କନକ ବ୍ୟୁରୋ : କାଶ୍ମୀର ପ୍ରସଙ୍ଗରେ ପୁଣି ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଚାହିଁଲେ ସେ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବେ ବୋଲି କହିଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତିଙ୍କ ଏହି ପ୍ରସ୍ତାବକୁ ଭାରତ ରୋକଠୋକ୍ ପ୍ରତ୍ୟାଖ୍ୟାନ କରିଛି । ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ମୋଦି ମଧ୍ୟ ମଧ୍ୟସ୍ଥତା କରିବାକୁ କହି ବିବାଦ ସୃଷ୍ଟି କରିଥିଲେ ଟ୍ରମ୍ପ । ଏଥର କିନ୍ତୁ ୟୁ-ଟର୍ଣ୍ଣ ନେଇ ମଧ୍ୟସ୍ଥତା ପାଇଁ ନିଜ ଆଡ଼ୁ ପ୍ରସ୍ତାବ ଦେଇଛନ୍ତି ।

Advertisment

କଥା ବଦଳାଇଲା ଆମେରିକା । ୟୁ-ଟର୍ଣ୍ଣ ମାରିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୁଣି ଥରେ କାଶ୍ମୀର ମାମଲାରେ ମୁଣ୍ଡ ଖେଳାଇଲା ଆମେରିକା । କାଶ୍ମୀରକୁ ନେଇ ମଧ୍ୟସ୍ଥତା କରିବାକୁ ଆଗ୍ରହ ଦେଖାଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଚାହିଁଲେ କାଶ୍ମୀର ମାମଲାରେ ସେ ମଧ୍ୟସ୍ଥତା କରିବାକୁ ଆଗ୍ରହୀ । ଏହା ବାଦ ଟ୍ରମ୍ପ କହିଛନ୍ତି ଯଦି ଦୁଇ ଦେଶକୁ ଲାଗୁଛି କାଶ୍ମୀର ମାମଲାକୁ ନେଇ ମଧ୍ୟସ୍ଥତା ଆବଶ୍ୟକ, ତେବେ ସେ ଏନେଇ କିଛି କରିପାରିବେ । ହେଲେ କିଛିଦିନ ତଳେ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଅନୁରୋଧ କରିଥିବା କହିଥିଲେ ଟ୍ରମ୍ପ । ଯାହାକୁ ନେଇ ଭାରତର ପ୍ରବଳ ପ୍ରତିକ୍ରିୟା ପରେ ପୁଣି କଥା ବଦଳାଇଥିଲା ହ୍ୱାଇଟ ହାଉସ ।

publive-imageପୁଣି କାଶ୍ମୀର ମାମଲାରେ ଆମେରିକା ମୁଣ୍ଡ ଖେଳାଇଥିବାବେଳେ ଏଥର କିନ୍ତୁ ବଦଳି ଯାଇଛି ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ୱର । ପୂର୍ବରୁ ମୋଦି ଏଥିପାଇଁ ଅନୁରୋଧ କରିଥିବା କହିଥିଲେ ଆମେରିକା ରାଷ୍ଟ୍ରପତି । ହେଲେ ଏଥର କହିଛନ୍ତି ମୋଦି ଅନୁରୋଧ କଲେ ସେ ମଧ୍ୟସ୍ଥତା କରିବାକୁ ଆଗ୍ରହୀ ।

କିଛି ଦିନ ତଳେ ଆମେରିକା ଗସ୍ତରେ ଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ସେତେବେଳେ ଟ୍ରମ୍ପ ପ୍ରଥମେ କହିଥିଲେ କାଶ୍ମୀର ମାମଲାରେ ମଧ୍ୟସ୍ଥତା ନେଇ ତାଙ୍କୁ ମୋଦୀ କହିଛନ୍ତି । ଟ୍ରମ୍ପଙ୍କ ଏହି ବୟାନକୁ ନେଇ ଭାରତ ଓ ଆମେରିକାରେ ବିବାଦ ଜୋର ଧରିବା ପରେ ସଫେଇ ରଖିଥିଲା ହ୍ୱାଇଟ୍ ହାଉସ । ଭାରତୀୟ ସଂସଦରେ ବୈଦେଶିକ ମନ୍ତ୍ରୀ ଉତ୍ତର ରଖି କହିଥିଲେ ଯେ, କାଶ୍ମୀର ପ୍ରସଙ୍ଗରେ ଭାରତ କେବେହେଲେ ଆମେରିକାକୁ ମଧ୍ୟସ୍ଥତା କରିବା ପାଇଁ କହିନାହିଁ । ଏହା କେବଳ ଏକ ଦ୍ୱିପାକ୍ଷିକ ମାମଲା । ଏବଂ ଏହି ଦ୍ୱିପାକ୍ଷିକ ଆଲୋଚନା ସେତେବେଳେ ସମ୍ଭବ, ଯେତେବେଳେ ପାକିସ୍ତାନ ନିଜ ମାଟିରୁ ଆତଙ୍କବାଦକୁ ଶେଷ କରିବ ।

publive-imageସେପଟେ ଟ୍ରମ୍ପଙ୍କ ବୟାନ ପରେ ପୁଣିଥରେ ଭାରତ କହିଛି, ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ମାମଲା । ବ୍ୟାଙ୍କକ୍ ଏସିଆନ ସମ୍ମିଟରେ ଯୋଗ ଦେଇଥିବା ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏ ନେଇ ଟ୍ୱିଟ୍ କରିଛନ୍ତି । ଆମେରିକା ବୈଦେଶିକ ସଚିବ ମାଇକୋ ପୋମ୍ପିଅଙ୍କ ସହ ସାକ୍ଷାତ ସମୟରେ ସେ ଏହିକଥା ସ୍ପଷ୍ଟ କରିଦେଇଥିବା ଟ୍ୱିଟ କରି ଜଣାଇଛନ୍ତି । ଗତବର୍ଷ ପାକିସ୍ତାନ ଉପରେ ବେଶ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଉଥିଲା ଆମେରିକା । ପାକ୍ ନେତାମାନଙ୍କୁ ମିଛୁଆ କହି ଖୁବ ବର୍ଷୁଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହେଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗସ୍ତ ପରେ ତରଳିଯାଇଛି ଟ୍ରମ୍ପଙ୍କ ମନ ।

publive-imageଗତ ଦୁଇ ଦଶନ୍ଧି ହେଲା କାଶ୍ମୀର ମାମଲାରେ ହସ୍ତକ୍ଷେପ କରିବାକୁ ବାରମ୍ବାର ବୃଥା ପ୍ରୟାସ କରିଆସିଛି ଆମେରିକା । ଆମେରିକା ଚିନ୍ତା କରୁଛି ଯେ, ଆଫଗାନିସ୍ତାନରେ ଲାଗିରହିଥିବା ଯୁଦ୍ଧ ଶେଷ କରିବାରେ ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀର ବିବାଦ ହିଁ ବାଧକ ହୋଇଛି । କାରଣ ଆଫଗାନିସ୍ତାନରେ ଭାରତର ପ୍ରଭାବକୁ ରୋକିବା ପାଇଁ ପାକିସ୍ତାନୀ ସେନା ତିଲିବାନକୁ ସହାୟତା କରୁଛି । ତେଣୁ ଭାରତ-ପାକିସ୍ତାନ ବିବାଦ ସମାଧାନ ହେଲେ ଆଫଗାନିସ୍ତାନରେ ଯୁଦ୍ଧ ଶେଷ ହୋଇପାରିବ ।