କନକ ବ୍ୟୁରୋ: ଟ୍ରାଫିକ୍ ନିୟମ ନମାଲିଲେ ଗଣିବ ତଣ୍ଡ । ଟ୍ରାଫିକ ପୋଷ୍ଟରେ ଛିଡ଼ା ହେଲା ବେଳେ ଜେବ୍ରା କ୍ରସିଂ ଅତିକ୍ରମ କଲେ ଦେବାକୁ ପଡ଼ିବ ଜୋରିମାନା । ବିଏମସିର ଆଇସିଓଏମସି ଟାୱାରରେ ୨୪ ଘଣ୍ଟିଆ କଂଟ୍ରୋଲ ରୁମ ଟ୍ରାଫିକର ପ୍ରତିଟି ଗତିବିଧି ଉପରେ ନଜର ରଖିବ । ସିସିଟିଭିରେ ଗାଡ଼ି ଚାଳକଙ୍କ ସବୁ ରେକର୍ଡ କଏଦ ହେବ । ଯଦି କୌଣସି ଗାଡ଼ି ଜେବ୍ରା କ୍ରସିଂ ଉପରକୁ ଆସିଲେ, ପଛକୁ ଫେରିବା ପାଇଁ ମାଇକଯୋଗେ ଘୋଷଣା କରାଯିବ । ଯଦି ନିୟମରେ କେହି ଖିଲାପ କରନ୍ତି, ତେବେ ସେମାନଙ୍କୁ ଜୋରିମାନା ଦେବାକୁ ପଡ଼ିବ । ଏନେଇ କିଛି ଜିଲ୍ଲାର ଟ୍ରାଫିକ୍ ଡେପୁଟି ସୁପରିଟେଣ୍ଡଣ୍ଟଙ୍କୁ ଟ୍ରାନ୍ସପୋର୍ଟ କମିସନର ଚିଠି ଲେଖିଛନ୍ତି ।

Advertisment

ଏଥିରେ ବଡ଼ ଠାରୁ ଛୋଟ ପର୍ଯ୍ୟନ୍ତ ସବୁ ଅଧିକାରୀଙ୍କୁ ଦିଆଯାଇଛି ମାସିକିଆ ଟାର୍ଗେଟ । କିଏ କେତେ ଚାଲଣ କାଟିବ, କେତେ ଟଙ୍କାର ଜରିମାନା ଆଦାୟ କରିବ, ଏ ନେଇ ପୂରା ତାଲିକା ପ୍ରକାଶ ପାଇଛି । ଚିଠିରେ ଉଲ୍ଲେଖ କରାଯାଇଛି ଯେ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ । ଆଉ ତଥ୍ୟ କହୁଛି ଡ୍ରାଇଭରର ଭୁଲ ଯୋଗୁଁ ହେଉଛି ଦୁର୍ଘଟଣା । ତେଣୁ ନିୟମକୁ କଡ଼ାକଡ଼ି ଲାଗୁ କରିବା ଉପରେ ଜୋର ଦିଆଯାଇଛି ।