କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୧୪ଟି ବିଭାଗର ୨୭ଟି ପ୍ରସ୍ତାବ ଉପରେ ଆଜି କ୍ୟାବିନେଟ୍ ମୋହର ମାରିଛି । ଏହି ବୈଠକରେ ଯୁବବର୍ଗଙ୍କ ପାଇଁ ନୂଆ ‘ସ୍ୱୟଂ’ ଯୋଜନା ଆରମ୍ଭ ହେବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ । ରାସନ କାର୍ଡ ହିତାଧିକାରୀଙ୍କୁ ଦୁଇଟି ଝୋଟ ତିଆରି ବ୍ୟାଗ ଏବଂ ୧୦୦୦ ଟଙ୍କା ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଦୁଇଟି ଝୋଟରେ ତିଆରି ବ୍ୟାଗ ଯୋଗାଇ ଦିଆଯିବ । ଏଥିସହିତ ସରକାରଙ୍କ ତରଫରୁ ୧ ହଜାର ଟଙ୍କା ମଧ୍ୟ ଦିଆଯିବ । ଏହାଦ୍ୱାରା ରାଜ୍ୟର ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ ।
ଅନ୍ୟପଟେ ଯୁବବର୍ଗଙ୍କ ପାଇଁ ଏହି ସ୍ୱୟଂ ଯୋଜନାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବେ ସରକାର । ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ ୧୮ରୁ ୩୫ ବର୍ଷୀୟ ଯୁବକ ଓ ଯୁବତୀ । ତେବେ ଋଣ ପରିଶୋଧର ଅବଧି ୪ ବର୍ଷ ରହିବ । ଏଥିପାଇଁ ରାଜ୍ୟ ସରକାର ୪୪୮ କୋଟି ଖର୍ଚ୍ଚ କରିବେ । ସହରରେ ମଧ୍ୟ ଯୁବକ ଯୁବତୀଙ୍କ ପାଇଁ ଯୁବ ଉଦ୍ୟୋଗୀ ସ୍ୱୟଂ ସହରୀ ଯୋଜନା ପ୍ରଣୟନ ହେବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/28-13.jpg)