ୟୁରିଆ ସାର ପାଇଁ ଭୁଲଗଲେ କରୋନା କଟକଣା : ସରିଯିବା ଭୟରେ ୨୬୭ ବଦଳରେ କିଣିଲେ ୫ ଶହ ଟଙ୍କାରେ କିଣିଲେ ଟାଷୀ ; ମାନିଲେନି ନିୟମ କି ପିନ୍ଧିଲେନି ମାସ୍କ

299

କନକ ବ୍ୟୁରୋ : ବର୍ତମାନ ଧାନ ଗଛ ବଢିବାର ସମୟ । ଆଉ ନିହାତି ପକ୍ଷେ ଚାଷୀ ଙ୍କୁ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ ଗତ କିଛି ଦିନ ହେଲା ସରକାରୀ ଗୋଦାମରେ ସାର ଉଭାନ ହୋଇଯାଇଥିଲା । ତେବେ ଗତକାଲି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳର ସମସ୍ତ ମାନ୍ୟତା ପ୍ରାପ୍ତ ଡିଲରଙ୍କ ପାଖକୁ ଆବଶ୍ୟକ ଅନୁଯାୟୀ ୟୁରିଆ ସାର ଦିଆଯିବା ପରେ କାଳେ ସାର ସରିଯିବ ଏହା ଭାବି ଅନେକ ଡିଲର ଙ୍କ ପାଖରେ ଲାଗିଥିଲା ଲମ୍ବା ଲାଇନ । ସବୁ କଟକଣା କୁ ଭୁଲିଯାଇ ସାର ବସ୍ତା ପିଛା ୫୦୦ ଟଙ୍କା ଦେଇ ନେବାପାଇଁ ଲାଗିଥିଲା ପ୍ରବଳ ଗହଳି । ସାମାଜିକ ଦୁରତା ତ ଦୁରର କଥା ଅନେକ କେହି ମାକ୍ସ ମଧ୍ୟ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା ।

ସେପଟେ ଡିଲର କହିଛନ୍ତି, କେଜି ପିଛା ଦୁଇଶହ ଅଗ୍ରିମ ନେଇ ଚିଠା ଦେଉଛୁ । ବୋରନ ଆସିଲେ ତାଙ୍କୁ ଦେବୁ । ତା ସହ ସାମାଜିକ ଦୁରତା ଓ ମାକ୍ସ ପାଇଁ ଅମେ ବାରମ୍ବାର କହୁଛୁ ହେଲେ କେହି ଶୁଣିବାକୁ ନାରାଜ ବୋଲି ସିଧାସିଧା କ୍ୟାମେରା ସାମ୍ନାରେ ସଫେଇ ରଖିଛନ୍ତି ଏହି ବିକ୍ରେତା ।