କନକ ବ୍ୟୁରୋ : ସାଧାରଣ ନିର୍ବାଚନକୁ ଆଉ ମାତ୍ର ୬ ଦିନ ଥିବା ସମୟରେ ରାଜନୈତିକ ବୟାନବାଜି ମଧ୍ୟ ବଢିବାରେ ଲାଗିଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଦଳିତ ନେତା ତଥା ଡ. ବାବାସାହେବ ଆମ୍ବେଦକରଙ୍କ ନାତି ପ୍ରକାଶ ଆମ୍ବେଦକର ଏକ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ପଡ଼ି ଯାଇଛନ୍ତି। ୨ ଥର ସାଂସଦ ହୋଇଥିବା ପ୍ରକାଶ ଆମ୍ବେଦକର ଇସି (ନିର୍ବାଚନ କମିସନ୍)ଙ୍କୁ ୨ ଦିନ ଜେଲରେ ପୂରାଇବେ ବୋଲି ଧମକ ଦେଇଛନ୍ତି। ଇସି ରାଜନୈତିକ ଦଳ ଗୁଡ଼ିକୁ ପୁଲୱାମା ଆକ୍ରମଣ ସମ୍ପର୍କରେ କହିବାକୁ ବାରଣ କରୁଥିବାରୁ ଏଥିରେ କ୍ଷୁବ୍ଧ ହୋଇ ପ୍ରକାଶ କହିଛନ୍ତି ଯେ ଯଦି କ୍ଷମତାକୁ ଆସିବୁ ତେବେ ଦୁଇ ଦିନ ଇସିଙ୍କୁ ଜେଲରେ ପୂରାଇବୁ। ମହାରାଷ୍ଟ୍ରର ୟବତମାଲା ଜିଲ୍ଲାରେ ଏକ ନିର୍ବାଚନୀ ରାଲିରେ ପ୍ରକାଶ ଆମ୍ବେଦକର ଏଭଳି ଏକ ବିବାଦୀୟ ଟିପ୍ପଣୀ ରଖିଛନ୍ତି।
/kanak/media/post_attachments/wp-content/uploads/2019/04/Untitled-8-3-454x430-1.jpg)