିସ ସହିତ ସର୍ଭିସ ଚାର୍ଜ ମଧ୍ୟ ଦେବାକୁ ପଡିଥାଏ । କେବଳ ସେତିକି ନୁହେଁ କ୍ରେଡିଟ କାର୍ଡ ଏବଂ ଡେବିଟ କାର୍ଡକୁ ଛାଡି ଅନ୍ୟ ବ୍ୟାଙ୍କିଙ୍ଗ ସୁବିଧା ପାଇଁ ମଧ୍ୟ ବ୍ୟାଙ୍କ ଗ୍ରାହକଙ୍କ ଠାରୁ ଟଙ୍କା ଚାର୍ଜ କରିଥାଏ । ତେବେ ଏହି ଭଳି ବିଭିନ୍ନ ଉପାୟରେ ଗ୍ରାହକମାନେ ବ୍ୟାଙ୍କକୁ ନିଜ ପକେଟରୁ ଟଙ୍କା ଫାଇନ ଆକାରରେ ଦେଇ କ୍ଷତିରେ ପଡିଥାନ୍ତି । ଣ୍ଟ