କନକ ବ୍ୟୁରୋ : କଲ୍ୟାଣ ମଣ୍ଡପରେ ସ୍କ୍ରିନିଂ ପରେ ଏବେ ଓଡିଆ ଫିଲ୍ମ ‘ପ୍ରେମରେ ରିସ୍କ..ହେଲାରେ ମତେ ଇସ୍କ’ ହଲରେ ହେବ ରିଲିଜ୍ । ସିନେମା ହଲରେ ରିଲିଜ୍ ହେବାକୁ ନେଇ ପ୍ରଯୋଜକ କହିଲେ ଡିସକାଉଁଟରେ ଦିଆଯିବ ଟିକେଟ୍ । ଆଉ ଯଦି ଫିଲ୍ମ ଭଲ ନଲାଗିଲା ତାହାଲେ ଟଙ୍କା ଫେରାଇବ ବୋଲି କହିଲା ପ୍ରଯୋଜନା ସଂସ୍ଥା ।
ସେ ଆହୁରି ମଧ୍ୟ କହିଛନ୍ତି କି, ମୋର ଅନୁଭୁତି କହୁଛି, ଓଡିଆ ସିନେମାର ମାନ କମିଛି । ଯେଉଁଭଳି ଭାବେ ସିନେମା ହେବା କଥା ହୋଇପାରୁନି । ଆଗକୁ ଭଲ ସିନେମା ଆସିବ, ଆଉ ଆମେ ଚେଷ୍ଟା କରିବୁ ଆଗକୁ ଭଲ ସିନେମା କରି ଲୋକଙ୍କୁ ଦେଖାଇବୁ ।
ଓଡିଆ ଫିଲ୍ମକୁ ହଲ ମିଳୁ ନଥିବାରୁ ନୟାଗଡରେ କଲ୍ୟାଣ ମଣ୍ଡପରେ ଫିଲ୍ମ ‘ପ୍ରେମରେ ରିସ୍କ..ହେଲାରେ ମତେ ଇସ୍କ’ର ହୋଇଥିଲା ସ୍କ୍ରିନିଂ । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସିନେମାକୁ ମିଳିଥିଲା ୨୦ଟି ହଲ ।
ହଲରେ ରିଲିଜ୍ ହେବ ଓଡିଆ ସିନେମା ‘ପ୍ରେମରେ ରିସ୍କ ହେଲାରେ ମତେ ଇସ୍କ’ । ପ୍ରଯୋଜକ କହିଲେ, ଫିଲ୍ମ ଭଲ ନଲାଗିଲେ ହେବ ଟଙ୍କା ଫେରସ୍ତ
/kanak/media/post_attachments/wp-content/uploads/2022/10/vlcsnap-2022-10-13-15h51m43s42.png)