ମୋବାଇଲ ହଜିଗଲେ କିମ୍ବା ଚୋରିହେଲେ ଆଉ ରହିବନି ଚିନ୍ତା ! ତୁରନ୍ତ ଏହି ନମ୍ବରରେ କରନ୍ତୁ ଅଭିଯୋଗ ।

52

ସମ୍ପ୍ରତି ସମାଜରେ ମୋବାଇଲର ଚାହିଦା ବଢି ବଢି ଚାଲିଛି । ମୋବାଇଲର ଚାହିଦା ବଢିବା ସାଙ୍ଗକୁ ମୋବାଇଲ ଫୋନ ଚୋରିହେବା ଘଟଣା ମଧ୍ୟ ଦିନକୁ ଦିନ ବଢି ବଢି ଚାଲିଛି । ଏହି ସମସ୍ୟକୁ ଆଖି ଆଗରେ ରଖି ସରକାର ହେଲ୍ପଲାଇନ ନମ୍ବର ୧୪୪୨୨ ଜାରି କରିଛନ୍ତି । ଏହି ନମ୍ବରରେ ଅଭିଯୋଗ କଲେ, ଉଭୟ ପୋଲିସ ଏବଂ ଏବଂ ଚୋରି ହୋଇଯାଇଥିବା ମୋବାଇଲ ଫୋନର କମ୍ପାନୀ ମୋବାଇକୁ ଖୋଜିବାରେ ଲାଗିପଡିବେ । ଚଳିତ ବର୍ଷ ମେ ମାସ ଶେଷରେ ଦୂରସଂଚାର ମନ୍ତ୍ରାଳୟ ମହାରାଷ୍ଟ୍ରରେ ଏହି ସେବାର ଆରମ୍ଭ କରିବ । ଦେଶର ଅନ୍ୟ ୨୧ଟି ଦୂରସଂଚାର ସର୍କଲର କେତେକ ସ୍ଥାନରେ ଏହି ସେବାକୁ ଡିସେମ୍ବର ମାସ ସୁଦ୍ଧା ଲାଗୁ କରାଯିବ ।

ଦୂରସଂଚାର ପ୍ରାଦ୍ୟୋଗିକ କେନ୍ଦ୍ର , ଚୋରି ହୋଇଯାଇଥିବା କିମ୍ବା ହଜିଯାଇଥିବା ମୋବାଇଲ ଫୋନର ସନ୍ଧାନ ଲଗାଇବା ପାଇଁ ସେଣ୍ଟ୍ରାଲ ଇକ୍ୟୁପମେଣ୍ଟ ଆଇଡେଣ୍ଟଟିଟି ରେଜିଷ୍ଟାର (ସିଇଆଇଆର) ପ୍ରସ୍ତୁତ କରିସାରିଛନ୍ତି । ସିଇଆଇଆରରେ ଦେଶର ସମସ୍ତ ନାଗରିକ ମାନଙ୍କର ମୋବାଇଲ ମଡେଲ, ସିମ ନମ୍ବର ଏବଂ ଆଇଏମଇଆଇ ନମ୍ବର ଉପଲବ୍ଧ ରହିଛି । ମୋବାଇଲ ମଡେଲରେ ନିର୍ମାତା କମ୍ପାନୀ ଦ୍ୱାରା ଜାରି କରାଯାଇଥିବା ଆଇଏମଇଆଇ ନମ୍ବରକୁ ମଧ୍ୟ ସି-ଡଟ ବିକଶିତ କରିଛି । ଏହାକୁ ରାଜ୍ୟ ପୋଲିସକୁ ହସ୍ତାନ୍ତର କରାଯିବ । ମୋବାଇଲ ହଜିବା ପରେ କିମ୍ବା ଚୋରୀ ହେବା ପରେ ଅଭିଯୋଗ ଦାଖଲ କରିବା ଦ୍ୱାରା ପୋଲିସ ଏବଂ ମୋବାଇଲର ନିର୍ମାତା କମ୍ପାନୀ ଆଇଏମଇଆଇ ନମ୍ବର ମାଧ୍ୟମରେ ମୋବାଇଲକୁ ଖୋଜିବା ଆରମ୍ଭ କରିଦେବେ । ଯଦି ଆଇଏମଇଆଇ ନମ୍ବର ପରିବର୍ତ୍ତନ କରାଯାଇଥିବା ତେବେ ସେବା ପ୍ରଦାନକାରୀ ଏହାକୁ ବନ୍ଦ କରିଦେବେ । କିନ୍ତୁ ସେବା ବନ୍ଦ ହେବା ପରେ ମଧ୍ୟ ପୋଲିସ ମୋବାଇଲକୁ ଟ୍ରାକ କରିପାରିବ ।

ମୋବାଇଲ ଚୋରି ହେବା କିମ୍ବା ହଜିଯିବାର ଅଭିଯୋଗ ମିଳିବା ପରେ ମୋବାଇଲରେ ଯେକୌଣସି ସିମ ଲଗାଯିବା ଦ୍ୱାରା ନେଟୱାର୍କ ଆସିବ ନାହିଁ । କିନ୍ତୁ ଏହି ମୋବାଇଲର ଟ୍ରାକିଂ ପୋଲିସ କରିପାରିବ । ଗତ କିଛି ବର୍ଷ ଧରି ମୋବାଇଲ ଚୋରି ହେବା ଘଟଣା ବଢୁଥିବାରୁ ଏହାକୁ ଆଖି ଆଗରେ ରଖି ସି-ଡଟକୁ ଦୂରସଂଚାର ମନ୍ତ୍ରାଳୟ ଏହି ସେବାକୁ ବିକଶିତ କରିବା ପାଇଁ କହିଛି । ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଦେଶରେ ଗୋଟିଏ ଆଇଏମଇଆଇ ନମ୍ବରରେ ୧୮୦୦୦ ହ୍ୟାଣ୍ଡସେଟ ଚାଲୁଛି ।