ଦୈନଦିନ ଜୀବନରେ ଖାଦ୍ୟ ଗ୍ରହଣ କରିବାରେ ବିଳମ୍ବ ହେଲେ ଏହି ସବୁ ରୋଗର ଆଶଙ୍କା ହ୍ରାସ ହୋଇପାରେ !

Advertisment
ଦୈନଦିନ ଜୀବନରେ ଖାଦ୍ୟ ଗ୍ରହଣ କରିବାରେ ବିଳମ୍ବ ହେଲେ ଏହି ସବୁ ରୋଗର ଆଶଙ୍କା ହ୍ରାସ ହୋଇପାରେ !

କନକ ବ୍ୟୁରୋ : ସାଧାରଣ ଭାବରେ ଆମେ ଦୈନଦୀନ ଜୀବନରେ ସଠିକ ଭାବରେ ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି । ନଚେତ ସ୍ୱାସ୍ଥ୍ୟ ପ୍ରତି ହାନୀକାରକ ହୋଇପାରେ । ତେବେ ଏକ ଗବେଷଣାରୁ ଜଣାପଡିଛି ଯେ, ସକାଳର ଜଳଖିଆ ଓ ରାତ୍ରି ଭୋଜନ ସମୟରେ ମାମୁଲି ପରିବର୍ତ୍ତନ କରିଲେ ଶରୀରରେ କେତେକ ପରିବର୍ତ୍ତନ ଦେଖା ଦେଇଥାଏ। ଏକ ଗବେଷଣାରୁ ଜଣାଯାଇଛି ଏହି ପରିବର୍ତ୍ତନ ଶରୀରର ମୋଟାପା ସମ୍ପର୍କୀତ ରୋଗର ଆଶଙ୍କାକୁ ହ୍ରାସ କରିଥାଏ। ବ୍ରିଟେନରେ ସରେ ୟୁନିଭର୍ସିଟିର ଗବେଷକମାନେ ମଧୁମେହ ଓ ହୃଦରୋଗରୁ ରକ୍ଷା ପାଇବା ପାଇଁ ଖାଦ୍ୟ/ଆହାରରେ ପରିବର୍ତ୍ତନ କେତେ ଜରୁରୀ, ତା’ ଉପରେ ଗବେଷଣା କରିଥିଲେ। ଏହି ଗବେଷଣାରେ ବ୍ୟକ୍ତିମାନଙ୍କର ଟିମକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟିଏ ଟିମ୍ ଲୋକଙ୍କୁ ସକାଳର ଜଳଖିଆ ୯ ମିନିଟ୍ ବିଳମ୍ବରେ ଦିଆଯାଇଥିଲା । ଅନ୍ୟ ଟିମକୁ ଯଥା ସମୟରେ ଦିଆଗଲା। ଜର୍ଣ୍ଣାଲ ଅଫ୍ ନ୍ୟୁଟ୍ରିସନ୍ ସାଇନ୍ସରେ ପ୍ରକାଶିତ ଏହି ଗବେଷଣାରେ କୁହାଯାଇଛି ଯେ, ଯେଉଁ ଲୋକ ନିଜର ଭୋଜନ ସମୟରେ ପରିବର୍ତ୍ତନ କରିଥାନ୍ତି, ସେମାନଙ୍କଠାରେ ନିର୍ଦ୍ଧାରିତ ସମୟରେ ଭୋଜନ କରୁଥିବା ଲୋକଙ୍କ ଅପେକ୍ଷା ହୃଦରୋଗ ହେବାର ଆଶଙ୍କା କମ୍ ଥାଏ। ତା’ଛଡ଼ା ଏମାନେ ମଧୁମେହ ରୋଗରୁ ମଧ୍ୟ ନିଜକୁ ସୁରକ୍ଷିତ ରଖିପାରନ୍ତି। ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ଆମର ଭୋଜନ ସମୟରେ ମାମୁଲି ପରିବର୍ତ୍ତନ ଶରୀର ପାଇଁ ଲାଭଦାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe