ଖାଇବା ପାଇଁ ଆପଣଙ୍କୁ ଭଲ ଲାଗେ କି? ହୋଇଯାଆନ୍ତୁ ସାବଧାନ ! ନଚେତ ଆପଣଙ୍କୁ ହୋଇପାରେ ଏପରି ରୋଗ

Advertisment
ଖାଇବା ପାଇଁ ଆପଣଙ୍କୁ ଭଲ ଲାଗେ କି? ହୋଇଯାଆନ୍ତୁ ସାବଧାନ ! ନଚେତ ଆପଣଙ୍କୁ ହୋଇପାରେ ଏପରି ରୋଗ

କନକ ବ୍ୟୁରୋ : ଆମ ଭିତରେ ଏମିତି ଅନେକ ଅଛନ୍ତି, ଯେଉଁମାନେ ଖାଦ୍ୟ ପ୍ରତି ଅଧିକ ମାତ୍ରାରେ ଆସକ୍ତ। ପେଟପୁରା ଖାଇ ସାରିବାପରେ ଯଦି ସେମାନଙ୍କ ସାମ୍ନାରେ ପୁଣି ସ୍ୱାଦିଷ୍ଟ ଖାଦ୍ୟ ରଖାଯାଏ, ତେବେ ସେମାନଙ୍କ ପାଟିରୁ ଲାଳ ଗଡ଼େ ଓ ପୁଣି ଖାଆନ୍ତି। କିନ୍ତୁ ଏଭଳି କରିଲେ, ମଣିଷ ରୋଗାକ୍ରାନ୍ତ ହେବାର ଆଶଙ୍କା ରହିଛି। ଯଦି ଖାଇବା ପରେ ବି ଲୋକ ଭୋକ ଲାଗେ ତେବେ ଏହାକୁ ଇଟିଂ ଡିଜର୍ଡର୍ ବୋଲି କୁହାଯାଏ। ଡାକ୍ତରୀ ଭାଷାରେ ବାରମ୍ବାର ଭୋକ ଲାଗିବାକୁ ଫୁଡ୍ ଆଡିକ୍ସନ୍ ବୋଲି ମଧ୍ୟ କୁହାଯାଇଥାଏ। ଯଦି ଆପଣଙ୍କୁ ଭୋକ ଲାଗୁ ନ ଥାଏ, ଅଥଚ ଖାଆନ୍ତି, ତେବେ ତାହା ସହଜରେ ହଜମ ହୋଇନଥାଏ। ଫୁଡ୍ ଆଜିକସନର ଅନ୍ୟ ଏକ କାରଣ ହେଲା ନ୍ୟୁରୋ ବାୟୋଲୋଜିକାଲ୍ ଅସନ୍ତୁଳନ। ମଣିଷ ଖାଦ୍ୟଖୋର୍ ହେଲେ ମଣିଷକୁ କେଉଁସବୁ କଷ୍ଟ ଭୋଗିବାକୁ ପଡ଼େ ତାହା ଜାଣି ରଖନ୍ତୁ। ପ୍ରଥମ କଥା ହେଲା ଯେ ଖାଦ୍ୟଖୋର୍ ମଣିଷର ଓଜନ ବଢି ଯାଇଥାଏ ଓ ମୋଟାପାର ଶିକାର ହୋଇଥାଏ। ଓଜନ ବଢିଲେ ବିଭିନ୍ନ ରୋଗ ଦେଖା ଦେଇଥାଏ। ଖାଲି ସେତିକି ନୁହେଁ ରକ୍ତରେ କୋଲେଷ୍ଟ୍ରଲର ଆଶଙ୍କା ବି ଦେଖା ଦେଇଥାଏ। ଏହା ଫଳରେ ହୃଦଘାତର ଆଶଙ୍କା ବି ଦେଖା ଦେଇଥାଏ।ଆଉ ଏକ କଥା ହେଲା ଯେ ଅଧିକ ଖାଦ୍ୟ ଖାଇଲେ ଜୀବନଶୈଳୀ ବି ଅସନ୍ତୁଳିତ ହେବାର ଆଶଙ୍କା ରହିଛି। ଅନିଦ୍ରାଜନିତ ରୋଗର ଲକ୍ଷଣ ଦେଖା ଦେଇଥାଏ। ଖାଇବା ଛଡ଼ା ଅନ୍ୟ କୌଣସି କାମରେ ମନ ଲାଗେ ନାହିଁ।

publive-imageଯଦି ଆପଣ ଅତି ମାତ୍ରାରେ ଖାଦ୍ୟ ପ୍ରେମୀ, ଏବଂ ଏଥିରୁ ମୁକୁଳିବାକୁ ଚାହାଁନ୍ତି, ତେବେ ପ୍ରଥମେ ଆପଣଙ୍କୁ ନିଜର ଖାଇବା ଶୈଳୀକୁ ବଦଳାଇବାକୁ ପଡ଼ିବ। ଭୋକ ଲାଗିଲେ ବି ସେଥିପ୍ରତି ଧ୍ୟାନ ନ ଦେଇ କୌଣସି କାମରେ ନିଜକୁ ନିୟୋଜିତ କରନ୍ତୁ। ଆଉ ଏକ କଥା ହେଲା ଯେ ଡାଏଟରେ କେବଳ ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ। ତାଜା ଫଳ, ପନିପରିବା, ବାଦାମ ଓ ବିଭିନ୍ନ ପ୍ରକାରର ଶାଗ ଖାଆନ୍ତୁ। ଏହା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ମଣିଷର ମସ୍ତିଷକ ଶାନ୍ତ ରହିଥାଏ ଓ ଅନେକ ସମୟ ଧରି ପେଟ ଭରି ରହିଥିବା ଭଳି ଲାଗେ। ଯଦି ମଣିଷ ଅନେକ ସମୟ ଧରି ମାନସିକ ଉତ୍ତେଜନା ଶିକାର ହୋଇଥାଏ, ତେବେ ବାରମ୍ବାର ଭୋକ ଲାଗିନଥାଏ। ଏଣୁ କିଭଳି ମାନସିକ ଚାପରେ ରହିବେନି, ତାର ଉପାୟ ବି କରିବା ଉଚିତ୍ । ଉ ଏକ କଥା ହେଲା ଯେ ଡାଏଟରେ କେବଳ ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ। ତାଜା ଫଳ, ପନିପରିବା, ବାଦାମ ଓ ବିଭିନ୍ନ ପ୍ରକାରର ଶାଗ ଖାଆନ୍ତୁ। ଏହା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ମଣିଷର ମସ୍ତିଷକ ଶାନ୍ତ ରହିଥାଏ ଓ ଅନେକ ସମୟ ଧରି ପେଟ ଭରି ରହିଥିବା ଭଳି ଲାଗେ।ଯଦି ମଣିଷ ଅନେକ ସମୟ ଧରି ମାନସିକ ଉତ୍ତେଜନା ଶିକାର ହୋଇଥାଏ, ତେବେ ବାରମ୍ବାର ଭୋକ ଲାଗିନଥାଏ। ଏଣୁ କିଭଳି ମାନସିକ ଚାପରେ ରହିବେନି, ତାର ଉପାୟ ବି କରିବା ଉଚିତ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe