ଆପଣ ଯଦି ଜଣେ ଝିଅର ବାପା ତେବେ ଆଜି ହିଁ ଖୋଲନ୍ତୁ ଏହି ବ୍ୟାଙ୍କ ଆକାଉଣ୍ଟ, ସରକାର ଦେଉଛନ୍ତି କୋଟିପତି ହେବାର ଗ୍ୟାରେଣ୍ଟି ! : ଆସନ୍ତୁ ଜାଣିବା ଏହା ସମ୍ଭବ ହେବ କେମିତି ?

109

ବାପାଙ୍କ ଉପରେ ଝିଅର ପାଠପଢ଼ା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଥାଏ । ଯାହା ପାଇଁ ସେ ଆରମ୍ଭରୁ ହିଁ ଟଙ୍କା ଜମା କରିବା ଆରମ୍ଭ କରି ଦେଇଥାନ୍ତି । ଯଦି ଆପଣ ଜଣେ ଝିଅର ବାପା, ତେବେ ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ହେବ ଯେ ଆପଣ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲି କୋଟିପତି ହୋଇପାରିବେ ।

ଆସନ୍ତୁ ଜାଣିବା ଏହା କେମିତି ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଝିଅଙ୍କ ପାଇଁ ଏକ ସ୍କିମ ଚାଲୁଛି । ଜାନୁୟାରୀ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଅଧିନରେ ସୁକନ୍ୟା ସମୃଦ୍ଧି ଯୋଜନାର ଶୁଭାରମ୍ଭ କରିଥିଲେ । ଏବେ ଏହି ସ୍କିମ ଅଧିନରେ ଆପଣ କୋଟିପତି ହୋଇପାରିବେ ।

କ’ଣ ଏହି ସ୍କିମ ? : ସୁକନ୍ୟା ସମୃଦ୍ଧି ଯୋଜନାରେ ଏଫଡି ଏବଂ ସେଭିଙ୍ଗ ଆକାଉଣ୍ଟରୁ ଅଧିକ ସୁଧ ମିଳେ । ଏହା ସହିତ ଏହା ଉପରେ ଟ୍ୟାକ୍ସ ବି ଲାଗେନି । ଏହି ସ୍କିମ ଅଧିନରେ, ଝିଅର ବୟସ ପାଖାପାଖି ୧୦ ବର୍ଷ ବା ତା’ଠାରୁ କମ ଥିଲେ ଏହି ଖାତା ଖୋଲିବ । ଏହା ବ୍ୟତୀତ ଗୋଟିଏ ଝିଅର ନାମରେ ଗୋଟିଏ ହିଁ ଖାତା ଖୋଲିବ । ଏହା ଖାତାକୁ ଖୋଲିବା ସମୟରେ ଆପଣଙ୍କୁ ସର୍ବନିମ୍ନ ୧୦୦୦ ଟଙ୍କା ଜମା କରିବାକୁ ପଡିବ ।

ଏହା ବ୍ୟତୀତ, ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଏହି ଖାତାରେ ପ୍ରତିବର୍ଷ ସର୍ବନିମ୍ନ ୫୦୦ ଟଙ୍କା ଜମା କରିବାକୁ ପଡିବ । ଏହି ସ୍କିମର ଲାଭ ଉଠାଇବା ପାଇଁ ଆପଣଙ୍କୁ ଏକ ବିତ୍ତୀୟ ବର୍ଷରେ ୧.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ ୧୪ ବର୍ଷ ପର୍ଯ୍ୟନ୍ତ କରିବାକୁ ପଡିବ । ଏବଂ ଏହି ସ୍କିମ ୨୧ ବର୍ଷରେ ମେଚ୍ୟୋର ହୋଇଯିବ । ଏହି ଟଙ୍କାରେ ଆପଣ ଆପଣଙ୍କ ଝିଅର ପାଠପଢ଼ା ଓ ବିବାହ ଖର୍ଚ୍ଚ ସମ୍ଭାଳି ପାରିବେ ।

କେମିତି ଖୋଲିବେ ଖାତା ? : ଯୋଜନା ଅନୁସାରେ ଆପଣ ଏହି ଖାତା କୈାଣସି ବି ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କ ଗୁଡିକର ଶାଖାରେ ଖୋଲିପାରିବେ । ପିପିଏଫ ଖାତା ଖୋଲୁଥିବା ବ୍ୟାଙ୍କ ସୁକନ୍ୟା ସମୃଦ୍ଧି ଯୋଜନାର ଖାତା ବି ଖୋଲିପାରିବେ । ଖାତା ଖୋଲିବା ପାଇଁ ଏହାର ଫର୍ମ, ଝିଅର ଜନ୍ମ ପ୍ରମାଣପତ୍ର, ଜମାକର୍ତ୍ତା(ମାତା, ପିତା ବା ଅଭିଭାବକ)ଙ୍କ ପରିଚୟ ପତ୍ରର ଆବଶ୍ୟକତା ହୁଏ । ଏହା ବ୍ୟତୀତ ଜମାକର୍ତ୍ତାଙ୍କ ଠିକଣାର ପ୍ରମାଣପତ୍ର ବି ଆବଶ୍ୟକ ହୋଇଥାଏ । ସୁକନ୍ୟା ସମୃଦ୍ଧି ଯୋଜନାର ଫର୍ମ ପୋଷ୍ଟ ଅଫିସ ବା ବ୍ୟାଙ୍କରେ ମିଳିଯିବ ।

ଯୋଜନାର ଉଦ୍ଦେଶ୍ୟ : ଏହି ସ୍କିମ ଝିଅର ଜନ୍ମରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚକୁ ବହନ କରିପାରିବ । ହ୍ରାସ ପାଉଥିବା ଲିଙ୍ଗର ଅନୁପାତ ମଧ୍ୟରେ କନ୍ୟା ଜନ୍ମ ହାରକୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ କରାଯାଇଛି ।