ଦଳ ଟିକଟ ନଦେଲେ ମୁଁ ସ୍ୱାଧୀନ ଭାବେ ଲଢିବି, ଆଉ କେଉଁ ଦଳକୁ ଯିବିନାହିଁ: ମହମ୍ମଦ ମୋକିମ୍

124

କନକ ବ୍ୟୁରୋ: କଂଗ୍ରେସ ଦଳ ଯହି ମୋତେ ଟିକଟ ନଦିଏ ତେବେ ମୁଁ ସ୍ୱାଧୀନ ଭାବେ ଲଢିବି । କଂଗ୍ରେସର ବିଚାର ଧାରା ସହ ଚାଲିବି, ଆଉ କେଉଁ ଦଳକୁ ଯିବିନାହିଁ । କଂଗ୍ରେସରୁ ନିଲମ୍ବିତ ହେବା ପରେ କିଛି ଏଭଳି କହିଛନ୍ତି କଂଗ୍ରେସ ବିଧାୟ ମହମ୍ମଦ ମୋକିମ୍ । ସେ କହିଛନ୍ତି ୨୦୨୪ ନିର୍ବାଚନ ପାଇଁ ଏବେ ବହୁତ ସମୟ ଅଛି । କଂଗ୍ରେସର ବିଚାର ଧାରା ସହ ଚାଲିବି, ଆଉ କେଉଁ ଦଳକୁ ଯିବିନାହିଁ । କଂଗ୍ରେସ ଦଳରେ ସମସ୍ତଙ୍କ ପାଇଁ ସମାନ ନିୟମ ରହିବା ଆବଶ୍ୟକତା ରହିଛି ।

ସେ କହିଛନ୍ତି, କଂଗ୍ରେସ ସହ ଥିଲି, ଅଛି ଆଉ ରହିବି । ମୁଁ କୌଣସି ଦଳ ବିରୋଧୀ କାମ କରିନାହିଁ । ଲୋକଙ୍କ ସେବା ପାଇଁ ରାଜନୀତିରେ ଅଛି । କୌଣସି ଜାଗାରେ କଂଗ୍ରେସକୁ କ୍ଷତି ହେଲାଭଳି ମନ୍ତବ୍ୟ ଦେଇନାହିଁ । କିଛି ଟିପ୍ପଣୀ ଆଧାରରେ କାହାକୁ ଫୋପାଡିବା ସହଜ ନୁହେଁ ।