ରସଗୋଲା ଓ ଗୁଲାବଜାମୁନ ନାଆଁ ଶୁଣିବା ମାତ୍ରେ ବା ତା’କୁ ଦେଖିବା ମାତ୍ରେ ପାଟିରୁ ଲାଳ ଗଡ଼େ। ଯେଉଁମାନେ ବେଶି ମିଠାପ୍ରିୟ ସେମାନଙ୍କ ପାଇଁ ଏହି ଦୁଇଟି ମିଠା ସବୁଠାରୁ ଅଧିକ ଲୋଭନୀୟ।
ପ୍ରଥମେ ଜାଣି ନିଅନ୍ତୁ ରସଗୋଲାର ଫାଇଦା ସଂପର୍କରେ
ଏଥିରେ ପ୍ରୋଟିନ୍,କାର୍ବୋହାଇଡ୍ରେଟ୍,ଲାକ୍ଟୋଏସିଡ୍ ଓ କେସନ୍ ଆଦି ଥାଏ,ଯାହା ଶରୀର ପାଇଁ ଉପକାରୀ। ଯେଉଁମାନଙ୍କର ପେଟ କାଟୁଥାଏ,ସେମାନେ ରସଗୋଲା ସେବନ କରିଲେ,ସେଥିରୁ ଉପଶମ ମିଳିଥାଏ। ଯେଉଁମାନଙ୍କର ପରିସ୍ରା ଜଳା ପୋଡ଼ା ହୋଇଥାଏ ବା ଯେଉଁମାନେ ମୂତ୍ର ସଂକ୍ରମଣର ଶିକାର ହୋଇଥାନ୍ତି,ସେମାନଙ୍କ ପାଇଁ ମଧ୍ୟ ରସଗୋଲା ଖାଇବା ଭଲ। ଏହା ଫଳରେ ସଂକ୍ରମଣ ଦୂର ହୋଇଥାଏ। ଏଥିପାଇଁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ରସଗୋଲା ଖାଇବା ଆବଶ୍ୟକ।
ରସଗୋଲା ଛେନାରୁ ପ୍ରସ୍ତୁତ ହୋଇଥାଏ। ଛେନା ହେଉଛି ପ୍ରୋଟିନ୍ ଓ କାଲସିଅମ୍ର ମୁଖ୍ୟ ସ୍ରୋତ। ଗର୍ଭାବସ୍ଥାରେ ରସଗୋଲା ଖାଇଲେ ଗର୍ଭବତୀ ମହିଳାଙ୍କର କାଲସିୟମର ଅଭବତା ପୂରଣ ହୋଇଥାଏ। ଯଦି ଆଖି କୁଣ୍ଡାଇ ହୋଇଥାଏ,ତେବେ ବି ରସଗୋଲା ଖାଇବା ଭଲ। ଯଦି କୌଣସି ବ୍ୟକ୍ତି କାମ କରି ଚାଲି ଚାଲି ଥକି ଯାଆନ୍ତି,ତେବେ ସେ ରସଗୋଲା ସେବନ କରିବା ଦରକାର। ଏହାଫଳରେ କ୍ଳାନ୍ତି ଦୂର ହୋଇଥାଏ। ତେବେ ଗୋଲାବଜାମୁନ ଅପେକ୍ଷା ରସଗୋଲା ଅଧିକ ସ୍ୱାସ୍ଥ୍ୟକର,କାରଣ ଏଥିରେ ସୁଗାରର ମାତ୍ରା କମ୍ ଥାଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/Screen-shot-2017-07-06-at-11.01.52-AM.png)