ଭୁଲିଯାଇଛନ୍ତି କି ଆପଣଙ୍କ ୱାଇ-ଫାଇ ପାସୱାର୍ଡ ? ତେବେ ଏହି ସହଜ ଉପାୟରେ କରନ୍ତୁ ରିକଭର

49

ଜିଓ ମାର୍କେଟକୁ ଆସିବା ପରେ ଡାଟାର ସମସ୍ୟା ଶେଷ ହୋଇଯାଇଛି । କେବଳ ଜିଓ ହିଁ ନୁହେଁ ଅନ୍ୟ ଟେଲିକମ୍ କମ୍ପାନୀ ବି ଶସ୍ତାରେ ଡାଟା ଉପଲବ୍ଧ କରାଉଛନ୍ତି । ଏବେ କିଛି ଲୋକ କେବଳ ଫୋନରେ ହିଁ ଇଣ୍ଟରନେଟର ବ୍ୟବହାର କରନ୍ତିନି । ସେମାନେ ଟିଭି ଓ ଅନ୍ୟ ଜିନିଷ ବି ୱାଇଫାଇ ମାଧ୍ୟମରେ ଚଳାଉଛନ୍ତି । ସେଥିପାଇଁ ଏକ ୱାଇଫାଇ ରାଉଟରର ଦରକାର ପଡେ । ଆପଣ ୧୦ ଏମବିପିଏସ୍ ର ଲାଇନ ସହିତ ଆଜିକାଲି ବହୁତ କମ ଦାମରେ ଇଣ୍ଟରନେଟର ଲାଭ ଉଠାଇ ପାରିବେ । ଆପଣଙ୍କୁ ଏମିତି ଲାଗୁଛି କି ଆପଣଙ୍କ ରାଉଟର ପାସୱାର୍ଡ ଅନ୍ୟ ମାନେ ଚୋରାଇ କି ବ୍ୟବହାର କରୁଛନ୍ତି ଓ ବିଲ୍ ଆପଣଙ୍କକୁ ଭରିବାକୁ ପଡୁଛି । ସେଥିପାଇଁ ବାରମ୍ବାର ୱାଇଫାଇ ପାସୱାର୍ଡ ବଦଳାଇବାକୁ ପଡେ । ଏବଂ ଏଭଳି ପାସୱାର୍ଡ ଭୁଲି ହୋଇଯାଏ । ଚିନ୍ତା କରନ୍ତୁନି ଏକ ସହଜ ଉପାୟରେ ଏହାର ରିକଭରି କରିପାରିବେ । ଏଥିପାଇଁ ଆପଣଙ୍କୁ କୈାଣସି ଏକ୍ସପର୍ଟର ଆବଶ୍ୟକତା ନାହିଁ ।

୧. ସର୍ବପ୍ରଥମେ ନିଜ ଲାପଟପ ବା ଡେକ୍ସଟପର ସ୍କ୍ରିନର ବଟମ ରାଇଟ ସାଇଡରେ ଆପଣଙ୍କୁ ୱାଇଫାଇର ଆଇକନ ନଜର ଆସିବ, ଏହି ଆଇକନ ଉପରେ ଯାଇ ଯେବେ ଆପଣ ଓପନ ନେଟୱର୍କ ଏବଂ ୱାଇଫାଇ ସେଟିଙ୍ଗ ଉପରେ କ୍ଲିକ କଲେ, ଆପଣଙ୍କୁ ଏକ ନୂଆ ୱିଣ୍ଡୋ ଦେଖାଯିବ ।

୨. ୱିଣ୍ଡୋ ଖୋଲିବା ପରେ ଆପଣଙ୍କୁ ଏଥିରେ କରେଣ୍ଟ ୱାଇଫାଇ ନେଟୱର୍କର ଅପ୍ସନ ନଜର ଆସିବ । ସେଇଠି ଆପଣଙ୍କୁ ଆପଣଙ୍କ କରେଣ୍ଟ ୱାଇଫାଇ ନେଟୱର୍କ ଉପରେ କ୍ଲିକ କରିବାକୁ ପଡିବ ।

୩. ଏହି ପ୍ରକ୍ରିୟା ପୁରା ହେବା ପରେ , ସେଥିରେ ଥିବା ୱେୟାରଲେସ ପ୍ରୋପର୍ଟିଜ୍ ର ଚୟନ କରିବାକୁ ପଡିବ । ଏହା କରିବା ପରେ ଆପଣଙ୍କୁ କିଛି ଅନ୍ୟ ଅପ୍ସନ ନଜର ଆସିବ ।

୪. ଏହାପରେ ଆପଣଙ୍କୁ କନେକ୍ସନ ଏବଂ ସିକ୍ୟୁରିଟି ଅପ୍ସନ ନଜର ଆସିବ । ସେଥି ମଧ୍ୟରୁ ଆପଣଙ୍କୁ ସିକ୍ୟୁରିଟି ଅପ୍ସନର ଚୟନ କରିବାକୁ ପଡିବ ।

୫. ସିକ୍ୟୁରିଟ ଟ୍ୟାବ୍ କୁ ଆସିବା ପରେ ଆପଣଙ୍କୁ ଅନ୍ୟ କିଛି ଅପ୍ସନ ନଜର ଆସିବ । ସେଥିରେ ଆପଣଙ୍କୁ ପାସୱାର୍ଡ ବି ନଜର ଆସିବ । ଯାହାକୁ ଆପଣ କପି କରି ରଖିପାରିବେ । ଏହି ୱାଇଫାଇକୁ ଅନ୍ୟ କୈାଣସି ଡିଭାଇସରେ ଚଲାଇବା ପାଇଁ ବ୍ୟବହାର କରିପାରିବେ ।