ପାଖରେ ଚାକିରି ଅଛି ହେଲେ ପକେଟରେ ଟଙ୍କା ନାହିଁ: ପୁରୀ ସାତସଂଖ ନିକଟ ଶିଳ୍ପ ସମବାୟ ସମିତିକୁ ଜଗିଛନ୍ତି କୈଳାସ ନାୟକ

ପାଖରେ ଚାକିରି ଅଛି ହେଲେ ପକେଟରେ ଟଙ୍କା ନାହିଁ: ପୁରୀ ସାତସଂଖ ନିକଟ ଶିଳ୍ପ ସମବାୟ ସମିତିକୁ ଜଗିଛନ୍ତି କୈଳାସ ନାୟକ

କନକ ବ୍ୟୁରୋ: ସରକାରୀ ଜମି ଓ ସରକାରଙ୍କ ତରଫରୁ ପୁରୀସାତ ଶଂଖ ନିକଟ ଜାତୀୟ ରାଜପଥ କଡରେ ଥିବା ଜସୁଆପୁର ପେଚ କାରଖାନାକୁ ଦୀର୍ଘ ୪୫ବର୍ଷ ହେଲାଣି ସରକାରୀ ବାବୁଙ୍କ ଦ୍ୱାରା ନିଯୁକ୍ତି ପାଇ ଜୀବନକୁ ବାଜି ଲଗାଇ ଜଗି ଆସୁଥିବା ଜଗୁଆଳି କୈଳାସ ନାୟକଙ୍କୁ ମିଳୁନି ଦରମା!୧୦ ବର୍ଷ ଚାକିରୀ କାଳରେ ମିଳିନି ଦଶ ପଇସା!କେବଳ ହାତରେ ସରକାରୀ ବାବୁ ଧରାଇ ଦେଇଛନ୍ତି ସରକାରୀ ନିଯୁକ୍ତି ପତ୍ରଟିଏ!

ବିନା ପାରିଶ୍ରମିକରେ ସରକାରୀ ସଂସ୍ଥାକୁ ଜଗୁଛନ୍ତି ସ୍ୱାମୀ-ସ୍ତ୍ରୀ । ନିଜେ ଅସୁରକ୍ଷିତ ଭାବେ ଭଙ୍ଗା ଦଦରା ଘରେ, ବିନା ବିଜୁଳିରେ ପଡି ରହିଛନ୍ତି । ପୁରୀ ସାତ ସଂଙ୍ଖ ଜାତୀୟ ରାଜପଥ କଡରେ ଥିବା ଯଶୁଆପୁର ସ୍କୃ କାରଖାନାକୁ ଗଜିବା ପାଇଁ ଜଗୁଆଳି ନିଯୁକ୍ତ କରାଯାଇଛି । ସରକାରଙ୍କ ପକ୍ଷରୁ ନିଯୁକ୍ତି ପତ୍ର ମିଳିଛି, ହେଲେ ଜଗୁଆଳିଙ୍କୁ ଟଙ୍କାଟିଏ ଦରମା ମିଳୁନାହିଁ । ମାସେ- ଦୁଇ ମାସେ ନୁହେଁ. ୧୦ ବର୍ଷ ହେଲା ୧୦ ପଇସା ଦରମା ମିିଳିନଥିବା କ୍ଷୋଭର ସହ କହିଛନ୍ତି ଜଗୁଆଳି କୈଳାସ ନାୟକ ।

୪୫ ବର୍ଷ ତଳେ, ତିଆରି ହୋଇଥିବା ଏହି କାରଖାନାରେ ଜଗୁଆଳି ଭାବେ କାମ କରୁଥିଲେ କୈଳାସଙ୍କ ବାପା ପୂର୍ଣ୍ଣଚନ୍ଦ୍ର ନାୟକ । ବାପାଙ୍କ ମୃତ୍ୟୁ ପରେ ତାଙ୍କ କାମ କରି ଆସୁଛନ୍ତି କୈଳାସ । ହେଲେ ପାରିଶ୍ରମିକ ଦେବା ବାବଦରେ ସରକାର ତାଙ୍କୁ ଭଣ୍ଡଇ ଚାଲିଛନ୍ତି । ଦରମା ମାଗିଲେ ଅପେକ୍ଷା କର ବୋଲ କୁହାଯାଇଛି । ସେପଟେ କିଛି ଜମି ମାଫିଆ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ଅଭିଯୋଗ ହାଇଛି ।

୧୯୬୪ରୁ ଓଡିଶା ସରକାରଙ୍କ ଦ୍ୱାରା ନିର୍ମିତ ଏହି ଶିଳ୍ପ ସମବାୟ ସମିତି ପରିଚାଳନା ଅଭାବରୁ ବନ୍ଦ ପଡିଛି । ରାଜପଥ କଡରେ ଭୂତକୋଠି ପାଲଟିଛି । ପେଚ କଂଟା ତିଆରି କାରଖାନାଟି ସଂପୂର୍ଣ୍ଣ ଭାଙ୍ଗି ଯିବାରୁ କୋଟି କୋଟି ଟଙ୍କାର ଯନ୍ତ୍ରପାତ ଖତ ଖାଉଛି । ଆଉ ଏହାକୁ ଜଗି ରହିଛନ୍ତି କୈଳାସ ଓ ତାଙ୍କ ପତ୍ନୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe