କନକ ବ୍ୟୁରୋ : ସବୁଜ ପନିପରିବା ଖାଇଲେ ରକ୍ତ ସୃଷ୍ଟି ହୋଇଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ାଇବାରେ ସହାୟକ ହୋଇଥାଏ। ତା’ସହିତ ରକ୍ତରେ ହେମୋଗ୍ଲୋବିନର ସ୍ତର ମଧ୍ୟ ବଢ଼ିଥାଏ। ଏହା ଆମ ଶରୀରକୁ କେତେକ ରୋଗ ଦାଉରୁ ବି ରକ୍ଷା କରିଥାଏ। ଜହ୍ନି ଏକ ଲୋକପ୍ରିୟ ପରିବା। ଏହାକୁ ରାଇ କରି କେହି ଖାଇଥାଆନ୍ତି ତ ପୁଣି ଜହ୍ନି ତରକାରୀ ଭାବେ ମଧ୍ୟ ସେବନ କରିଥାନ୍ତି। ତେବେ ଜହ୍ନି ପୋସ୍ତ ହେଉଛି ସବୁଠାରୁ ଲୋକପ୍ରିୟ ବ୍ୟଞ୍ଜନ।

Advertisment

ଏବେ ଆସନ୍ତୁ ଜାଣିବା ଜହ୍ନି ଖାଇଲେ କି ଉପକାର ମିଳେ?

publive-imageପ୍ରଥମତଃ ଏହା ଶରୀର ମଧ୍ୟରୁ ଶୁଷ୍କତା ଦୂର କରିଥାଏ। ଏହାକୁ ନିୟମିତ ଭାବେ ଖାଇଲେ ଦୃଷ୍ଟିଶକ୍ତି ତେଜିୟାନ୍ ହୋଇଥାଏ। ଜହ୍ନି ଖାଇଲେ କୋଷ୍ଠକାଠିନ୍ୟତା ଦୂର ହୋଇଥାଏ। ନିୟମିତ ଭାବେ ଜହ୍ନି ଖାଇଲେ ରକ୍ତରୁ ଦୂଷିତ ଦ୍ରବ୍ୟ ଦୂର ହୋଇଥାଏ ଓ ରକ୍ତ ଶୁଦ୍ଧ ହୋଇଥାଏ। ଏହା ଯକୃତକୁ ମଧ୍ୟ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଯଦି ଷ୍ଟୋନ୍ ହୋଇଛି ତେବେ ସେହି ରୋଗୀଙ୍କ ପାଇଁ ଜହ୍ନି ହେଉଛି ମହୌଷଧି। ଆୟୁର୍ବେଦ ଅନୁଯାୟୀ ପ୍ରତିଦିନ ସକାଳେ ଜହ୍ନି ରସକୁ ଗାଇ ଦୁଧ ଓ ଥଣ୍ଡା ଜଳରେ ମିଶାଇ ପିଇଲେ ଷ୍ଟୋନ୍ ସମସ୍ୟା ଦୂରୀଭୂତ ହୋଇଥାଏ । ଅତିକମରେ ତିନି ଦିନ ଯାଏଁ ଏଭଳି କରିବାକୁ ପଡ଼ିବ।