କନକ ବ୍ୟୁରୋ : ସଙ୍କଟ ବେଳେ ମନେ ପଡିଲା ଭାରତ । ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଏହାକୁ ନେଇ ଶହବାଜ ସରକାର ବିରୋଧରେ ଲୋକମାନେ ପ୍ରତିବାଦ କରୁଛନ୍ତି । ବିଶେଷ କରି ପାକିସ୍ତାନ ଅଧିକୃତ କାଶ୍ମୀରରେ ସରକାର ବିରୋଧୀ ବିକ୍ଷୋଭ ଉଗ୍ର ହେବାରେ ଲାଗିଛି । ପିଓକେ ଅନ୍ତର୍ଗତ ଗିଲଗିଟ୍ ବାଲଟିସ୍ତାନରେ ଗତ ୧୮ ଦିନ ଧରି ଲୋକଙ୍କର ପ୍ରତିବାଦ ବିକ୍ଷୋଭ ଜାରି ରହିଛି ।

Advertisment

ଶହବାଜ ସରିଫ ସରକାର ବିରୋଧରେ ଲୋକେ ପ୍ରତିବାଦ, ନାରାବାଜି କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ କୁଶପୁତଳିକା ଦାହ କରି ଲୋକେ ନାୟ ଦାବି କରିଛନ୍ତି । ଖାଦ୍ୟ ସଙ୍କଟ ଏବଂ ପାକ୍ ସରକାରଙ୍କ ଭେଦଭାବ ନୀତି ବିରୋଧରେ ଦିନକୁ ଦିନ ଗିଲଗିଟ୍ ବାଲଟିସ୍ତାନରେ ବିକ୍ଷୋଭ ତେଜିବାର ଲାଗିଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ମନେ ପଡିଛି ଭାରତ କଥା । ଏକ ଇଂଟରଭ୍ୟୁରେ ପାକ୍ ପ୍ରଧାନମନ୍ତ୍ରୀ, ଭାରତକୁ ଅପିଲ୍ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ କାଶ୍ମୀର ସମସ୍ୟାକୁ ଗୁରୁତର ସହ ନିଅନ୍ତୁ ।

ଆମକୁ ଏବେ ସବୁ ପୁରୁଣା କଥା ଭୁଲି ସାମ୍ନାସାମ୍ନି ବସି ଆଲୋଚନା କରିବା ଉଚିତ୍ । କାଶ୍ମୀରରେ ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ଗତ କିଛି ଦିନ ଆଗରୁ ଗିଲଗିଟ୍ ବାଲ୍ଟିସ୍ତାନବାସୀ ଭାରତ ସରକାରଙ୍କୁ ଅପିଲ କରିଥିଲେ, ଆମ ସମସ୍ୟା ବୁଝନ୍ତୁ । ଆମେ ପାକିସ୍ତାନଠାରୁ ଅଲଗା ହେବାକୁ ଚାହୁଁଛୁ ଏବଂ ଲଦାଖ ସହ ମିଶିବାକୁ ଚାହୁଁଛୁ । ପାକ୍ ସରକାର ଆମକୁ ମୌଳିକ ସୁବିଧା ଯୋଗାଇବାରେ ଅକ୍ଷମ । ତେଣୁ ଭାରତ ଏଥିରେ ହସ୍ତକ୍ଷେପ କରିବାକୁ ଆମେ ଅପିଲ କରୁଛୁ ।

ସଙ୍କଟ ବେଳେ ମନେ ପଡ଼ିଲେ ମୋଦୀ

- ଗିଲଗିଟ୍ ବାଲଟିସ୍ତାନରେ ତେଜୁଛି ପ୍ରତିବାଦ
- ପାକ୍ ସରକାର ବିରୋଧରେ ତେଜୁଛି ଆନ୍ଦୋଳନ
- ପାକିସ୍ତାନ ଅଧିକୃତ କାଶ୍ମୀରରେ ସ୍ଥିତି ସାଂଘାତିକ୍
- ସମସ୍ୟାବେଳେ ଶହବାଜ ସରିଫଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗୁହାରି
- କାଶ୍ମୀର ସମସ୍ୟା ନେଇ ବୈଠକ କରନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ
- ପ୍ରଧାନମନ୍ତ୍ରୀ ମୋଦୀ ସାମ୍ନାସାମ୍ନି ବୈଠକ ପାଇଁ ଡାକନ୍ତୁ
- ଆମେ ଭାରତ ସହ ୩ଟି ଯୁଦ୍ଧ ଲଢ଼ିଛୁ
- ହେଲେ ଏବେ ଆମେ ଯୁଦ୍ଧ ନୁହେଁ ପ୍ରଗତି ଚାହୁଁଛୁ
- ବେରୋଜଗାରୀ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସମସ୍ୟାର ସମାଧାନ ଚାହୁଁଛୁ
- ଆମ ସମ୍ପତିକୁ ବୋମା, ବାରୁଦରେ ନଷ୍ଟ କରିବାକୁ ଚାହୁଁନାହୁଁ
- ପ୍ରଧାନମନ୍ତ୍ରୀ ମୋଦୀ ଆମକୁ ଆଲୋଚନା ପାଇଁ ଡାକନ୍ତୁ