ଏହି ଗ୍ରାମରେ ରହିଲେ ମିଳୁଛି ୩୮.୬୦ ଲକ୍ଷ ଟଙ୍କା । ବିଜ୍ଞାପନ ଦେଖି ୧୫ ଶହ ଲୋକ କରିସାରିଲେଣି ଆବେଦନ ….

11,910

କନକ ବ୍ୟୁରୋ : ବଣ ଜଙ୍ଗଲ ଘେରା ପାହଡ ପ୍ରାୟ ଲୋକଙ୍କୁ ଆକର୍ଶିତ କରିଥାଏ । ଛୁଟି ଦିନ ମାନଙ୍କରେ ହିଲ ଷ୍ଟେସନ ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ ବି ଦେଖିବାକୁ ମିଳିଥାଏ । ହେଲେ ଥରେ ଭାବନ୍ତୁ ତ ଜଦି ଏଭଳି ପାହାଡ ତଳ ଗ୍ରାମରେ ଆପଣଙ୍କୁ ରହିବାକୁ ଜମି ମିଳେ ପୁଣି ତା ସହିତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆପଣଙ୍କୁ ଚଳିବାକୁ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଦିଆଯାଏ ତେବେ ଆପଣ କ’ଣ କରିବେ । ନିଶ୍ଚିନ୍ତ ଭାବେ ଉତ୍ତର ମିଳିବ କି ହଁ ମୁଁ ନିଶ୍ଚିନ୍ତ ସେଠାରେ ରହିବି । ହଁ ଏଭଳି ସୁଯୋଗରେ ଇଟାଲିର ଏକ ଗାଁରେ ରହିବାକୁ ଦିଆଯାଉଛି । ଏହି ଗାଁରେ ରହିବାକୁ ସ୍ଥାନୀୟ ପ୍ରଶାସନ ଆପଣଙ୍କୁ ୪୦ ହଜାର ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ପାଖା ପାଖି ୩୮.୬୦ ଲକ୍ଷ ଟଙ୍କା ଦେଉଛି ।

ଏଭଳି ସୁଯୋଗ ଇଟାଲିର ସାଣ୍ଟୋ ଷ୍ଟେôଫିନୋ ସିସୋନିଆ ନାମକ ଇଟାଲିର ଏକ ସୁନ୍ଦର ଗାଁ ରେ ରହିବାକୁ ଚାହୁଁଥିବା ଲୋକଙ୍କୁ ମିଳୁଛି । ଏହି ଗାଁ ଏକ ପାହାଡି ଗାଁ ଭାବେ ବେସ୍ ପରିଚିତ । ଏହି ଅଞ୍ଚଳର ସୌନ୍ଦର୍ଯ୍ୟତା ଆପଣଙ୍କୁ ନିଜ ଘର ଓ ଗାଁ ଓ ପରିଜନଙ୍କୁ ଭୁଲାଇଦେବ । ହେଲେ ଏହି ଗାଁର ଲୋକସଂଖ୍ୟା କମ୍ ଥିବାରୁ ଗାଁର ଅର୍ଥ ବ୍ୟବସ୍ଥା କ୍ଷତିରେ ଚାଲୁଛି । ଏହାର ସୁଧାର ଆଣିବାକୁ ସ୍ଥାନୀୟ ପ୍ରଶାସନ ଏଭଳି ଘୋଷଣା କରିଥିବା ଜଣାପଡିଛି ।

ସାଣ୍ଟୋ ଷ୍ଟେଫିନୋ ସିସୋନିଆ ଗାଁ ଇଟାଲିର ଅବ୍ରୁଜୋ କ୍ଷେତ୍ରରେ ଅବସ୍ଥିତ । ଏହି ଗାଁର ଜନସଂଖ୍ୟା ୧୧୫ ଜଣ ମାତ୍ର । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ବୟସ ୨୦ ବର୍ଷରୁ କମ୍ ଥିବା ବେଳେ ୪୧ ଜଣଙ୍କର ବୟସ ୬୫ ବର୍ଷରୁ ଅଧିକ । ସ୍ଥାନୀୟ ପ୍ରଶାସନର କହିବା କଥା କି ଏହି ଅଞ୍ଚଳର ନିରନ୍ତର ବିକାଶ ପାଇଁ ଏଭଳି ଯୋଜନା ପ୍ରଣୟନ କରାଯାଇଛି ।

ସ୍ଥାନୀୟ ପ୍ରଶାସନ ମୁତାବକ ଏହି ଗାଁରେ ଯେକୌଣସି ଲୋକ ସ୍ଥାୟୀ ବାସିନ୍ଦା ହୋଇ ରହିବାକୁ ଚାହିଁଲେ ପ୍ରଶାସନ ତାଙ୍କୁ ୬.୯୪ ଲକ୍ଷ ଟଙ୍କା ପ୍ରଦାନ କରିବ । ଯାହାକି ପ୍ରଥମ ୩ ବର୍ଷ ପାଇଁ ଏହି ରାଶି ପ୍ରଦାନ କରାଯିବ । ଏହା ସହ ଏହି ଯୋଜନାରେ ସାମିଲ ହେବାକୁ ଆବେଦନ କରୁଥିବା ଲୋକଙ୍କର ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଦରକାର ।  ଏହି ବିଜ୍ଞାପନ ଦେଖିବା ପରେ ଏଠାରେ ରହିବାକୁ ବର୍ତମାନ ଯାଏଁ ୧୫ ଶହ ଲୋକ ଆବେଦନ କରିଥିବା ଜଣାପଡିଛି । ହେଲେ ପ୍ରଶାସନ କହିଛି କି ଏଠାରେ ଏବେ ୧୦ ଜଣ ଲୋକ ଅର୍ଥାତ ୫ ଯୋଡି ପରିବାରକୁ ରହିବାକୁ ଅନୁମତି ମିଳିବ ।