ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ପ୍ରସଙ୍ଗ । ଅଧ୍ୟାଦେଶ ଆଇନରେ ପରିଣତ ହେଲେ ବିଶ୍ୱବିଦ୍ୟାଳୟ ମାନଙ୍କର ଶିକ୍ଷାର ମାନ ହ୍ରାସ ପାଇବ : ବିଶିଷ୍ଟ ଶିକ୍ଷାବିତ୍

Advertisment
ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ପ୍ରସଙ୍ଗ । ଅଧ୍ୟାଦେଶ ଆଇନରେ ପରିଣତ ହେଲେ ବିଶ୍ୱବିଦ୍ୟାଳୟ ମାନଙ୍କର ଶିକ୍ଷାର ମାନ ହ୍ରାସ ପାଇବ : ବିଶିଷ୍ଟ ଶିକ୍ଷାବିତ୍

କନକ ବ୍ୟୁରୋ : ଆଜି ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ଓ ପୂର୍ବତନ କୁଳପତି ଓ ପ୍ରଫେସର ମାନଙ୍କର ଏକ ପ୍ରତିନିଧି ଦଳ  ମହାମହିମ ରାଜ୍ୟପାଳଙ୍କୁ ଭେଟି ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ବିଷୟରେ ଆଲୋଚନା କରିଥିଲେ। ପ୍ରତିନିଧି ଦଳରେ ନିମ୍ନଲିଖିତ ବିଶିଷ୍ଟ ଶିକ୍ଷାବିତ୍ ଯୋଗ ଦେଇଥିଲେ ।

୧.ପ୍ର ବିନାୟକ ରଥ, ପ୍ରାକ୍ତନ କୁଳପତି, ଉତ୍କଳ ବିଶ୍ଵବିଦ୍ୟାଳୟ

୨. ପ୍ର ଅଜିତ ମହାନ୍ତି, ପ୍ରାକ୍ତନ ପ୍ରଫେସର, ଜେ ଏନ ଇଉ

୩. ପ୍ର ଲମ୍ବୋଦର ପ୍ରସାଦ ସିଂହ, ପ୍ରାକ୍ତନ ପ୍ରଫେସର, ଉତ୍କଳ ବିଶ୍ଵବିଦ୍ୟାଳୟ

୪. ପ୍ର ଶିବ ପ୍ରସାଦ ଅଧିକାରୀ, ପ୍ରାକ୍ତନ କୁଳପତି, ଫକୀର ମୋହନ ବିଶ୍ୱବିଦ୍ୟାଳୟ

୫. ପ୍ର ପ୍ରଫୁଲ୍ଲ କୁମାର ମହାପାତ୍ର, ପ୍ରାକ୍ତନ ପ୍ରଫେସର, ଉତ୍କଳ ବିଶ୍ଵବିଦ୍ୟାଳୟ

୬. ପ୍ର ଶିବ ପ୍ରସାଦ ରଥ, ପ୍ରାକ୍ତନ କୁଳପତି , ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ

ଆଲୋଚନା ମାଧ୍ୟମରେ ପ୍ରତିନିଧି ମାନେ ଏହି ଅଧ୍ୟାଦେଶ ଆଇନ ରେ ପରିଣତ ହେଲେ ଓଡ଼ିଶାର ବିଶ୍ୱବିଦ୍ୟାଳୟ ମାନଙ୍କର ସ୍ୱାୟତତ୍ତ୍ୱା ହ୍ରାସ ପାଇବା ସଂଗେ ସଂଗେ ଉଚ୍ଚ ଶିକ୍ଷା ର ମାନ ମଧ୍ୟ ହ୍ରାସ ପାଇବ ବୋଲି କୁଳାଧିପତିଙ୍କୁ ଜଣାଇଥିଲେ।

ତରବରିଆ ଭାବେ ଅଣାଯାଇଥିବା ସରକାରଙ୍କ ଏଇ ଉଚ୍ଚ ଶିକ୍ଷା ବିରୋଧୀ ଆଇନକୁ ରାଜ୍ୟପାଳ ମହୋଦୟ ମଞ୍ଜୁରୀ ନଦେଇ ମହାମହିମ ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ଦେବା ପାଇଁ ସେମାନେ ଅନୁରୋଧ କରିଛନ୍ତି। ସମ୍ବିଧାନ ଅନୁସାରେ ଉଚ୍ଚ ଶିକ୍ଷା ବିଷୟରେ ଆଇନ ପ୍ରାଣୟନର ଅଧିକାର କେବଳ କେନ୍ଦ୍ର ସରକାରଙ୍କର ରହିଛି ଓ ରାଜ୍ୟର ଆଇନ କେନ୍ଦ୍ର ଆଇନର ବିରୋଧୀ ହେଲେ ତାହା ମାନ୍ୟବର ନ୍ୟାୟାଳୟରେ ନାକାମୀ ହେଇଯିବ ବୋଲି ସେମାନେ ଯୁକ୍ତି ବାଢିଥିଲେ। ଏହି ଅଧ୍ୟାଦେଶ ଟଏଉ ଇମଗ୍ଧ ର ପରିପନ୍ଥୀ ଓ ଅଦାଲତରେ ନାକଚ ହେବାର ସମ୍ଭାବନା ନିଶ୍ଚିତ।

କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷାନିତୀ ଅନୁସାରେ ସବୁ ବିଶ୍ୱବିଦ୍ୟାଳୟ ଗୁଡିକୁ ସମ୍ପୂର୍ଣ ସ୍ୱାୟତ୍ତତା ଦିଆଯିବାର ବ୍ୟବସ୍ଥା ଥିବା ବେଳେ ଓଡ଼ିଶାରେ ଏମିତି କୁଳାଧିପତି ଓ ବିଶ୍ୱବିଦ୍ୟାଳୟ ଗୁଡିକୁ ସରକାରଙ୍କ ଚାଳିତ ମହାବିଦ୍ୟାଳୟ ଭଳି କରିବା ଦୁଃଖର ବିଷୟ।

ଦେଶରେ ଆଉ କୌଣସି ରାଜ୍ୟରେ ସେନେଟ ଭଳି ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଧାରଣ କରୁଥିବା ଅନୁଷ୍ଠାନକୁ ଉଛେଦ କରାଯାଇନଥିବାବେଳେ ଓଡ଼ିଶାରେ ଏହା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସିଣ୍ଡିକେଟ ଓ ଅଧ୍ୟାପକ ଚୟନରେ ଅମଲା ତନ୍ତ୍ର ର ହସ୍ତକ୍ଷେପ କୁ ସେମାନେ ନିନ୍ଦା କରିଥିଲେ।  ରାଜ୍ୟପାଳ ମହୋଦୟ ସେମାନଙ୍କ ମତାମତ ଜାଣିଲା ପରେ ଏଇ ଅଧ୍ୟାଦେଶ ଆଇନ ପ୍ରଣୟନ ହେବା ପୂର୍ବରୁ ଗୁରୁତର ସହ ବିଚାର କରିବେ ବୋଲି ଆଶ୍ୱାସନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe