ସିଗାରେଟ ଟାଣିବା ଅଭ୍ୟାସ ଛାଡିପାରୁନାହାନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

71

ଆଜିକାଲି ସିଗାରେଟ ଟାଣିବା ପୁଅ ଝିଅ ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଟ୍ରେଣ୍ଡ ପାଲଟିଯାଇଛି । ସିଗାରେଟ ଟାଣିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେବା ସହିତ ଅନେକ ଆତ୍ମଘାତୀ ରୋଗର କାରଣ ମଧ୍ୟ । ଏକ ରିସର୍ଚ୍ଚରେ ମଧ୍ୟ ଏହା ସାବ୍ୟସ୍ତ ହୋଇଯାଇଛି ଯେ, ଭାରତୀୟ ଲୋକ ଧୂମ୍ରପାନ କରିବାରେ ସବୁଠାରୁ ଆଗରେ ଥାନ୍ତି । କିଛି ଲୋକ ଏହି ଖରାପ ଅଭ୍ୟାସରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ଆପଣାନ୍ତି, କିନ୍ତୁ ଛାଡି ପାରନ୍ତିନି । ଆଜି ଆମେ ଆପଣଙ୍କୁ ଏମିତି ଉପାୟ ଜଣାଇବୁ, ଯଦ୍ୱାରା ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିବ ।

• ଜୁଆଣିର ମଞ୍ଜି : ଯେବେ ବି ଆପଣଙ୍କୁ ସିଗାରେଟ ଟାଣିବାର ଇଚ୍ଛା ହୁଏ, କିଛି ମଞ୍ଜି ନେଇ ଚୋବାନ୍ତୁ । ଆରମ୍ଭରେ ଆପଣଙ୍କୁ ଅସୁବିଧା ହେବ । କିନ୍ତୁ କିଛି ଦିନରେ ଆପଣଙ୍କ ଧୂମ୍ରପାନ କରିବାର ଅଭ୍ୟାସ ଦୂର ହୋଇଯିବ ।

• ଡାଲଚିନି : ସିଗାରେଟ ଟାଣିବା ଅଭ୍ୟାସ ଛାଡିବାକୁ ହେଲେ ଆପଣ ଡାଲଚିନିର ଏକ ଖଣ୍ଡ କିଛି ସମୟ ପାଇଁ ଶୋଷନ୍ତୁ । ଏହା ଦ୍ୱାରା ଆପଣଙ୍କୁ ସାହାଯ୍ୟ ମିଳିବ ।

• ଅଙ୍ଗୁର ମଞ୍ଜି : ସିଗାରେଟ ଛାଡିବା ପାଇଁ ଏହା ହେଉଛି ସବୁଠାରୁ ଭଲ ଉପାୟ । ଯେତେବେଳେ ବି ଆପଣଙ୍କୁ ସିଗାରେଟ ଟାଣିବାକୁ ଇଚ୍ଛା ହୁଏ, ତେବେ ଏହାର କିଛି ଦାନା ନେଇ ଚୋବାନ୍ତୁ । ଏହା ସିଗାରେଟ ଟାଣିବାର ଖରାପ ଅଭ୍ୟାସକୁ ଦୂର କରିବା ସହିତ ରକ୍ତରେ ଏସିଡିଟିକୁ କମ କରି ଧୂମ୍ରପାନ ଦ୍ୱାରା ହେଉଥିବା କ୍ଷତିରୁ ବଂଚାଏ ।

• ତମ୍ବା ପାତ୍ରରେ ପାଣି ପିଅନ୍ତୁ : ପ୍ରତିଦିନ ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ଦିନରେ ଦୁଇ ଥର ପିଅନ୍ତୁ । ଏହା ଦ୍ୱାରା ଶରୀରରେ ଜମା ଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଯାଏ ।

• ମହୁ : ମହୁରେ ଭିଟାମିନ, ଏଂଜାଇମ ଓ ପ୍ରୋଟିନ ଥାଏ, ଯାହାକି ଆରାମରେ ଧୂମ୍ରପାନ କରିବାର ଅଭ୍ୟାସକୁ ଦୂର କରେ । ଯେବେ ବି ସିଗାରେଟ ଟାଣିବାକୁ ଇଚ୍ଛା ହୁଏ, ମହୁ ଚାଟି ନିଅନ୍ତୁ ।

• ତୁଳସୀ : ସିଗାରେଟ ଟାଣିବା ବଦଳରେ ଆପଣ ତୁଳସୀର ପତ୍ରକୁ ଚୋବାନ୍ତୁ । ପ୍ରତି ସକାଳେ ଓ ସନ୍ଧ୍ୟାରେ ପାଖାପାଖି ୨-୩ଟି ତୂଳସୀ ପତ୍ର ଚୋବାଇଲେ ଏହି ଖରାପ ଅଭ୍ୟାସରୁ ମୁକ୍ତି ପାଇବେ ।

• ଅଶ୍ୱଗନ୍ଧା : ଅଶ୍ୱଗନ୍ଧା ଦ୍ୱାରା ଶରୀର ବିଷମୁକ୍ତ ହୋଇଥାଏ । ଏହା ଅବସାଦକୁ ଦୂର କରିବା ସହିତ ନିଶା କରିବା ଅଭ୍ୟାସକୁ ବି ଦୂର କରିଥାଏ । ଅଶ୍ୱଗନ୍ଧାର ଚେରରେ ପ୍ରସ୍ତୁତ କରାଯାଇଥିବା ଚୂର୍ଣ୍ଣକୁ ପାଣି ସହିତ ଲଗାତାର କିଛି ଦିନ ପର୍ଯ୍ୟନ୍ତ ପିଇଲେ ସିଗାରେଟ ଟାଣିବାର ଖରାପ ଅଭ୍ୟାସ ଛାଡି ଯାଏ ।