କନକ ବ୍ୟୁରୋ: ପୁଣି ହେବ ଘରୋଇ ବସ୍ ଧର୍ମଘଟ । ସରକାର ଦାବି ନଶୁଣିଲେ ଡିସେମ୍ବର ୧ରୁ ରାଜ୍ୟର କୌଣସି ଜିଲ୍ଲାରେ ଗଡିବ ନାହିଁ ଘରୋଇ ବସ । ଧର୍ମଘଟ ପୂର୍ବରୁ ବିଧାନସଭା ଆଗରେ ଧାରଣା ଦେବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ୨୨ ତାରିଖରୁ ଲୋୟର ପିଏମଜିରେ ଧାରଣା ଦେବେ ହଜାରେରୁ ଅଧିକ ବସ ମାଲିକ । ଧାରଣା ସତ୍ୱେ ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଘରୋଇ ବସ ଚକା ଜାମ କରାଯିବ । ଘରୋଇ ବସ ମାଲିକ ସଂଘର ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ରାଜ୍ୟରେ ଗୋଟିଏ ବି ବସ ଗଡିବ ନାହିଁ । ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ରାଜ୍ୟ ସରକାର ଓ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ ଲାଗି ରହିଛି । ଘରୋଇ ବସ୍କୁ ସରକାର ନେଇ ଲକ୍ଷ୍ମୀ ଯୋଜନାରେ ଚଳାଇବାକୁ ଦାବି କରି ଆସୁଛି ସଂଘ । କିନ୍ତୁ ସରକାର ଦେଇଥିବା ପ୍ରତିଶ୍ରୁତି ନରଖିବାରୁ ବାରମ୍ବାର ଧର୍ମଘଟ ଡାକରା ଦେଇଛି ସଂଘ । ଆଉ ଧର୍ମଘଟ ଫଳରେ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/11/Odisha-Bus-Fare-Hike-1.jpg)