କନକ ବ୍ୟୁରୋ : ବଣ ଜଙ୍ଗଲ ଘେରା ପାହଡ ପ୍ରାୟ ଲୋକଙ୍କୁ ଆକର୍ଶିତ କରିଥାଏ । ଛୁଟି ଦିନ ମାନଙ୍କରେ ହିଲ ଷ୍ଟେସନ ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ ବି ଦେଖିବାକୁ ମିଳିଥାଏ । ହେଲେ ଥରେ ଭାବନ୍ତୁ ତ ଜଦି ଏଭଳି ପାହାଡ ତଳ ଗ୍ରାମରେ ଆପଣଙ୍କୁ ରହିବାକୁ ଜମି ମିଳେ ପୁଣି ତା ସହିତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆପଣଙ୍କୁ ଚଳିବାକୁ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଦିଆଯାଏ ତେବେ ଆପଣ କ’ଣ କରିବେ । ନିଶ୍ଚିନ୍ତ ଭାବେ ଉତ୍ତର ମିଳିବ କି ହଁ ମୁଁ ନିଶ୍ଚିନ୍ତ ସେଠାରେ ରହିବି । ହଁ ଏଭଳି ସୁଯୋଗରେ ଇଟାଲିର ଏକ ଗାଁରେ ରହିବାକୁ ଦିଆଯାଉଛି । ଏହି ଗାଁରେ ରହିବାକୁ ସ୍ଥାନୀୟ ପ୍ରଶାସନ ଆପଣଙ୍କୁ ୪୦ ହଜାର ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ପାଖା ପାଖି ୩୮.୬୦ ଲକ୍ଷ ଟଙ୍କା ଦେଉଛି ।
ଏଭଳି ସୁଯୋଗ ଇଟାଲିର ସାଣ୍ଟୋ ଷ୍ଟେôଫିନୋ ସିସୋନିଆ ନାମକ ଇଟାଲିର ଏକ ସୁନ୍ଦର ଗାଁ ରେ ରହିବାକୁ ଚାହୁଁଥିବା ଲୋକଙ୍କୁ ମିଳୁଛି । ଏହି ଗାଁ ଏକ ପାହାଡି ଗାଁ ଭାବେ ବେସ୍ ପରିଚିତ । ଏହି ଅଞ୍ଚଳର ସୌନ୍ଦର୍ଯ୍ୟତା ଆପଣଙ୍କୁ ନିଜ ଘର ଓ ଗାଁ ଓ ପରିଜନଙ୍କୁ ଭୁଲାଇଦେବ । ହେଲେ ଏହି ଗାଁର ଲୋକସଂଖ୍ୟା କମ୍ ଥିବାରୁ ଗାଁର ଅର୍ଥ ବ୍ୟବସ୍ଥା କ୍ଷତିରେ ଚାଲୁଛି । ଏହାର ସୁଧାର ଆଣିବାକୁ ସ୍ଥାନୀୟ ପ୍ରଶାସନ ଏଭଳି ଘୋଷଣା କରିଥିବା ଜଣାପଡିଛି ।
ସାଣ୍ଟୋ ଷ୍ଟେଫିନୋ ସିସୋନିଆ ଗାଁ ଇଟାଲିର ଅବ୍ରୁଜୋ କ୍ଷେତ୍ରରେ ଅବସ୍ଥିତ । ଏହି ଗାଁର ଜନସଂଖ୍ୟା ୧୧୫ ଜଣ ମାତ୍ର । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ବୟସ ୨୦ ବର୍ଷରୁ କମ୍ ଥିବା ବେଳେ ୪୧ ଜଣଙ୍କର ବୟସ ୬୫ ବର୍ଷରୁ ଅଧିକ । ସ୍ଥାନୀୟ ପ୍ରଶାସନର କହିବା କଥା କି ଏହି ଅଞ୍ଚଳର ନିରନ୍ତର ବିକାଶ ପାଇଁ ଏଭଳି ଯୋଜନା ପ୍ରଣୟନ କରାଯାଇଛି ।
ସ୍ଥାନୀୟ ପ୍ରଶାସନ ମୁତାବକ ଏହି ଗାଁରେ ଯେକୌଣସି ଲୋକ ସ୍ଥାୟୀ ବାସିନ୍ଦା ହୋଇ ରହିବାକୁ ଚାହିଁଲେ ପ୍ରଶାସନ ତାଙ୍କୁ ୬.୯୪ ଲକ୍ଷ ଟଙ୍କା ପ୍ରଦାନ କରିବ । ଯାହାକି ପ୍ରଥମ ୩ ବର୍ଷ ପାଇଁ ଏହି ରାଶି ପ୍ରଦାନ କରାଯିବ । ଏହା ସହ ଏହି ଯୋଜନାରେ ସାମିଲ ହେବାକୁ ଆବେଦନ କରୁଥିବା ଲୋକଙ୍କର ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଦରକାର । ଏହି ବିଜ୍ଞାପନ ଦେଖିବା ପରେ ଏଠାରେ ରହିବାକୁ ବର୍ତମାନ ଯାଏଁ ୧୫ ଶହ ଲୋକ ଆବେଦନ କରିଥିବା ଜଣାପଡିଛି । ହେଲେ ପ୍ରଶାସନ କହିଛି କି ଏଠାରେ ଏବେ ୧୦ ଜଣ ଲୋକ ଅର୍ଥାତ ୫ ଯୋଡି ପରିବାରକୁ ରହିବାକୁ ଅନୁମତି ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2020/11/25-1.jpg) 
                            
                        
                            
                            /kanak/media/post_attachments/wp-content/uploads/2020/11/santo-stefano-S1-300x125.jpg)
/kanak/media/post_attachments/wp-content/uploads/2020/11/tumblr_nkutdoOyNA1ropreyo1_1280-300x189.jpg)
/kanak/media/post_attachments/wp-content/uploads/2020/11/unnamed-300x192.jpg)