କନକ ବ୍ୟୁରୋ : ଆଜି ଖୋଲିବ ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଏସଓପି ଦିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଜିଠାରୁ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ ।

ଆଇନମନ୍ତ୍ରୀ କହିଛନ୍ତି, ଗଣତି ମଣତି ବେଳେ ଆରବିଆଇ  ପ୍ରତିନିଧି ଉପସ୍ଥିତ ରହିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସବୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଚାବିରେ ଖୋଲି ନହେଲେ ତାଲା ଭଙ୍ଗାଯିବ । ତାଲା ଖୋଲାଯିବା ବେଳେ ଉପସ୍ଥିତ ରହିବେ ମାଜିଷ୍ଟ୍ରେଟ । ପ୍ରତିଟି ଅଳଙ୍କାରର ମୂଲ୍ୟ ସହ ଡିଜିଟାଲ ଡକ୍ୟୁମେଂଟ ତିଆରି ହେବ । ଶୁଭବେଳା ଦେଖି ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ନିଷ୍ପତ୍ତି ହେବ । ଦିନ ଗୋଟାଏରୁ ସାଢେ ଗୋଟାଏ ମଧ୍ୟରେ ଖୋଲିପାରେ ରତ୍ନଭଣ୍ଡାର । ମରାମତି ଓ ଗଣତିମଣତି ବିବାଦ କାର୍ଯ୍ୟରେ ସ୍ୱଚ୍ଛତା ପାଇଁ ବିଭିନ୍ନ କମିଟି ଗଠନ । ମହାପ୍ରଭୁଙ୍କ ଦର୍ଶନ ଓ ନୀତିକାନ୍ତିରେ କୌଣସି ପ୍ରଭାବ ପଡିବନି ବୋଲି କହିଛନ୍ତି ଆଇନମନ୍ତ୍ରୀ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ସେବାୟତ ନିଯୋଗ ସହ ଆଲୋଚନା ହୋଇଛି । ମାର୍ଗଦର୍ଶିକା ଅନୁସାରେ ପଦକ୍ଷେପ ନିଆଯିବ । ରତ୍ନୠଣ୍ଡାର ପ୍ରବେଶ ପୂର୍ବରୁ ଲୋକନାଥଙ୍କ ପୂଜା ହେବା ସହ ବିମଳାଙ୍କ ପାଖରେ ଗୁଆ ଟେକା ହେବ ।

ଏବେ ରତ୍ନଭଣ୍ଡାର ଓ ରତ୍ନ ଅଳଙ୍କାର ସମ୍ପର୍କିତ କିଛି ତଥ୍ୟ ଉପରେ ନଜର ପକାନ୍ତୁ...

ଗଜପତିମାନେ ଦାନ କରିଛନ୍ତି ବିପୁଳ ସୁନା, ଅଳଙ୍କାର

୧୪୬୬ରେ ପ୍ରଚୁର ସୁନା ଦାନ ଦିଆଯାଇଛି

ରାଜା ଅନଙ୍ଗ ଭୀମ ଦେବ ୨ ଲକ୍ଷ ୫୦ ହଜାର ମାଢ଼ ସୁନା ଦାନ କରିଥିଲେ

୧ ମାଢ଼ ହେଉଛି ଅଧ ତୋଳା ବା ୫.୮୩୧୯ ଗ୍ରାମ

ମହାପ୍ରଭୁଙ୍କ ଅଳଙ୍କାର ପ୍ରସ୍ତୁତି ପାଇଁ ସୁନା ଦେଇଥିଲେ ରାଜା ଅନଙ୍ଗ ଭୀମ ଦେବ

ସୂର୍ଯ୍ୟବଂଶୀ ରାଜାମାନେ ରତ୍ନ ଅଳଙ୍କାର ଓ ସୁନା ଦାନ କରିଛନ୍ତି

ଗଜପତି କପିଳେନ୍ଦ୍ର ଦେବ ୧୪୬୬ରେ ପ୍ରଚୁର ସୁନା ଦାନ କରିଥିଲେ

ରତ୍ନ ଅଳଙ୍କାର ସମେତ ବାସନ ବି ଦାନ ଆକାରରେ ଦେଇଥିଲେ

ବିଶିଷ୍ଟ ଐତିହାସିକ ଆର୍‌.ଡି ବାନାର୍ଜୀଙ୍କ ‘ହିଷ୍ଟ୍ରି ଅଫ୍‌ ଓଡ଼ିଶା’ ପୁସ୍ତକରେ ରହିଛି ଏନେଇ ସୂଚନା

ପୃଷ୍ଠା ୩୦ରେ ୧୪୬୬ ଖ୍ରୀଷ୍ଟାବ୍ଦରେ ବହୁ ରତ୍ନ ଦାନ ସୂତ୍ରରେ ଶ୍ରୀମନ୍ଦିରକୁ ଦିଆଯାଇଥିବା ଉଲ୍ଲେଖ

୧୯୨୬ ରେକର୍ଡ

୧୯୨୬ରେ ଥିଲା ୮୩୭ ପ୍ରକାର ଅଳଙ୍କାର

ଗଜପତି ମୁକୁନ୍ଦ ଦେବଙ୍କ ମୃତ୍ୟୁ ପରେ ତାଙ୍କ ପାଳିତ ପୁଅ ରାଜପଦ ପାଇଥିଲେ

ବାମଣ୍ଡା ରାଜା ସୁଢ଼ଳ ଦେବଙ୍କ ନାତି ମୋହିନୀ ମୋହନଙ୍କୁ ମିଳିଲା ରାଜପଦ

୧୯୨୬ ଫେବ୍ରୁଆରୀ ୧୪ରେ ଗଜପତି ରାମଚନ୍ଦ୍ର ଦେବ ଭାବେ ରାଜପଦ ପାଇଲେ

ତାଙ୍କୁ ମିଳିଥିଲା ଶ୍ରୀଜଗନ୍ନାଥ ମନ୍ଦିରର ଅଧୀକ୍ଷକ ଦାୟିତ୍ବ

ଶ୍ରୀମନ୍ଦିର ସମ୍ପତ୍ତିର ଦାୟିତ୍ବ ମଧ୍ୟ ଅର୍ପଣ କରାଯାଇଥିଲା

ଗଜପତି ରାମଚନ୍ଦ୍ର ଦେବ ଚତୁର୍ଥଙ୍କ ସମୟରେ ତାଲିକା ପ୍ରସ୍ତୁତ ହୋଇଥିଲା

ତତ୍କାଳୀନ ଜିଲ୍ଲାପାଳ ଦୟାନିଧି ଦାସଙ୍କ ଦସ୍ତଖତରେ ତାଲିକା ହେଲା

ପୁରୀ କଲେକ୍ଟରେଟ୍‌ ରେକର୍ଡ ରୁମ୍‌ରେ ରଖାଯାଇଥିଲା ତାଲିକା

ରାୟ ବାହାଦୂର ଲୋକନାଥ ମିଶ୍ର ଓ ଏମାର ମଠ ମହନ୍ତଙ୍କ ସ୍ବୀକାରୋକ୍ତି ଥିଲା

ରେକର୍ଡ ଅନୁସାରେ ରତ୍ନଭଣ୍ଡାରରେ ୮୩୭ ପ୍ରକାର ରତ୍ନ ଅଳଙ୍କାର ଥିଲା

ସୁନା ଅଳଙ୍କାର 

ସୁନାଫଳ, ପୁଷ୍ପ, ପତ୍ରର ଅଳଙ୍କାର

ମହାପ୍ରଭୁଙ୍କୁ ସଜେଇବା ପାଇଁ ରତ୍ନଭଣ୍ଡାରରେ ଅଛି ବିଭିନ୍ନ ଆକୃତିର ଅଳଙ୍କାର

ଫଳ, ଫୁଲ ଓ ପତ୍ର ସଦୃଶ ଅଳଙ୍କାର ରହିଥିବା ସୂଚନା

ଚାରି ପ୍ରକାର ଫଳ କରମଙ୍ଗା, ଅଁଳା, ହରିଡ଼ା ଓ ବାହାଡ଼ା ଆକୃତିର ସୁନା ଅଳଙ୍କାର ଅଛି

ସ୍ବର୍ଗତ ରବୀନ୍ଦ୍ର ନାରାୟଣ ମିଶ୍ର ପୂର୍ବରୁ ଦେଇଥିବା ବୟାନରୁ ଏହା ସ୍ପଷ୍ଟ

୭ ପ୍ରକାରର ପୁଷ୍ପ ଆକୃତିର ସୁନା ଅଳଙ୍କାର ମଧ୍ୟ ରହିଛି

ଚମ୍ପାକଢ଼ି ମାଳା, ସୋରିଷିଆ ମାଳା, ହୀରାଫୁଲ କଣ୍ଠି

ସୁନା ସେବତୀ ମାଳି, କଦମ୍ବ ମାଳି, ପଦ୍ମ ମାଳା ଓ ପାରିଜାତ ମାଳା ଅଳଙ୍କାର ରହିଛି

ତିନିଟି ପତ୍ର ସଦୃଶ ସୁନା ଅଳଙ୍କାର ମଧ୍ୟ ରତ୍ନଭଣ୍ଡାରରେ ରହିଛି

ସୁନା ପାନପତ୍ରୀ, ତୁଳସୀ ପତ୍ର ମାଳି, ରତ୍ନ ଖଚିତ ବେଲପତ୍ରୀ ମାଳି ଓ ସୁନା ବେଲପତ୍ର ମାଳି

ଏହାବ୍ୟତୀତ ସୁଉକି ମାଳି ଓ ଘାଗଡ଼ା ମାଳି ଆଦି ରହିଛି

୧୯୭୮ ରତ୍ନଭଣ୍ଡାର ରେକର୍ଡ

୧୯୭୮ ମସିହାରେ ୭୪୭ ପ୍ରକାରର ଅଳଙ୍କାର ଥିଲା

୧୨,୮୩୮ ଭରି ସୁନା ଓ ୨୨,୧୫୩ ଭରି ରୁପା ସହ ଅନେକ ଦୁର୍ମୂଲ୍ୟ ପଥର

ଭିତର ରତ୍ନଭଣ୍ଡାରରେ ୩୬୭ ପ୍ରକାରର ୪ହଜାର ୩୬୪ ଭରି ସୁନା

ବାହାର ରତ୍ନଭଣ୍ଡାରରେ ୭୯ ପ୍ରକାରର ୮ହଜାର ୧୭୫ ଭରି

ଦୈନନ୍ଦିନ ବ୍ୟବହାର ପାଇଁ ଚଳନ୍ତି ଭଣ୍ଡାରରେ ୮ ପ୍ରକାରର ୨୯୯ ଭରି ସୁନା ଅଳଙ୍କାର

ଭିତର ରତ୍ନଭଣ୍ଡାରରେ ୨୩୧ ପ୍ରକାରର ୧୪ହଜାର ୮୭୮ ଭରି

ବାହାର ରତ୍ନଭଣ୍ଡାରରେ ୩୯ ପ୍ରକାରର ୪ହଜାର ୬୭୧ ଭରି

ଦୈନନ୍ଦିନ ନୀତିକାନ୍ତି ପାଇଁ ଚଳନ୍ତି ଭଣ୍ଡାରରେ ୨୩ ପ୍ରକାରର ୨ହଜାର ୬୦୩ ଭରି ରୁପା ଅଳଙ୍କାର

ବିଭିନ୍ନ କାରଣରୁ କିଛି ଅଳଙ୍କାରକୁ ଗଣତି ନକରି ଛାଡ଼ି ଦିଆଯାଇଥିଲା

୧୪ଟି ସୁନା ଓ ରୁପା ଜିନିଷ ସହ ଭଙ୍ଗା ମୁକୁଟ, ରତ୍ନ ପଥର ତାଲିକାଭୁକ୍ତ ହୋଇନଥିଲା

୧୯୮୨ ଡିସେମ୍ବର ୨୬ରେ ରାଜ୍ୟ ସରକାରଙ୍କ ଅନୁମତିରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା

୩ ହଜାର ୩୩୭ ଭରି ୧୦ ଅଣା ରୁପା କଢ଼ାଯାଇଥିଲା

ଶେଷଥର ୧୯୮୫ ମସିହା ଜୁଲାଇ ୧୪ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା

ବଡ଼ଠାକୁରଙ୍କ ବ୍ୟବହୃତ ଅଳଙ୍କାର ମରାମତି ପାଇଁ କିଛି ସୁନା ଅଣାଯାଇଥିଲା

ବଡ଼ଠାକୁରଙ୍କ ଚିତା ବ୍ୟବହୃତ ଯୋଗ୍ୟ ନହେବାରୁ ରତ୍ନଭଣ୍ଡାର ଖୋଲି ସୁନା ଅଣାଯାଇଥିଲା

ପରେ ପୂର୍ବଭଳି ତାଲା ପକାଇ ଜଉମୁଦ ଦିଆଯାଇଥିଲା