ସକାଳୁ ଦାନ୍ତ ଘଷିବା ପୂର୍ବରୁ ବ୍ରସ ଓଦା କରୁଛନ୍ତି କି? ସାବଧାନ ! ହୋଇପାରେ ଏପରି ରୋଗ

Advertisment
ସକାଳୁ ଦାନ୍ତ ଘଷିବା ପୂର୍ବରୁ ବ୍ରସ ଓଦା କରୁଛନ୍ତି କି? ସାବଧାନ ! ହୋଇପାରେ ଏପରି ରୋଗ

କନକ ବ୍ୟୁରୋ : ସାଧାରଣ ଭାବରେ ସକାଳେ ଉଠି ମୁହଁ ଧୋଇବା ପରେ ଆମେ ବ୍ରସ୍ କରିଥାଉ। କେତେକ ଲୋକଙ୍କର ଅଭ୍ୟାସ ଯେ,ଦାନ୍ତ ବ୍ରସ୍ କରିବା ପୂର୍ବରୁ ବ୍ରସକୁ ଓଦା କରିଥାଆନ୍ତି। ଏହା ଏକ ସାଧାରଣ ଅଭ୍ୟାସ ,କିନ୍ତୁ ଆପଣ ଜାଣି ବିସ୍ମିତ ହେବେ ଯେ,ଏହି ଅଭ୍ୟାସ ଆପଣଙ୍କୁ ରୋଗଗ୍ରସ୍ତ କରିପାରେ।

publive-imageବିଶେଷଜ୍ଞମାନଙ୍କର କହିବା ଅନୁଯାୟୀ, ଏହାଫଳରେ ଟୁଥ୍ ବ୍ରସ୍ ବି ଖରାପ ହୋଇପାରେ। ଆଉ ଏକ କଥା ହେଲା ଯେ, ଟୁଥ୍ ବ୍ରସରେ ଟୁଥପେଷ୍ଟ ଲଗାଇଲେ ପେଷ୍ଟ ମିଳାଇ ଯାଇଥାଏ। ଏହାଫଳରେ ପେଷ୍ଟର ପ୍ରଭାବ ହ୍ରାସ ପାଇଥାଏ।ଏଣୁ ଦାନ୍ତ ଘଷିବା ବେଳେ ପ୍ରଥମେ ଟୁଥ୍ ବ୍ରସକୁ ଓଦା କରନ୍ତୁ ନାହିଁ। ଯଦି ସେଭଳି କରିବା ଜରୁରୀ,ତେବେ ଟୁଥ୍ ବ୍ରସକୁ ପାଣି ତଳେ ଏକ ସେକେଣ୍ଡରୁ ଅଧିକ ସମୟ ରଖନ୍ତୁ ନାହିଁ। ଆଉ ଏକ ମୁଖ୍ୟ କଥା ହେଲା ଯେ ଟୁଥ୍ ବ୍ରସ୍ ଓଦା କରିଲେ ସେଥିରୁ ଅଧିକ ଫେଣ ବାହାରିଥାଏ,ଯାହା ଦାନ୍ତ ପାଇଁ କ୍ଷତିକାରକ। କାରଣ ଟୁଥପେଷ୍ଟରେ ପାଣି ମିଳିବା ମାତ୍ରେ,ରାସାୟନିକ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ।ଏହାଫଳରେ ଦାନ୍ତର ମାଢ଼ି ଦୁର୍ବଳ ହୋଇଯାଏ।

publive-imageଆଉ ଗୋଟିଏ କଥା ମନେ ରଖିବା ଉଚିତ ଯେ, ଦାନ୍ତ ଘଷିବା ପରେ ବ୍ରସ୍ ସିଧାକରି ରଖିବା ଉଚିତ। ଏହାଫଳରେ ବ୍ରସରେ ଜମା ହୋଇଥିବା ପାଣି ତଳକୁ ଚାଲି ଆସେ। ଖାଲି ସେତିକି ନୁହେଁ, ବ୍ରସରେ କୀଟାଣୁ ରହିବାର ଆଶଙ୍କା ନଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe