କନକ ବ୍ୟୁରୋ : ସାଧାରଣ ନିର୍ବାଚନକୁ ଆଉ ମାତ୍ର ୬ ଦିନ ଥିବା ସମୟରେ ରାଜନୈତିକ ବୟାନବାଜି ମଧ୍ୟ ବଢିବାରେ ଲାଗିଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଦଳିତ ନେତା ତଥା ଡ. ବାବାସାହେବ ଆମ୍ବେଦକରଙ୍କ ନାତି ପ୍ରକାଶ ଆମ୍ବେଦକର ଏକ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ପଡ଼ି ଯାଇଛନ୍ତି। ୨ ଥର ସାଂସଦ ହୋଇଥିବା ପ୍ରକାଶ ଆମ୍ବେଦକର ଇସି (ନିର୍ବାଚନ କମିସନ୍)ଙ୍କୁ ୨ ଦିନ ଜେଲରେ ପୂରାଇବେ ବୋଲି ଧମକ ଦେଇଛନ୍ତି। ଇସି ରାଜନୈତିକ ଦଳ ଗୁଡ଼ିକୁ ପୁଲୱାମା ଆକ୍ରମଣ ସମ୍ପର୍କରେ କହିବାକୁ ବାରଣ କରୁଥିବାରୁ ଏଥିରେ କ୍ଷୁବ୍ଧ ହୋଇ ପ୍ରକାଶ କହିଛନ୍ତି ଯେ ଯଦି କ୍ଷମତାକୁ ଆସିବୁ ତେବେ ଦୁଇ ଦିନ ଇସିଙ୍କୁ ଜେଲରେ ପୂରାଇବୁ। ମହାରାଷ୍ଟ୍ରର ୟବତମାଲା ଜିଲ୍ଲାରେ ଏକ ନିର୍ବାଚନୀ ରାଲିରେ ପ୍ରକାଶ ଆମ୍ବେଦକର ଏଭଳି ଏକ ବିବାଦୀୟ ଟିପ୍ପଣୀ ରଖିଛନ୍ତି।
ତେବେ ପ୍ରକାଶଙ୍କର ଏହି ବିବାଦୀୟ ଟିପ୍ପଣୀକୁ ଅତି ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ନିର୍ବାଚନ କମିସନ୍। ଏବାବଦରେ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କଠାରୁ ରିପୋର୍ଟ ମାଗିଛନ୍ତି ରାଜ୍ୟ ନିର୍ବାଚନ କମିସନ୍। ଆମ୍ବେଦକର ମହାରାଷ୍ଟ୍ରର ସୋଲାପୁର ଏବଂ ଅକୋଳାରୁ ଭିବିଏ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ଭିବିଏ ଏଥର ରାଜ୍ୟରେ ସମସ୍ତ ୪୮ଟି ଆସନରୁ ନିର୍ବାଚନ ଲଢ଼ିବ। ସେହିପରି ଅନ୍ୟ ଏକ ରାଲିରେ ଆମ୍ବେଦକର କହିଛନ୍ତି ଯେ ଯଦି ସେ କ୍ଷମତାକୁ ଆସିବେ ତେବେ ମୋଦୀ ସରକାରଙ୍କ ଦ୍ବାରା କରାଯାଇଥିବା ବିମୁଦ୍ରୀକରଣକୁ ସେ ପୁନଃ ମୁଦ୍ରୀକରଣ କରାଇବେ।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/prakash-ambedkar_.jpeg)