କରୋନା ପାଇଁ ସତର୍କତା । ଏଣିକି ସିବିଏସଇ ଜାରି କଲା ଗାଇଡଲାଇନ , ଛାତ୍ରଛାତ୍ରୀ ଚାହିଁଲେ ପରୀକ୍ଷା କେନ୍ଦ୍ରକୁ ପିନ୍ଧି ଆସିପାରିବେ ମାସ୍କ

380

କନକ ବ୍ୟୁରୋ : ଦେଶରେ କରୋନା ଆତଙ୍କ ଦେଖା ଦେବା ପରେ ସିବିଏସଇ ଛାତ୍ରଛାତ୍ରୀ ଯେଉଁମାନେ ପରୀକ୍ଷା ଦେବାକୁ ଆସୁଛନ୍ତି ଚିନ୍ତାରେ ପଡିଥିଲେ । ତେବେ ସିବିଏସଇ ଏନେଇ ସ୍ପଷ୍ଟ କରିଦେଇଛି । ଛାତ୍ରଛାତ୍ରୀମାନେ ଚାହିଁଲେ ମାସ୍କ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଆସି ପାରିବେ । ସିବିଏସଇ ପକ୍ଷରୁ ପ୍ରେସନୋଟ ଜାରି କରି ଏପରି ସୂଚନା ଦିଆଯାଇଛି । କରୋନାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତା ପ୍ରକାଶ କରିବା ପରେ ପ୍ରେସନୋଟ ଜାରି କରି ସ୍ପଷ୍ଟ କରିଛି ସିବିଏସଇ । ଏଥିରେ ଲେଖାଯାଇଛି, ଛାତ୍ରଛାତ୍ରୀ ଚାହିଁଲେ ଫେସ ମାସ୍କ ପିନ୍ଧିବା ସହ ସାଥିରେ ସାନିଟାଇଜର ଧରି ପରୀକ୍ଷା କେନ୍ଦ୍ରକୁ ଆସିପାରିବେ ।

ଏହାରି ଭିତରେ ଦିଲ୍ଲୀରେ କରୋନା ଭାଇରସର ଭୟ ବଢ଼ିବାରେ ଲାଗିଛି । ଦିଲ୍ଲୀ ଏନ୍ସିଆରରେ ୫ଟି ସ୍କୁଲକୁ ବନ୍ଦ ରଖାଯାଇଛି । ସେହିପରି ବନ୍ଦ ଥିବା ନୋଏଡା ସ୍କୁଲକୁ ପହଂଚି ଯାଂଚ କରିଛି ଏକ ମେଡ଼ିକାଲ ଟିମ୍ । ସେପଟେ ଏହାକୁ ନେଇ ଓଡିଶାରେ ଗଣଶିକ୍ଷା ବିଭାଗ କହିଛି ଚିନ୍ତା କରିବାର କିଛି ନାହିଁ । ରାଜ୍ୟରେ କରୋନାକୁ ନେଇ ବନ୍ଦ ହେବନି ସ୍କୁଲ । କାରଣ କରୋନାକୁ ନେଇ ଜଣେ ହେଲେ ବି ସନ୍ଦୀଗ୍ଧଙ୍କୁ ଏଯାଏଁ ପଜିଟିଭ୍ ଚିହ୍ନଟ କରାଯାଇନି । ତେବେ ଲୋକମାନେ ସଂକ୍ରମଣ ଠାରୁ ଦୂରରେ ରହିବାକୁ ସରକାର କହିଛନ୍ତି ।