ନୂଆ ଗାଡି କିଣୁଛନ୍ତି କି? ତେବେ ଆପଣାନ୍ତୁ ଏପରି ଉପାୟ ଯାହା ଫଳରେ ଗାଡିର ହେବ ନାହିଁ କ୍ଷତି !

62

କନକ ବ୍ୟୁରୋ : ସମସ୍ତେ ସାଧାରଣତଃ ନୂଆ ଗାଡି କିଣିବା ପରେ ଲୋକେ ନିଜର ଗାଡିକୁ କୌଣସି ମନ୍ଦିରକୁ ନେଇ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଇଥାନ୍ତି । କିନ୍ତୁ କିଭଳି ପୂଜା କରିବେ ତାହା ଜାଣିବା ଉଚିତ୍ । ନୂଆ କାର୍ କିଣିଥିଲେ ପ୍ରଥମେ ଆମ୍ବପତ୍ରରେ ତିନି ଥର ଜଳ କାର୍ ଉପରେ ସିଞ୍ଚନ କରନ୍ତୁ । ଏହା ଦ୍ୱାରା କାର୍ ଘରର ହୋଇଯାଇଥାଏ । ଏହାର ଗୃହ ପ୍ରବେଶ ହେଲା ବୋଲି କୁହାଯାଏ । ତା’ପରେ ସିନ୍ଦୁର ଓ ଘିଅରେ ପ୍ରସ୍ତୁତ ତିଳକରେ କାରରେ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ । ଏହାଫଳରେ ଯାତ୍ରା ସମୟରେ କୌଣସି ପ୍ରକାରର ବାଧା ବିଘ୍ନ ହୋଇ ନ ଥାଏ । ଏହାପରେ କାରକୁ ଫୁଲମାଳା ପିନ୍ଧାନ୍ତୁ । ତା’ପରେ କାରରେ ତିନି ଥର କଲ୍ଓ୍ଵା ବାନ୍ଧନ୍ତୁ । କଲଓ୍ଵା ହେଉଛି ରକ୍ଷା ସୂତ୍ର । ଏହା ବାହାରକୁ ସୁରକ୍ଷା ପ୍ରଦାନ କରିଥାଏ ।

 

ଏହାପରେ କର୍ପୁରରେ ଆଳତୀ କରନ୍ତୁ । କଳସରେ ଥିବା ଜଳକୁ ଉଭୟ ବାମ ଓ ଦକ୍ଷିଣ ପଟେ ପକାନ୍ତୁ । କର୍ପୁରର ପାଉଁଶରେ ଏକ ତିଳକ ବାହନରେ ଲଗାନ୍ତୁ । ତା’ପରେ କାର୍ ଉପରେ ମିଷ୍ଟାନ୍ନ ରଖନ୍ତୁ । ଏହାପରେ ତାକୁ ଗୋମାତାଙ୍କୁ ଖୁଆଇ ଦିଅନ୍ତୁ । ଏକ ନୂଆ ନଡିଆ ହାତରେ ଧରି କାରର ଚାରିପଟେ ସାତ ଥର ପ୍ରଦକ୍ଷିଣ କରି କାର ଆଗରେ ନଡିଆକୁ ଭାଙ୍ଗନ୍ତୁ । ତା’ପରେ ଭଙ୍ଗା ନଡିଆ ଉପରେ ଗାଡ଼ି ଚଳାଇ ଏକ ଚକ୍କର କାଟନ୍ତୁ । ଏହାଫଳରେ ଆପଣଙ୍କ ଗାଡି ଭଲ ରହିବ ଏବଂ ସୁଚାରୁରୂପେ କାର୍ଯ୍ୟ ସଂପାଦନ କରିବ।