ଆପଣ ନିମ୍ନ ରକ୍ତଚାପର ସମୁଖୀନ ହେଉଛନ୍ତି କି? ତେବେ କରନ୍ତୁ ଏପରି ଉପଚାର

Advertisment
ଆପଣ ନିମ୍ନ ରକ୍ତଚାପର ସମୁଖୀନ ହେଉଛନ୍ତି କି? ତେବେ କରନ୍ତୁ ଏପରି ଉପଚାର

କନକ ବ୍ୟୁରୋ : ନିମ୍ନ ରକ୍ତଚାପ ଯୋଗୁଁ ଶରୀରରେ ରକ୍ତର ଚାପ କମ୍ ଥାଏ। ଏହି କାରଣରୁ ଶରୀରର ଆବଶ୍ୟକୀୟ ଅଙ୍ଗ ଯାଏଁ ସଂପୂର୍ଣ୍ଣ ରକ୍ତ ପହଞ୍ଚି ପାରି ନଥାଏ। ଏହା ଫଳରେ ଶରୀରର ଅଙ୍ଗକୁ ଉପଯୁକ୍ତ ଢ଼ଙ୍ଗରେ କାମ କରି ପାରିନଥାଏ। ଖାଲି ସେତିକି ନୁହେଁ,ଏଥିପାଇଁ ହୃଦୟ,କିଡ଼ନି ଓ ମସ୍ତିଷ୍କ ଆଂଶିକ ରୂପେ କାମ କରିନଥାଏ। ସାଧାରଣ ରକ୍ତଚାପ ହେଉଛି ୧୨୦/୮୦।

publive-imageଶରୀରର ଅଙ୍ଗରେ ରକ୍ତ ପ୍ରବାହ ଜନିତ ସମସ୍ୟା ଦେଖା ଦେଲେ ମୁଣ୍ଡ ବିନ୍ଧା ,ଶାରୀରିକ ଦୁର୍ବଳତା ଆଦିର ଲକ୍ଷଣ ପରିଲକ୍ଷିତ ହୁଏ। ରକ୍ତଚାପ ଅସାଧାରଣଭାବେ କମ୍ ହେଲେ ହୃଦୟ ଓ ମସ୍ତିଷ୍କର କାର୍ଯ୍ୟକ୍ଷମତା ପ୍ରଭାବିତ ହୋଇଥାଏ। ଏଥିରୁ ମୁକ୍ତି ପାଇବା ଲାଗି ଅଗ୍ନିଶକ୍ତି ମୁଦ୍ରାର ପ୍ରୟୋଗ କରିପାରନ୍ତି। ଅଗ୍ନିଶକ୍ତି ମୁଦ୍ରା ଏହାକୁ ସନ୍ତୁଳିତ କରିଥାଏ ଓ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।

publive-imageସୂର୍ଯ୍ୟୋଦୟ ପୂର୍ବରୁ ଏହି ମୁଦ୍ରା କରିଲେ ଅଧିକ କ୍ଷିପ୍ର ଗତିରେ ପ୍ରଭାବ ଦେଖାଇଥାଏ। ଉଭୟ ହାତର ତର୍ଜନି,ମଧ୍ୟମା,ଅନାମିକା ଓ କନିଷ୍ଠା ଆଙ୍ଗୁଳିରେ ମୁଠା ବନାଇ ଦୁଇ ହାତକରି ଆଙ୍ଗୁଳିର ଅଗ୍ରଭାଗକୁ ପରସ୍ପର ସହିତ ମିଶାନ୍ତୁ। ହାତର ପାପୁଲିର ଦିଗ ତଳ ଆଡ଼କୁ ରହିବା ଦରକାର। ପ୍ରତିଦିନ ଧିମା-ଲମ୍ବା ଗଭୀର ଶ୍ୱାସ ନେଇ ୧୫ରୁ ୪୫ ମିନିଟ୍ ଯାଏଁ ଅଗ୍ନିଶକ୍ତି ମୁଦ୍ରା କରିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe