କନକ ବ୍ୟୁରୋ: କାଲିଠାରୁ ବନ କର୍ମଚାରୀଙ୍କ ଆନ୍ଦୋଳନ । ପାଟ୍ରୋଲିଂ ଏବଂ ଅନ୍ୟ କାମରେ ସାମିଲ ହେବେ ନାହିଁ କର୍ମଚାରୀ । ୫ ଦଫା ଦାବି ପୂରଣ ନହେଲେ ଛୁଟିରେ ଯିବାକୁ ଚେତାବନୀ ଦେଇଛି ସଂଘ । ଆସନ୍ତା ୧୦ ତାରିଖରୁ ସାମୂହିକ ଛୁଟିରେ ଯିବାକୁ ଚେତାବନୀ ଦେଲା ସଂଘ । ଏନେଇ ବନସେବା ସଂଘ ସଭାପତି ଜଗବନ୍ଧୁ ପାତ୍ର ସୂଚନା ଦେଇଛନ୍ତି ।