କରୋନା ଟିକା ନେବା ବାଧ୍ୟତାମୂଳକ କଲେ କଟକ ଜିଲ୍ଲାପାଳ । ଟିକା ନନେଲେ ଦରମା ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ ।

374

କନକ ବ୍ୟୁରୋ : କଟକ ଜିଲ୍ଲାପାଳଙ୍କ ନିୟମ । ୧୦ ଫେବୃଆରୀ ସୁଦ୍ଧା ଟିକା ନନେଲେ ବନ୍ଦ ହେବ ଦରମା । ଏନେଇ ସିଏମସି ଓ ଏସସିବି କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳଙ୍କ ଚିଠି । କୋଭିଡ ଟିକା ନନେଲେ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀ କୋଭିଡ ଟିକା ନେବାକୁ ବାଧ୍ୟ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।

ଜାନୁଆରୀ ୧୬ ତାରଖରେ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଛି । ରାଜ୍ୟରେ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇଛନ୍ତି । ତେବେ ଏହି ଟିକାକରଣ କ୍ଷେତ୍ରରେ ରାଜ୍ୟରେ କଟକ ପଛୁଆ ହୋଇ ରହିଛି, ଯାହା ରାଜ୍ୟ ପାଇଁ ଅପବାଦର ବିଷୟ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।